କାର୍ଯ୍ୟକ୍ଷମ ହେଉନି ୩୮ ଲକ୍ଷର କୋଠା

ବଇଣ୍ଡା, ୨୭ା୪ (ଡି.ଏନ.ଏ.): ଚୋରା ମଦ କାରବାର ରୋକିବାକୁ ଅବକାରୀ ଥାନାର ନୂଆ କାର୍ଯ୍ୟାଳୟ ନିର୍ମାଣ ହେଲା। ରାଜ୍ୟ ରାଜକୋଷରୁ ଏଥିପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ହେଲେ ୩ବର୍ଷ ହେଲା କୋଠା ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡା ଅବକାରୀ ଥାନାର ଏହି ନୂତନ କାର୍ଯ୍ୟାଳୟ। ଏପରି କି ଦୀର୍ଘବର୍ଷ ହେଲା ଭଡ଼ା ଘରେ ଏହି ଥାନା ଚାଲୁଥିବାବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ଆଠମଲ୍ଲିକ ଉପଖଣ୍ଡରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଗ୍ରାମାଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ, ଠାକୁରଗଡ଼, ହଣ୍ଡପା, କିଶୋରନଗର ଓ କିଆକଟା ଥାନା ଅଞ୍ଚଳରେ ଥିବା ବଇଣ୍ଡା, ଜମ୍ବୁନାଳି, ମଧପୁର, ହିଞ୍ଜିରିଡା, ବିଲେଇନାଳି, ବୁଦୁଲିମୁଣ୍ଡା, କନ୍ଧରାମୁଣ୍ଡା, ଆମ୍ବପାଳ, ହିମିତିରା, ଜଏରାଟ, ଧଉରାପାଲି, ସଞ୍ଜାମୁରା, ରଣିଆକଟା, ଉରୁକୁଳା, ସାନହୁଲା, ପେଡିପଥର, ମଇମୁରା, ସପଘରା, ହାଟପଦା, ପତକା, ଜାମ୍ବୁଡୋଲି, ଲୁହାସିଂହା, ମାଧପୁର, ପୁରୁଣାମାଣତ୍ରି, ବାସୁଦେବପୁର, ଆଠମଲ୍ଲିକ ଓ କିଆକଟା ଆଦି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଛି। ଏଠାରେ ଥିବା ଚୋରା ମଦ ବ୍ୟବସାୟୀମାନେ ବିଭିନ୍ନ ଗୁପ୍ତ ସ୍ଥାନରେ ଦେଶୀ ମହୁଲି ମଦ ରାନ୍ଧି ବ୍ୟବସାୟ କରୁଛନ୍ତି। ଚଳିତବର୍ଷ ଏହି ଅଞ୍ଚଳରେ ମାତ୍ରାଧିକ ମହୁଲ ଫୁଲ ସଂଗ୍ରହ ହୋଇଥିବା ବେଳେ ସେମାନଙ୍କୁ ଏହା ସହାୟକ ହେଉଥିବା କେତେଜଣ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାଛଡ଼ା ଅବକାରୀ ବିଭାଗ ପକ୍ଷରୁ କେବେ କେମିତି ଚଢ଼ାଉ କରାଯାଉଥିବାରୁ ଏହି ଚୋରା ମଦ ବିକ୍ରି ବନ୍ଦ ହୋଇପାରୁ ନାହିଁ। ଅବକାରୀ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି କେତୋଟି ଦେଶୀ ମଦ ଭାଟିର କର୍ମଚାରୀମାନେ ବାଇକ୍‌ ଯୋଗେ ବିଭିନ୍ନ ଗ୍ରାମକୁ ଚୋରା ମଦ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। କିଶୋରନଗର ବ୍ଲକର ଜାମୁନାଳିଠାରେ ବଇଣ୍ଡା ଅବକାରୀ ଥାନା କାର୍ଯ୍ୟାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଉଦ୍‌ଘାଟନ ହୋଇପାରୁନାହିଁ। ୨୦୨୦ ଫେବୃୟାରୀରୁ କାମ ଶେଷ ହୋଇଥିଲେ ହେଁ ଏଯାଏ ପାଚେରି ସମ୍ପୂର୍ଣ୍ଣ ହୋଇନାହିଁ କି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ଫଳରେ ଏକ ଭଡ଼ା ଘରେ ଏହି ଥାନା କାର୍ଯ୍ୟ କରୁଛି। ଏହା ଅଧୀନରେ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଥିବାବେଳେ ଦୀର୍ଘଦିନ ହେବ ଅନେକ ପଦବୀ ଖାଲିପଡିଛି। ଏବେ ଜଣେ ଅଧିକାରୀ, ଜଣେ ଏଏସ୍‌ଆଇ ଓ ଜଣେ କନଷ୍ଟେବଲ କାର୍ଯ୍ୟ କରୁଛନ୍ତି। କିନ୍ତୁ ସ୍ଥାୟୀ କାର୍ଯ୍ୟାଳୟ ନ ଥିବାରୁ ଚୋରା ମଦ ସମ୍ପର୍କରେ ଅଭିଯୋଗ କରିବାକୁ ଆସୁଥିବା ଲୋକେ କର୍ମଚାରୀଙ୍କ ଭେଟ ନ ପାଇ ଫେରିଯାଉଛନ୍ତି। ସେହିପରି ବଇଣ୍ଡା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀମାନେ ଅବକାରୀ ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ମଦ ବାହାରକୁ ଚାଲାଣ କରୁଥିବା ଆଲୋଚନା ହେଉଛି। ଚୋରା ମଦ କାରବାର ରୋକିବା ସହ ବଇଣ୍ଡା ଅବକାରୀ ଥାନାକୁ ଉଦ୍‌ଘାଟନ କରିବା ପାଇଁ ଅଞ୍ଚଳବାସୀ ଗତ ୨୫ ମେ’ ୨୦୨୨ ଓ ୨୩ ଫେବୃୟାରୀ ୨୦୨୩ରେ ଆଠମଲ୍ଲିକ ବିଧାୟକ, ଅନୁଗୋଳ ଜିଲା ଅବକାରୀ ନିରୀକ୍ଷକ, ରାଜ୍ୟ ଅବକାରୀ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏଯାଏ ସୁଫଳ ମିଳିନାହିଁ । ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri