‘ନଭେମ୍ବରରେ ୩,୭୩,୨୨୧ଗାଡ଼ି ବିକ୍ରି’

ନୂଆଦିଲ୍ଲୀ,୯।୧୨:ଦେଶର ପ୍ରମୁଖ ୨ଚିକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଚଳିତ ବର୍ଷ ନଭେମ୍ବର ମାସର ଗାଡ଼ି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ନଭେମ୍ବରରେ ୩,୭୩,୨୨୧ ଗାଡ଼ି ବିକ୍ରି କରିଥିବା ବେଳେ ଗତବର୍ଷ ସମାନ ସମୟ ମଧ୍ୟରେ ୨,୫୬,୧୭୪ ଗାଡ଼ି ବିକ୍ରି କରିଥିଲା। ଫଳରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ନଭେମ୍ବରରେ ଗାଡ଼ି ବିକ୍ରି ୩୮% ବୃଦ୍ଧି ଘଟିଛି। ବିଶେଷକରି ୨୦୨୨ ନଭେମ୍ବରରେ ଦେଶ ଭିତରେ କମ୍ପାନୀ ୩,୫୩,୫୪୦ ଗାଡ଼ି ବିକ୍ରି କରିଥିବା ବେଳେ ୧୯,୬୮୧ ଗାଡ଼ି ରପ୍ତାନି କରିଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇଏଲ୍‌ର ସଭାପତି ତଥା ଏମ୍‌ଡି ଓ ସିଇଓ ଆତ୍‌ସୁସି ଓଗାତା କହିଛନ୍ତି, ଏକ ସଫଳ ଉତ୍ସବ ଋତୁ ପରେ ମଧ୍ୟ ନିରନ୍ତର ଚାହିଦା ବଜାରରେ ଜାରି ରହିଥିବା କମ୍ପାନୀ ହୃଦୟଙ୍ଗମ କରିଛି। ଏପରିକି ସହରାଞ୍ଚଳରେ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଖୋଲିବା ଏବଂ ଅଧିକରୁ ଅଧିକ ଲୋକ ବାହାରକୁ ବାହାରିବା ପରେ ଯାତାୟାତ ଆବଶ୍ୟକତାରେ ଏବେ ବୃଦ୍ଧି ହୋଇଛି। ବିଶେଷକରି ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଜାରି ରହିଛି ଏବଂ ଆମ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମେ ସର୍ବଦା ଚାହୁଁଛୁ। ଆମ ଗ୍ରାହକମାନଙ୍କୁ ଉଲ୍ଲସିତ କରିବା ଲକ୍ଷ୍ୟ ନେଇ ସାରା ଭାରତରେ ନୂଆ ଆଉଟ୍‌ଲେଟ୍‌ର ଉଦ୍‌ଘାଟନ କରିବା ସହ ଆମେ ଦୂରଦୂରାନ୍ତ ଉପସ୍ଥିତିକୁ ନିରନ୍ତର ଭାବେ ସମ୍ପ୍ରସାରିତ କରୁଛୁ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?