୪ହତ୍ୟା ଉଦ୍ୟମ ମାମଲା ରୁଜୁ

ଗୋପାଳପୁର,୨୪ା୧(ଡି.ଏନ.ଏ.): ଦୀର୍ଘବର୍ଷ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣକୁ କେନ୍ଦ୍ରକରି ଗୋଷ୍ଠୀବିବାଦ ଥମିବାର ନାଁ ନେଉନି। ଗତ ୨୦ ଦିନ ମଧ୍ୟରେ ଦୁଇ ଦୁଇ ଥର ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀସଂଘର୍ଷ ହୋଇଛି। ରବିବାର ରାତିରେ ବୋମା ଓ ପଥର ମାଡ଼ ଘଟଣାରେ ସୋମବାର ଗୋଳନ୍ଥରା ଥାନାରେ ଉଭୟ ଗୋଷ୍ଠୀ ନାମରେ ୪ଟି ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଗାଁରେ ପୋଲିସ ମୁତୟନ ଥିବା ବେଳେ ଉଭୟ ଗୋଷ୍ଠୀ ସମର୍ଥକ ପରିବାର ପୁରୁଷ ଶୂନ୍ୟ ହୋଇଯାଇଛି।
ଏହି ଥାନା ଅଧୀନ ପିତାତଳି ଗ୍ରାମରେ ଏ.ରାଙ୍ଗାରାଓ ଗୋଷ୍ଠୀ ଓ ଅନ୍ୟଗୋଷ୍ଠୀ ଚିକିଟିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରସିଂହ ମୂର୍ତ୍ତିଙ୍କ ମଧ୍ୟରେ ରାଜନୈତିକ ଓ ପୂର୍ବଶତ୍ରୁତାରୁ ବାଦବିବାଦ ଲାଗିରହିଛି। ଏନେଇ ଉଭୟ ପକ୍ଷ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ବାରମ୍ବାର ହେଉଛି। ରବିବାର ସନ୍ଧ୍ୟାରେ ରାଙ୍ଗାରାଓ ଗୋଷ୍ଠୀ ସମର୍ଥକ ଜାନକୀ ରାଓଙ୍କ ଘର ଆଗରେ ବିପକ୍ଷ ଗୋଷ୍ଠୀ ନରସିଂହ ମୂର୍ତ୍ତିଙ୍କ ସମର୍ଥକମାନେ ସିିସିଟିଭି କ୍ୟାମେରା ଓ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହାସହ କେ.ରୁକ୍ମଣୀଙ୍କୁ ମାରପିଟ କରିବା ସହ ଠେଙ୍ଗାକାତିରେ ଆକ୍ରମଣ କରିଥିଲେ। ଏଥିରେ ରୁକ୍ମଣୀ ଆହତ ମଧ୍ୟ ହୋଇଥିଲେ। ଏହାସହ ଗ୍ରାମରେ ବୋମାମାଡ଼ ହୋଇଥିଲା। ଏହାପରେ ନରସିଂହ ମୂର୍ତ୍ତି ଗୋଷ୍ଠୀର ସମର୍ଥକ କେ.ଲୋକନାଥ ଓ ରାବାଣା ଚିକିଟିରୁ ଘରକୁ ଫେରୁଥିବା ବେଳେ ରାଙ୍ଗାରାଓ ଗୋଷ୍ଠୀ ପକ୍ଷରୁ ଠେଙ୍ଗାକାତି ବୋମା ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। କିଛି ସମୟ ପାଇଁ ଗଁାଦାଣ୍ଡ ରଣକ୍ଷେତ୍ର ପାଲଟି ଯାଇଥିଲା।
ବ୍ରହ୍ମପୁର ଏଏସ୍‌ପି ରମେଶ ସେଠୀ ଗ୍ରାମରେ ପହଞ୍ଚତ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଅନ୍ୟପଟେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କେ.ନୂଆଗଁା ଆଇଆଇସି ମୃତୁଞ୍ଜୟ ସ୍ବାଇଁ, ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଗ୍ରାମରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଉଭୟ ଗୋଷ୍ଠୀଙ୍କ ଘର ପୁରଷ ଶୂନ୍ୟ ହୋଇଯାଇଥିଲା। ବର୍ତ୍ତମାନ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ କେ. ରୁକ୍ମଣୀଙ୍କ ଅଭିଯୋଗ କ୍ରମେ ୩୫/୨୩ ପ୍ରକାରେ କେ.ନରସିଂହ ମୂର୍ତ୍ତିଙ୍କ ସମେତ ୧୭ ଜଣଙ୍କ ନଁାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ଏସ୍‌. ଭାନୁଙ୍କ ଅଭିଯୋଗ କ୍ରମେ ନଂ.୩୬/୨୩ ପ୍ରକାରେ ୨୧ ଜଣକ ନଁାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। କେ. ମେନକାଙ୍କ ଅଭିଯୋଗ କ୍ରମେ ବର୍ତ୍ତମାନର ସରପଞ୍ଚ ଏ. ରାଙ୍ଗାରାଓଙ୍କ ସମେତ ୧୮ ଜଣଙ୍କ ନାଁରେ ୩୭/୨୩ ପ୍ରକାରେ ହତ୍ୟା ଉଦ୍ୟମ ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସେହିପରି ସୋମବାର ଏସ୍‌. ତେଜାବତୀଙ୍କ ଅଭିଯୋଗ କ୍ରମେ ୧୦ଜଣଙ୍କ ନାମରେ ୩୮/୨୩ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri