୪ହତ୍ୟା ଉଦ୍ୟମ ମାମଲା ରୁଜୁ

ଗୋପାଳପୁର,୨୪ା୧(ଡି.ଏନ.ଏ.): ଦୀର୍ଘବର୍ଷ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣକୁ କେନ୍ଦ୍ରକରି ଗୋଷ୍ଠୀବିବାଦ ଥମିବାର ନାଁ ନେଉନି। ଗତ ୨୦ ଦିନ ମଧ୍ୟରେ ଦୁଇ ଦୁଇ ଥର ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀସଂଘର୍ଷ ହୋଇଛି। ରବିବାର ରାତିରେ ବୋମା ଓ ପଥର ମାଡ଼ ଘଟଣାରେ ସୋମବାର ଗୋଳନ୍ଥରା ଥାନାରେ ଉଭୟ ଗୋଷ୍ଠୀ ନାମରେ ୪ଟି ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଗାଁରେ ପୋଲିସ ମୁତୟନ ଥିବା ବେଳେ ଉଭୟ ଗୋଷ୍ଠୀ ସମର୍ଥକ ପରିବାର ପୁରୁଷ ଶୂନ୍ୟ ହୋଇଯାଇଛି।
ଏହି ଥାନା ଅଧୀନ ପିତାତଳି ଗ୍ରାମରେ ଏ.ରାଙ୍ଗାରାଓ ଗୋଷ୍ଠୀ ଓ ଅନ୍ୟଗୋଷ୍ଠୀ ଚିକିଟିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରସିଂହ ମୂର୍ତ୍ତିଙ୍କ ମଧ୍ୟରେ ରାଜନୈତିକ ଓ ପୂର୍ବଶତ୍ରୁତାରୁ ବାଦବିବାଦ ଲାଗିରହିଛି। ଏନେଇ ଉଭୟ ପକ୍ଷ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ବାରମ୍ବାର ହେଉଛି। ରବିବାର ସନ୍ଧ୍ୟାରେ ରାଙ୍ଗାରାଓ ଗୋଷ୍ଠୀ ସମର୍ଥକ ଜାନକୀ ରାଓଙ୍କ ଘର ଆଗରେ ବିପକ୍ଷ ଗୋଷ୍ଠୀ ନରସିଂହ ମୂର୍ତ୍ତିଙ୍କ ସମର୍ଥକମାନେ ସିିସିଟିଭି କ୍ୟାମେରା ଓ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହାସହ କେ.ରୁକ୍ମଣୀଙ୍କୁ ମାରପିଟ କରିବା ସହ ଠେଙ୍ଗାକାତିରେ ଆକ୍ରମଣ କରିଥିଲେ। ଏଥିରେ ରୁକ୍ମଣୀ ଆହତ ମଧ୍ୟ ହୋଇଥିଲେ। ଏହାସହ ଗ୍ରାମରେ ବୋମାମାଡ଼ ହୋଇଥିଲା। ଏହାପରେ ନରସିଂହ ମୂର୍ତ୍ତି ଗୋଷ୍ଠୀର ସମର୍ଥକ କେ.ଲୋକନାଥ ଓ ରାବାଣା ଚିକିଟିରୁ ଘରକୁ ଫେରୁଥିବା ବେଳେ ରାଙ୍ଗାରାଓ ଗୋଷ୍ଠୀ ପକ୍ଷରୁ ଠେଙ୍ଗାକାତି ବୋମା ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। କିଛି ସମୟ ପାଇଁ ଗଁାଦାଣ୍ଡ ରଣକ୍ଷେତ୍ର ପାଲଟି ଯାଇଥିଲା।
ବ୍ରହ୍ମପୁର ଏଏସ୍‌ପି ରମେଶ ସେଠୀ ଗ୍ରାମରେ ପହଞ୍ଚତ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଅନ୍ୟପଟେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କେ.ନୂଆଗଁା ଆଇଆଇସି ମୃତୁଞ୍ଜୟ ସ୍ବାଇଁ, ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଗ୍ରାମରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଉଭୟ ଗୋଷ୍ଠୀଙ୍କ ଘର ପୁରଷ ଶୂନ୍ୟ ହୋଇଯାଇଥିଲା। ବର୍ତ୍ତମାନ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ କେ. ରୁକ୍ମଣୀଙ୍କ ଅଭିଯୋଗ କ୍ରମେ ୩୫/୨୩ ପ୍ରକାରେ କେ.ନରସିଂହ ମୂର୍ତ୍ତିଙ୍କ ସମେତ ୧୭ ଜଣଙ୍କ ନଁାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ଏସ୍‌. ଭାନୁଙ୍କ ଅଭିଯୋଗ କ୍ରମେ ନଂ.୩୬/୨୩ ପ୍ରକାରେ ୨୧ ଜଣକ ନଁାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। କେ. ମେନକାଙ୍କ ଅଭିଯୋଗ କ୍ରମେ ବର୍ତ୍ତମାନର ସରପଞ୍ଚ ଏ. ରାଙ୍ଗାରାଓଙ୍କ ସମେତ ୧୮ ଜଣଙ୍କ ନାଁରେ ୩୭/୨୩ ପ୍ରକାରେ ହତ୍ୟା ଉଦ୍ୟମ ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସେହିପରି ସୋମବାର ଏସ୍‌. ତେଜାବତୀଙ୍କ ଅଭିଯୋଗ କ୍ରମେ ୧୦ଜଣଙ୍କ ନାମରେ ୩୮/୨୩ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri