Posted inଜାତୀୟ

ନକଲି ପାସପୋର୍ଟରେ ବିଦେଶ ପଳାଇଛନ୍ତି ୩୬୮ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର: ପଞ୍ଜାବ ପୋଲିସକୁ ରିପୋର୍ଟ ମାଗିଲା ଏନଆଇଏ…

ନୂଆଦିଲ୍ଲୀ,୨୩।୯ : ଗତ କିଛି ବର୍ଷ ମଧ୍ୟରେ ନକଲି ପାସପୋର୍ଟ ତଥା ଅନ୍ୟାନ୍ୟ ବେଆଇନ ଉପାୟ ମାଧ୍ୟମରେ କାନାଡା, ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶକୁ ୩୬୮ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର, ଚୋରା ଚାଲାଣକାରୀ ଏବଂ ମୌଳବାଦୀ ପଳାୟନ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବର୍ତ୍ତମାନ ଏହି ମାମଲାର ତଦନ୍ତକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ହସ୍ତାନ୍ତର କରିଛି।

ବର୍ତ୍ତମାନ ଏହି ଅପରାଧୀଙ୍କୁ ଖୋଜିବା ପାଇଁ ଏନଆଇଏ ଏବଂ ପଞ୍ଜାବ ପୋଲିସ ମିଳିତ ଭାବେ କାର୍ଯ୍ୟ କରିବେ। ଜାଲିଆତି କରି ବିଦେଶକୁ ପଳାଇଥିବା ଅଧିକାଂଶ ଅପରାଧୀ ପଞ୍ଜାବର ଅଟନ୍ତି, ତେଣୁ ଏନଆଇଏ ପକ୍ଷରୁ ପଞ୍ଜାବ ପୋଲିସକୁ ଏହି ଅପରାଧୀଙ୍କ ତାଲିକା ମଗାଯାଇଛି। ପଞ୍ଜାବ ପୋଲିସ ମଧ୍ୟ ଏହିପରି ଅପରାଧୀଙ୍କ ସମ୍ପର୍କରେ ବିଭିନ୍ନ କୋର୍ଟରୁ ତଥ୍ୟ ସଂଗ୍ରହ କରିବେ।

ସୂଚନା ଅନୁଯାୟୀ, କାନାଡା ଏବଂ ଆମେରିକାରେ ପହଞ୍ଚିବା ପାଇଁ ଛାତ୍ର କିମ୍ବା ପରିଦର୍ଶକ ଭିଜା ପାଇବା ଲାଗି ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର, ଚୋରା ଚାଲାଣକାରୀ ଏବଂ ମୌଳବାଦୀ ନକଲି ପରିଚୟ ଏବଂ ପାସପୋର୍ଟ ବ୍ୟବହାର କରିଛନ୍ତି। ସେମାନେ ବିଦେଶରେ ପହଞ୍ଚି ଭାରତ ବିରୋଧରେ କାର୍ଯ୍ୟ କରିବା ସହ ଭାରତରେ ଅନ୍ୟାୟ ଭାବରେ ନିର୍ଯାତିତ ହୋଇଥିବା ଦାବି କରି ଆଶ୍ରୟ ନେଇଛନ୍ତି। ସାଂପ୍ରତିକ ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଗ୍ୟାଙ୍ଗଷ୍ଟର ଅନମୋଲ ବିଶ୍ନୋଇ ଏବଂ ସିଦ୍ଧୁ ମୋସେୱାଲା ହତ୍ୟା ମାଷ୍ଟରମାଇଣ୍ଡ ଲରେନ୍ସ ବିଶ୍ନୋଇଙ୍କ ବିଦେଶକୁ ପଳାୟନ। ଏପ୍ରିଲ ମାସରେ, ୨୯ ମେ ୨୦୨୨ରେ ମୋସେୱାଲାଙ୍କ ହତ୍ୟା ହେବାର ଏକ ମାସ ପୂର୍ବରୁ, ଅନମୋଲ ଏକ ଜାଲ ପାସପୋର୍ଟରେ ଅନ୍ୟ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଚିନ ଥାପାନଙ୍କ ସହ ବିଦେଶ ପଳାଇଥିଲେ।

ସିଦ୍ଧୁ ମୋସୱାଲାଙ୍କ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲଡି ବରାଡଙ୍କ ବିରୋଧରେ ୨୧ ଟି ଏଫଆଇଆର ପଞ୍ଜୀକୃତ ହୋଇଥିଲେ ହେଁ ସେ ନକଲି କାଗଜପତ୍ରରେ କାନାଡା ପାଇଁ ଭିଜିଟର ଭିଜା ପାଇଥିଲେ। ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ଆର୍ଶ ଦଲ୍ଲାଙ୍କ ସହଯୋଗୀ ରିଙ୍କୁ ରାନ୍ଧୱା ମଧ୍ୟ ନକଲି ଦଲିଲରେ କାନାଡା ଯାଇଥିଲେ। ୨୦୨୦ ମସିହାରେ ଡେରା ଅନୁଯାୟୀଙ୍କ ହତ୍ୟା ପାଇଁ ତାଙ୍କୁ ଟଙ୍କା ଏବଂ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ରିପୁଦମନ ମଲିକଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅର୍ଶ ଦଲ୍ଲା ନକଲି କାଗଜପତ୍ରରେ କାନାଡାରେ ପହଞ୍ଚିଥିଲେ ଏବଂ ସେଠାକୁ ଯିବା ପରେ ସେ କାନାଡିଆନ ପିଆର ପାଇଥିଲେ। ବାବା ଦଲ୍ଲା ସୁଖପ୍ରୀତ ବୁଦ୍ଧ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ। ତାଙ୍କ ବିରୋଧରେ ୬ ଏଫଆଇଆର୍‌ ପଞ୍ଜୀକୃତ ହୋଇଥିଲେ ବି ତାଙ୍କୁ ଭିଜା ମିଳିଥିଲା।

ସୂତ୍ରରୁ ପ୍ରକାଶ ଆମେରିକାର କାଲିଫର୍ନିଆ ପଞ୍ଜାବର ଗ୍ୟାଙ୍ଗଷ୍ଟର ତଥା ଖାଲିସ୍ତାନୀ ଅପରେଟିଭଙ୍କ ପାଇଁ ଏକ ପ୍ରିୟ ଲୁଚି ରହିବା ସ୍ଥାନ ଅଟେ। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ ଉପରେ ଆକ୍ରମଣ କରିଥିବା ୧୦ ଜଣ ଖାଲିସ୍ତାନୀଙ୍କ ତାଲିକା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପ୍ରକାଶ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri