କଇଁଛ ଚାଲାଣବେଳେ ୪ଗିରଫ, ୧୭୬ କଇଁଛ ଉଦ୍ଧାର

ଝରିଗାଁ,୧୫।୬(କିଶୋର ଚନ୍ଦ୍ର ମଣ୍ଡଳ): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ବନ ବିଭାଗ ଦ୍ୱାରା ୧୭୬ କଇଁଛ ଉଦ୍ଧାର ହୋଇଛି। ଏଥିରେ ୪ଜଣ ଯୁବକଙ୍କୁ ଗିରଫ କରିବା ସହ ଦୁଇଟି ମୋଟର ସାଇକେଲ ଜବତ ହୋଇଛି। ସୂଚନା ଅନୁସାରେ, କଳାହାଣ୍ଡି ସୀମାନ୍ତରେ ରହିଥିବା ଝରିଗାଁ ବନବିଭାଗର କଂଗ୍ରା ଫରେଷ୍ଟ ଅଞ୍ଚଳ ରହିଥିବା ବେଳେ ଉକ୍ତ ଅଞ୍ଚଳରେ ଜଙ୍ଗଲ ମାଫିଆ ସହ କଇଁଛ ଚୋରା ଚାଲାଣକାରୀମାନଙ୍କ ଗତିବିଧିକୁ ଦୃଷ୍ଟିରେ ରହି ସ୍ଥାନୀୟ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ଦୁଇ ଫରେଷ୍ଟ ଗାର୍ଡ ଏମ,. ବାବାଜୀ ରାଓ ଏବଂ ରମାକାନ୍ତ ସାହୁ ରାତିରେ ପେଟ୍ରୋଲିଂ ଚାଲିଥିବା ବେଳେ ରାତି ପ୍ରାୟ ୮ଟା ୩୦ରେ ଦୁଇଟି ମୋଟର ସାଇକେଲ (ସିଜି ୦୪ ଡି ପି ୬୨୪୧ ଓ ଓଡ଼ି ୦୮ଆର ୩୨୬୫) ଯୋଗେ ଚାରି ଜଣ ଯୁବକ ବସ୍ତାରେ ବନ୍ଧା ହୋଇ କିଛି ଧରି ଯାଉଥିବା ଦେଖି ସେମାନଙ୍କୁ ଅଟକାଇ ଥିଲେ l ଯାଞ୍ଚ ବେଳେ ସେମାନଙ୍କ ଠାରୁ ୧୭୬ଟି ଜୀବନ୍ତ କଇଁଛ ଉଦ୍ଧାର କରିଥିଲେ l ଖବର ପାଇ ରେଞ୍ଜର ଶ୍ରୀ ନାୟକ, ୱାଇଲ୍ଡ ଲାଇଫ ଟିମ, ପାରା ଷ୍ଟାଫ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରି ସଙ୍ଗରେ ସମସ୍ତ କଇଁଛ ସହ ୪ଯୁବକ, ଦୁଇ ବାଇକକୁ ଧରି ଝରିଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା l

ଏହାପରେ କଇଁଛ ଚୋରା ଚାଲାଣ କରୁଥିବା ଅଭିଯୋଗରେ କେସ ନମ୍ବର ୭୪/୨୦୨୪-୨୫ ଅନୁଯାଇ ୪ ଜଣଙ୍କୁ ଗିରଫ କରି ବନ୍ୟପ୍ରାଣୀ ଆଇନ ଆଧାରରେ କୋର୍ଟ ଚାଲାଣ କରାଯାଇଛି l ଗିରଫ ହୋଇଥିବା ୪ ଜଣ ହେଲେ କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମର ଦିଗାମ୍ବର ଗୋପାଳ (୨୯) , ସେହିପାରି ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ତିନି ଜଣ ଯୁବକ ଧରମ ଚାଲାଣ (୪୦), ତ୍ରିଲୋଚନ ଚାଲାଣ (୩୮) ଏବଂ ଗଗେନେଶ୍ୱର ନାୟକ (୩୬) ଅଟନ୍ତି l ସେପଟେ ଏହି ରାକେଟରେ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି ଝରିଗାଁ ବନ୍ୟପ୍ରାଣୀ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ। ତେବେ ଏହି ପ୍ରଜତିର କଇଁଛ ବିଶେଷ କରି ରାଜ୍ୟ ବାହରକୁ ଚାଲାଣ ହୋଇଥାଏ । ତେବେ ଆଇନତଃ ଏହା ଅପରାଧ ଓ ବିରଳ ପ୍ରାଣୀ ଯୋଗୁଁ ଏହାକୁ ବଞ୍ଜାଇ ରଖିବା ଆଇନରେ ରହିଛି । ଏହାକୁ କିଛି ଲୋକ ଲୁଚାଛପାରେ ଖାଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri