ପାର୍ବଣ ପାଇଁ ୩୯୨ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ପାର୍ବଣରେ ରେଲଓ୍ବେ ୩୯୨ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବ। ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ଏହି ଟ୍ରେନ୍‌ଗୁଡିକ ଚଳାଚଳ କରିବ। ସ୍ପେଶାଲ ଟ୍ରେନରେ ଲାଗୁ ଥିବା ଭଡା ଭଳି ଏହି ଟ୍ରେନଗୁଡିକର ଭଡା ସମାନ ରହିବ। ମେଲ୍‌ ଏବଂ ଏକ୍ସପ୍ରେସ୍‌ ଟ୍ରେନ ତୁଳରେ ଏହି ସମୟରେ ଯାତ୍ରୀ ଭଡା ୧୦ରୁ ୩୦% ବଢିବ। ଏହା ଟ୍ରାଭେଲ ଏବଂ କ୍ଲାସ ଉପରେ ନିର୍ଭର କରିବ ବୋଲି ଜଣାପଡିଛି। ଯାତ୍ରୀ ଚାହିଦାକୁ ଧ୍ୟାନରେ ରଖି କୋଲକାତା, ପାଟନା, ବାରାଣସୀ ଏବଂ ଲକ୍ଷ୍ନୌ ଭଳି ସହର ଅନ୍ୟ ସହରକୁ ମଧ୍ୟ ଯାତ୍ରୀ ସେବା ପ୍ରଦାନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଦୁର୍ଗାପୂଜା, ଦୀପାବଳି ଏବଂ ଛଟ୍‌ ପୂଜା ଭଳି ବିଭିନ୍ନ ପର୍ବପର୍ବାଣିରେ ସାଧାରଣତଃ ଲୋକମାନେ ନିଜ ନିଜ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ସମୟରେ ଟ୍ରେନ୍‌ରେ ଅନେକ ଲୋକ ଯିବା ଆସିବା କରିଥାନ୍ତି। ବର୍ତ୍ତମାନ ସାରା ଦେଶରେ ୬୬୬ ମେଲ୍‌, ଏକ୍ସପ୍ରେସ ଏବଂ ସ୍ପେଶାଲ ଟ୍ରେନ ସାରା ଦେଶରେ ଚଳାଚଳ କରୁଛି। ସେହିଭଳି ମୁମ୍ବାଇ ଭଳି ସହରଗୁଡିକରେ କେତେକ ସହରତଳି ଟ୍ରେନ ଏବଂ କଲିକତା ମେଟ୍ରୋର କିଛି ଟ୍ରେନ ଚଳାଚଳ କରୁଛି। ପୂଜା ସ୍ପେଶାଲ ଟ୍ରେନଗୁଡିକ ୫୫ କିମି ପ୍ରତି ଘଣ୍ଟା ବେଗରେ ଚଳାଚଳ କରିବ।
କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ରେଲଓ୍ବେ ମାର୍ଚ୍ଚ ୨୫ ପରଠାରୁ ନିୟମିତ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇଛି। ଚାହିଦା ଏବଂ ଆବଶ୍ୟକତା ଆଧାରରେ ବିଭିନ୍ନ ଟ୍ରେନ ଚଳାଚଳ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ମେ ୧୨ ପରଠାରୁ କେତେକ ସ୍ବତନ୍ତ୍ର ଟ୍ରେନ ଦେଶ ମଧ୍ୟରେ ଚଳାଚଳ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ରାଜଧାନୀ ଟ୍ରେନ୍‌ ଚଳାଚଳ କରିଥିଲା। ଏହା ପରେ ଜୁନରୁ ୧୦୦ ଯୋଡ଼ା ଟ୍ରେନ ପୁଣି ଥରେ ଯୋଡ଼ାଯାଇଥିଲା। ସେହିଭଳି ସେପ୍ଟେମ୍ବରରୁ ଆଉ ୮୦ଟ୍ରେନ ଏଥିରେ ଯୋଡ଼ାଯାଇଛି। ଆବଶ୍ୟକତାକୁ ବିଚାରକରି ପୁଣି ଟ୍ରେନ ଚଳାଚଳ ଉପରେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଉଥିବା ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri