ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଉକ୍ତ କ୍ଲାସ୍‌ (କର୍ମଶାଳା) ଏକ୍ସଟ୍ରୁଜନ ଇଣ୍ଡଷ୍ଟ୍ରିରେ ଅଭିନବତା ଓ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇଥାଏ। ଏପରିକି ମେଟାଲର୍ଜି ଅଫ୍‌ ଏକ୍ସଟ୍ରୁଜନ ଶୀର୍ଷକ ଅଧିବେଶନରେ ଆମେରିକା, ବ୍ରିଟେନ, ସାଉଦି ଆରବ, ଇଟାଲୀ, ସ୍ପେନ୍‌, ମେକ୍ସିକୋ, କାତାର, ୟୁଏଇ ଏବଂ ଭାରତରୁ ରେଜିଷ୍ଟ୍ରେଶନ ସହ ୨୦୦ ଅଂଶଗ୍ରହଣକାରୀ ଉକ୍ତ କର୍ମଶାଳାରେ ଯୋଗଦେଇଥିଲେ। ବେଦାନ୍ତ ଆଲୁମିନିୟମ ପାଇଁ ବିଲେଟ ଏକ୍ସଟ୍ରୁଜନ ଉପରେ ସର୍ବଭାରତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାମାନେ ଏହି ଅଧିବଶେନ ପରିଚାଳନା କରିଥିଲେ। ଏଥିରେ ନୂତନ ଜ୍ଞାନର ବିକାଶ, ନୂଆ ପ୍ରୟୋଗ ଓ ବୈଷୟିକ ଜ୍ଞାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ଗ୍ରାହକଙ୍କ ଗତିଶୀଳ ଆବଶ୍ୟକତାକୁ ଧ୍ୟାନଦେଇ ଆମେ ସାମଗ୍ରୀ ଯୋଗାଇଥାଉ। ଏପରିକି କ୍ରମାଗତ ଭାବେ ଆମ ଉତ୍ପାଦର ଉନ୍ନତି, ଗୁଣବତ୍ତା ପ୍ରତି ଧ୍ୟାନ ଦେବା ସହ ଗ୍ରାହକ ସଶକ୍ତୀକରଣ ପ୍ରତି ମଧ୍ୟ ଆମେ ସଚେତନ ରହିଛୁ। ବେଦାନ୍ତ ଆଲୁମିନିୟମର ବୈଷୟିକ ପରାମର୍ଶଦାତା (ଏକ୍ସଟ୍ରୁଜନ) ଜୋନାଥନ ପାଙ୍ଗବୋର୍ଡ କହିଛନ୍ତି, ମୁଁ ଆଲୁମିନିୟମ ଏକ୍‌ସଟ୍ରୁଜନକୁ ଆମର ଆଧୁନିକ ଜୀବନରେ ଏକ ପ୍ରମୁଖ ଉପାଦାନ ଭାବେ ଦେଖୁଛି, ଯାହା ଆମର ଅଧିକାଂଶ ଗ୍ୟାଜେଟ, ଯାନ ପ୍ରଭୃତିରେ ଅନ୍ତର୍ଭୁକ୍ତ ହୋଇଛି। ଉକ୍ତ ଜ୍ଞାନ ବାଣ୍ଟିବାର ଆବଶ୍ୟକତା ଉପରେ ଧ୍ୟାନ ଦେଇ ଆମେ ନୂଆ ଶିଳ୍ପପତିମାନଙ୍କୁ ପ୍ରୋତ୍ସାହିତ କରୁଛୁ ଓ ଏକ ସହଭାଗୀ ପ୍ରତବିଦ୍ଧତାକୁ ଉତ୍ସାହିତ କରୁଛୁ। ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ଅଗ୍ରଣୀ ଉପତ୍ଦପକ ତଥା ସର୍ବୋଚ୍ଚ ଗୁଣାତ୍ମକ ବିଲେଟ ରପ୍ତାନିକାରୀ, ଯିଏକି ୧ମ, ୩ୟ ଓ ୬ଷ୍ଠ ଆଲୋଇ ସିରିଜ ସହ ବିଭିନ୍ନ ପ୍ରକାର ପସନ୍ଦ ପ୍ରଦାନ କରି ବିଶ୍ୱ ଏକ୍ସଟ୍ରୁଜନ ଶିଳ୍ପକୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସାମଗ୍ରୀ ପ୍ରସ୍ତୁତ କରିଥାଏ। ଉତ୍ପାଦ

 

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri