୧୧ ବର୍ଷରେ ୩୮ ହାତେଇଛନ୍ତି ଜିଏ ପ୍ଲଟ

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ଗତ ୧୧ବର୍ଷ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ୩୮ ଜଣଙ୍କୁ ଜିଏ ପ୍ଲଟ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ୧୩ଜଣ ବ୍ୟକ୍ତିବିଶେଷ ରହିଥିବାବେଳେ ୨୫ ଅନୁଷ୍ଠାନ ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୪ରୁ ଅଦ୍ୟାବଧି ୧୩ଜଣ ବ୍ୟକ୍ତି ବିଶେଷଙ୍କୁ କେବଳ ଜୟଦେବ ବିହାରରେ ଗୃହ ଉପଯୋଗୀ ପ୍ଲଟ ଯୋଗାଇ ଦିଆଯାଇଛି। ସେମାନଙ୍କ ଠାରୁ ସରକାର ଜମି ବାବଦକୁ ୧୩କୋଟି ୮୯ଲକ୍ଷ ୭୩ହଜାର ୬୭ଟଙ୍କା ସଂଗ୍ରହ କରିଛନ୍ତି। ସମିତ ମହାନ୍ତିଙ୍କ ଠାରୁ ଜମି ବାବଦକୁ ୨କୋଟି ୧ହଜାର ଟଙ୍କା ଆଦାୟ କରାଯାଇଥିବାବେଳେ ପ୍ରମୋଦ କିଶୋର ଜେନାଙ୍କ ଠାରୁ ୧.୯୫କୋଟି, ଅନନ୍ତ କୁମାର ଅଗସ୍ତିଙ୍କ ଠାରୁ ୭୭.୭୭ଲକ୍ଷ, ଉମେଶ ଚନ୍ଦ୍ର ସାହୁଙ୍କ ଠାରୁ ୯୨.୬୩ଲକ୍ଷ, ରବୀନ୍ଦ୍ର କୁମାର ନାୟକଙ୍କ ଠାରୁ ୭୧ଲକ୍ଷ, ସୁଷମା ତ୍ରିପାଠୀଙ୍କ ଠାରୁ ୭୮.୧୦ଲକ୍ଷ, ହେମନ୍ତ କୁମାର ଜେନାଙ୍କ ଠାରୁ ୬୬.୨୭ ଲକ୍ଷ, ସରୋଜ କୁମାର ଜେନାଙ୍କ ଠାରୁ ୬୧.୦୮ଲକ୍ଷ, ରାଜେଶ ମହାପାତ୍ରଙ୍କ ଠାରୁ ୧.୭୦ କୋଟି, ବିଶ୍ୱଭୂଷଣ ବେଉରିଆଙ୍କ ଠାରୁ ୭୦.୨୦ଲକ୍ଷ, ଅଭିପ୍ରିୟ ପଣ୍ଡାଙ୍କ ଠାରୁ ୬୫.୦୩ ଲକ୍ଷ, ସାରଦା ପ୍ରସାଦ ପ୍ରଧାନଙ୍କଠାରୁ ୧.୭୬ କୋଟି ଏବଂ ପ୍ରମୋଦ କୁମାର ସିଂହଙ୍କ ଠାରୁ ୬୬.୬୦ଲକ୍ଷ ଟଙ୍କା ଆଦାୟ କରାଯାଇଛି।
ସେହିପରି ୨୫ଟି ଅନୁଷ୍ଠାନକୁ ସରକାର ବିଏମ୍‌ସି ଅଞ୍ଚଳରେ ବିପୁଳ ପରିମାଣର ଜମି ଯୋଗାଇଛନ୍ତି। ସେଥିମଧ୍ୟରେ କେବଳ କିଟ୍‌କୁ ପଟିଆ ଅଞ୍ଚଳରେ ୮ଟି ପ୍ଲଟ ଆବଣ୍ଟନ କରିଛନ୍ତି, ଯାହାର ମୋଟ ଅଞ୍ଚଳ ୧୩.୪୪୦ ଏକର ରହିଛି। ଏ ବାବଦକୁ ସରକାର ୧୪୬କୋଟି ୯୭ଲକ୍ଷ ୫୪ହଜାର ୬୫୧ ଟଙ୍କା ସଂଗ୍ରହ କରିଛନ୍ତି। ତେବେ ଏଥିମଧ୍ୟରେ ୨୦୧୦ର ଗୋଟିଏ ପ୍ଲଟ ରହିଛି। ଏ ହାବାଦ୍‌ ଦୁଇଟି ରାଜନୈତିକ ଦଳକୁ ସରକାର ଜମି ଯୋଗାଇଛନ୍ତି। ସେଥିମଧ୍ୟରେ ବିଜୁ ଜନତା ଦଳକୁ ଖାରବେଳ ନଗରରେ ୨ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଥିବାବେଳେ ଏବାବଦକୁ ୧୨କୋଟି ୯୩ ଲକ୍ଷ ୯୨ହଜାର ୧୨୩ଟଙ୍କା ସଂଗ୍ରହ କରାଯାଇଛି। ଏହାସହିତ ଭାରତୀୟ ଜନତା ପାର୍ଟିକୁ ଖାରବେଳନଗରରେ ୬ଟି ପ୍ଲଟ ଆବଣ୍ଟନ କରାଯାଇଛି ଏବଂ ଏବାବଦକୁ ୨୬କୋଟି ୪୨ଲକ୍ଷ ୬୬ହଜାର ୧୪୮ଟଙ୍କା ଆଦାୟ କରାଯାଇଛି। ସେହିପରି ଶିକ୍ଷା ଓ ଅନୁସନ୍ଧାନ, ସଂସ୍କୃତି ସୁରକ୍ଷା ସମିତି, ମହର୍ଷି ଜଲେକ ଅଫ୍‌ ନ୍ୟାଚୁରାଲ ଲ’, ଆଡଭାନ୍ସଡ ୟୁରୋ କେୟାର ପ୍ରା. ଲି, ହୋଟେଲ ଆର୍ଯ୍ୟପ୍ରଭା, ଗ୍ରାଣ୍ଡମାର୍କ ଇନ୍‌ଫ୍ରାଷ୍ଟକ୍ଚର ପ୍ରା.ଲି, ଇଣ୍ଡସ ଟାଓ୍ବାର, ରିଲାୟନ୍ସ ଜିଓ, ଗ୍ୟାଷ୍ଟ୍ରୋ କିଡ୍‌ନୀ କେୟାର, ଡିଏଭି ପବ୍ଲିକ ସ୍କୁଲ, ଶୀତଲ ଅଟୋମୋବାଇଲ, ହୋଟେଲ ସୁଖମାୟା, ସୁମା ରିଅଲକନ ମିଡିଆ, ଆମ୍ରି, ମଦର୍ସ ପବ୍ଲିକ ସ୍କୁଲ, ଏ. କେ. ଦାସ ଆସୋସିଏଟ୍ସ, ଡିଏନ୍‌ ହୋମ୍‌ସ, ଶୈଳବାଳା ଇନ୍‌ଫ୍ରାଷ୍ଟକଚର, ଡାଇଭର୍ସି ଫାଏଡ୍‌ ଏନର୍ଜି ସଲ୍ୟୁଶନ ପ୍ରା. ଲି ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri