ପାର୍ବଣ ପାଇଁ ୩୯୨ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ପାର୍ବଣରେ ରେଲଓ୍ବେ ୩୯୨ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବ। ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ଏହି ଟ୍ରେନ୍‌ଗୁଡିକ ଚଳାଚଳ କରିବ। ସ୍ପେଶାଲ ଟ୍ରେନରେ ଲାଗୁ ଥିବା ଭଡା ଭଳି ଏହି ଟ୍ରେନଗୁଡିକର ଭଡା ସମାନ ରହିବ। ମେଲ୍‌ ଏବଂ ଏକ୍ସପ୍ରେସ୍‌ ଟ୍ରେନ ତୁଳରେ ଏହି ସମୟରେ ଯାତ୍ରୀ ଭଡା ୧୦ରୁ ୩୦% ବଢିବ। ଏହା ଟ୍ରାଭେଲ ଏବଂ କ୍ଲାସ ଉପରେ ନିର୍ଭର କରିବ ବୋଲି ଜଣାପଡିଛି। ଯାତ୍ରୀ ଚାହିଦାକୁ ଧ୍ୟାନରେ ରଖି କୋଲକାତା, ପାଟନା, ବାରାଣସୀ ଏବଂ ଲକ୍ଷ୍ନୌ ଭଳି ସହର ଅନ୍ୟ ସହରକୁ ମଧ୍ୟ ଯାତ୍ରୀ ସେବା ପ୍ରଦାନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଦୁର୍ଗାପୂଜା, ଦୀପାବଳି ଏବଂ ଛଟ୍‌ ପୂଜା ଭଳି ବିଭିନ୍ନ ପର୍ବପର୍ବାଣିରେ ସାଧାରଣତଃ ଲୋକମାନେ ନିଜ ନିଜ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ସମୟରେ ଟ୍ରେନ୍‌ରେ ଅନେକ ଲୋକ ଯିବା ଆସିବା କରିଥାନ୍ତି। ବର୍ତ୍ତମାନ ସାରା ଦେଶରେ ୬୬୬ ମେଲ୍‌, ଏକ୍ସପ୍ରେସ ଏବଂ ସ୍ପେଶାଲ ଟ୍ରେନ ସାରା ଦେଶରେ ଚଳାଚଳ କରୁଛି। ସେହିଭଳି ମୁମ୍ବାଇ ଭଳି ସହରଗୁଡିକରେ କେତେକ ସହରତଳି ଟ୍ରେନ ଏବଂ କଲିକତା ମେଟ୍ରୋର କିଛି ଟ୍ରେନ ଚଳାଚଳ କରୁଛି। ପୂଜା ସ୍ପେଶାଲ ଟ୍ରେନଗୁଡିକ ୫୫ କିମି ପ୍ରତି ଘଣ୍ଟା ବେଗରେ ଚଳାଚଳ କରିବ।
କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ରେଲଓ୍ବେ ମାର୍ଚ୍ଚ ୨୫ ପରଠାରୁ ନିୟମିତ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇଛି। ଚାହିଦା ଏବଂ ଆବଶ୍ୟକତା ଆଧାରରେ ବିଭିନ୍ନ ଟ୍ରେନ ଚଳାଚଳ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ମେ ୧୨ ପରଠାରୁ କେତେକ ସ୍ବତନ୍ତ୍ର ଟ୍ରେନ ଦେଶ ମଧ୍ୟରେ ଚଳାଚଳ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ରାଜଧାନୀ ଟ୍ରେନ୍‌ ଚଳାଚଳ କରିଥିଲା। ଏହା ପରେ ଜୁନରୁ ୧୦୦ ଯୋଡ଼ା ଟ୍ରେନ ପୁଣି ଥରେ ଯୋଡ଼ାଯାଇଥିଲା। ସେହିଭଳି ସେପ୍ଟେମ୍ବରରୁ ଆଉ ୮୦ଟ୍ରେନ ଏଥିରେ ଯୋଡ଼ାଯାଇଛି। ଆବଶ୍ୟକତାକୁ ବିଚାରକରି ପୁଣି ଟ୍ରେନ ଚଳାଚଳ ଉପରେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଉଥିବା ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶକଙ୍କ କ୍ଷତି ୩.୨୭ ଲକ୍ଷ କୋଟି

ମୁମ୍ବାଇ: କରୋନା ସଂକ୍ରମଣ ମାମଲା ବଢ଼ିବାରୁ ଏହାର ପ୍ରଭାବ ପୁଣି ଥରେ ଶେୟାର ବଜାର ଉପରେ ପଡିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୮୭୧.୧୩ ପଏଣ୍ଟ...

ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ...

ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଜାରି

ନୂଆଦିଲ୍ଲୀ,୬-୧୧: ଲଗାତାର ଦ୍ୱିତୀୟ ମାସ ଲାଗି ଦେଶର ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଲାଗି ରହିଛି। ଏହି ସମୟରେ ଦେଶର ସେବା କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ...

ବଢୁଛି ଟମାଟୋ ଦର: ଦିଲ୍ଲୀରେ ୭୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୧୨।୭ : କୋଭିଡ୍‌ ଯୋଗୁ ଉତ୍ପାଦନ ପ୍ରଭାବିତ ହେବା ଫଳରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ଦେଶର ରାଜଧାନୀ ଦିଲ୍ଲୀରେ ଟମାଟୋ ଦର...

ଚିନି ରପ୍ତାନି ସମୟସୀମା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୩୦ା୧୦: କେନ୍ଦ୍ର ସରକାର ଚିନି ରପ୍ତାନି ପ୍ରତିବନ୍ଧକ ଉପରେ ଆଉ ୧ ବର୍ଷ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡିଜିଏଫ୍‌ଟି କହିଛନ୍ତି, ବିଶୋଧିତ...

୪% ବୃଦ୍ଧି ପାଇଛି କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌

ନୂଆଦିଲ୍ଲୀ,୩୦।୧୨:ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ (ସିଏଡି) ବଢ଼ିଥିବା ଜଣାପଡିଛି। ବିଶେଷ କରି ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ସଦ୍ୟତମ...

ଟ୍ରୁକଲର ନ୍ୟୁ ବ୍ରାଣ୍ଡ୍‌ ଆଇଡେଣ୍ଟିଟିି ଉନ୍ମୋଚିତ

ଭୁବନେଶ୍ୱର,୨୨।୯:ଟ୍ରୁ କଲରର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟ୍ରୁକଲର ନ୍ୟୁ ବ୍ରାଣ୍ଡ୍‌ ଆଇଡେଣ୍ଟିଟି ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଟ୍ରୁ କଲରର...

ରାଉରକେଲାରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର

ଭୁବନେଶ୍ୱର,୧୧ା୩: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଏପରିକି ରାଉରକେଲା...

Advertisement
Archives

Model This Week