କନ୍ୟାଶ୍ରମରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ପୋଲିସ ବସ୍‌ ପୋଡ଼ିଲେ ଗ୍ରାମବାସୀ

ରାୟଗଡ଼ା/ଟିକିରି,୨୩।୯ (ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ପୋଲିସ ଅଭିଯୁକ୍ତ ପିଅନ ଶିବପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି। ପରେ ଅଭିଯୁକ୍ତ ପିଅନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଖବର ମିଳିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରି ଆମକୁ ହସ୍ତାନ୍ତର କର ଓ ଆମେ ଅଭିଯୁକ୍ତକୁ ଦଣ୍ଡଦେବୁ ବୋଲି ଗ୍ରାମବାସୀ ଓ ପୀଡ଼ିତାଙ୍କ ପରିବାର ଜିଦ୍‌ ଧରି ବସିଛନ୍ତି। ଉତ୍ତ୍ୟକ୍ତ ଲୋକେ ପୋଲିସର ୨ଟି ବୋଲେରୋ ଓ ଗୋଟିଏ ବସ୍‌କୁ ଭଙ୍ଗାରୁଜା କରିବା ସହ ଅନ୍ୟ ଏକ ବସ୍‌ରେ ନିଆଁ ଲଗାଇ ପୋଡିଦେଇଛନ୍ତି। ଏହି ଘଟଣାରେ ପୋଲିସ ବହୁ ଗ୍ରାମବାସୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ତଦନ୍ତ ସରିବା ପରେ ହିଂସାରେ ଜଡ଼ିତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି । ଅନ୍ୟପକ୍ଷରେ ନାବାଳିକା ବଳାତ୍କାର ଘଟଣାରେ ଏସ୍‌ଡିପିଓ ବିଦ୍ୟାଳୟ ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି। ଅପରପକ୍ଷରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଥିବା ଏବଂ କଡ଼ା ସୁରକ୍ଷା ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଉଥିବା ଏସ୍‌ପି କହିଛନ୍ତି। ଡଙ୍ଗାସିଲ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୋଲିସ ଛାଉଣୀ ମାରିଛି । ଅତିରିକ୍ତ ଏସ୍‌ପି ବିଷ୍ଣୁପ୍ରସାଦ ପାତ୍ର ଏବଂ ଏସ୍‌ଡିପିଓ ରଶ୍ମିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ଜିଲାରେ ଆଦିବାସୀ ଛାତ୍ରୀ ଅସୁରକ୍ଷିତ ଘଟଣାକୁ କଂଗ୍ରେସ ଓ ଭାଜପା ତୀବ୍ର ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ନ୍ୟାୟ ଲଢ଼େଇ ପରିବାର ସଭାପତି ସୁବ୍ରତ କୁମାର ଦାସ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଶନିବାର ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପିଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ପ୍ରକାଶ ଥାଉକି, ତୃତୀୟ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ଶୁକ୍ରବାର ମଧ୍ୟାହ୍ନଭୋଜନ ପରେ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଏହି ସମୟରେ ପିଅନ ତାଙ୍କୁ ଏକ ରୁମ୍‌କୁ ନେଇ ବଳାତ୍କାର କରିଥିଲେ। ଏହା ଜଣାପଡିବା ପରେ ନାବାଳିକାଙ୍କ ପରିବାର ଲୋକେ ଡଙ୍ଗାସିଲ ଫାଣ୍ଡିରେ ଅଭିଯୋଗ କରିବା ପାଇଁ ଯିବାରୁ ପୋଲିସ ଶୁଣି ନ ଥିବା ପୀଡ଼ିତାଙ୍କ ବାପା ଗ୍ରାମବାସୀଙ୍କୁ ଜଣାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସେହି ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେବାରୁ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର,୭।୨: ମହାନଦୀ ଜଳ ବିବାଦ ଶୁଣାଣି ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି। ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ ଭିଜିଟ କରାଯିବ ।…

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାରରେ କୀଟନାଶକ ପିଇଦେଲେ ପିଇଓ

ଚିକିଟି,୭ା୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ…

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ହେଲେ ପୁରସ୍କୃତ

ଥୁଆମୂଳରାମପୁର, ୭ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ସରକାରୀ (ଏସ୍‌ଏସ୍‌ଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଶାନ୍ତ…

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

ଭଲିବଲ ଟୁର୍ଣ୍ଣାମେଣ୍ଟ: ସ୍ବାମ୍‌ ଟିମ୍‌କୁ ହରାଇ କରଞ୍ଜିଆ ଚମ୍ପିୟାନ

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ ଭଲିବଲ ଆସୋସିଏଶନ ପକ୍ଷରୁ ଶୁକ୍ରବାର ଦିବାରାତ୍ର ସ୍ବାମ…

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri