Posted inଫୁରସତ

ଜଣେ ବରକୁ ୪ କନ୍ୟା, ସମସ୍ତଙ୍କ ମଥାରେ ପିନ୍ଧାଇଲେ ସିନ୍ଦୂର

ବିବାହ ହେଉଛି ସାତ ଜନ୍ମର ସାଥୀ। ଲୋକମାନେ ନିଜ ଝିଅମାନଙ୍କ ପାଇଁ ଏମିତି ଏକ ବରପାତ୍ର ଖୋଜନ୍ତି, ଯାହାଙ୍କ ସହିତ ଝିଅ ନିଜ ଜୀବନକୁ ଖୁସିରେ ବିତାଇ ପାରିବେ। ଜଣେ ବରକୁ ଜଣେ କନ୍ୟା ବିବାହ କରିବାର ବିଧି ରହିଛି। ମାତ୍ର ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବରକୁ ଏକାସାଙ୍ଗରେ ୪ କନ୍ୟା ବିବାହ କରୁଛନ୍ତି।

ପ୍ରଥମ ଏବଂ ତୃତୀୟ କନ୍ୟାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ଝିଅଙ୍କ ପରି ଦିଶୁ ନ ଥିଲେ। ଅନେକ ଲୋକ ସେମାନଙ୍କ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟମାନେ କହିଛନ୍ତି, ଏହି ବିବାହ ଏକ ପରିହାସ ହୋଇଛି। ଏହି ସମସ୍ତ ଘଟଣା ମନ୍ଦିର ଭିତରେ ଘଟୁଛି, ଯେଉଁଠାରେ ୪ ଜଣ କନ୍ୟା ଏକାଠି ବସିଛନ୍ତି। ବର ସିନ୍ଦୂର ନେଇ ୪ ଜଣଙ୍କ ମଥାରେ ଭରୁଛନ୍ତି। ଏହି ଭିଡିଓକୁ ୨୫ ହଜାର ଲୋକ ପସନ୍ଦ କରିଥିବା ବେଳେ ୨.୫ ହଜାର ଲୋକ କମେଣ୍ଟ ଦେଇଛନ୍ତି। ଲକ୍ଷାଧିକ ୟୁଜର ଏହି ଭିଡିଓକୁ ଦେଖିସାରିଛନ୍ତି।

ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ବ୍ରଜେଶ ତିଓ୍ବାରୀ, ଯିଏ ନିଜକୁ ଅଭିନେତା ବୋଲି କହୁଛନ୍ତି। ତାଙ୍କ ପ୍ରୋଫାଇଲରୁ ଜଣାପଡ଼ିଛି ଯେ, ସେ ଇନ୍‌ଷ୍ଟାଗ୍ରାମରେ ବିବାହ ସହ ଜଡ଼ିତ ଅନେକ ଭିଡିଓ ପୋଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ, ସେହି ପ୍ରତ୍ୟେକ ଭିଡିଓ ଲକ୍ଷ ଲକ୍ଷ ଭ୍ୟୁ ପାଇଛି। ଏଥି ସହିତ ୩ ଲକ୍ଷରୁ ଅଧିକ ଲୋକ ମଧ୍ୟ ବ୍ରଜେଶଙ୍କୁ ଫଲୋ କରିଛନ୍ତି। ପ୍ରକୃତରେ ଏହି ଭିଡିଓଟି ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।

ଶୁଭମ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ଏହି ଲୋକମାନେ ବିବାହକୁ ପରିହାସ କରିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ସମସ୍ତ କନ୍ୟା ମିଶିକି ଏଭଳି ବରଙ୍କୁ ଗଳା କାଟି ହତ୍ୟା କରିବା ଉଚିତ୍‌। ତା’ପରେ ପ୍ରେମ ଅମର ହୋଇଯିବ। ନୀତୀଶ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ଦୟାକରି ବିଷ ଖାଇବା ପାଇଁ କିଛି ଟଙ୍କା ଦିଅନ୍ତୁ। ଅନ୍ୟ ଜଣେ ୟୁଜର ତୃତୀୟକୁ କନ୍ୟାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ବାସ୍ତବରେ ସେ ପୁଅ ପରି ଦେଖାଯାଉଥିଲେ। ସେହି ସମୟରେ ସୋନିଆ ନାମକ ଜଣେ ୟୁଜର ଲେଖିଛନ୍ତି, ଯାହା ମୋ’ ଦୃଷ୍ଟିକୋଣରେ ସେମାନେ କେହି ଝିଅ ନୁହନ୍ତି। ସମସ୍ତେ କିନ୍ନର।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri