ହୀରାକୁଦ ଡ୍ୟାମ୍‌ରେ ଚାକିରି ଦେବାକୁ କହି ଠକିନେଲେ ୩ଲକ୍ଷ ୫୦ ହଜାର 

ଦେବଗଡ଼,୧୦।୯(ଶେଖର ଝାଙ୍କର):  ହୀରାକୁଦ ଡ୍ୟାମରେ ମେକାନିକ ଚାକିରି ଦେବାକୁ କହି  ଠକିନେଲେ ୩ଲକ୍ଷ ୫୦ ହଜାର ଟଙ୍କା।  ଏଭଳି ଘଟଣା ଘଟିଛି ରିଆମାଳ ଥାନା ଅନ୍ତର୍ଗତ ମୁଣ୍ଡଗୋହୀରା ଗ୍ରାମରେ । ମୁଣ୍ଡଗୋହୀରା ଗ୍ରାମର ଜଣେ ଯୁବକଙ୍କ ଠାରୁ ଦେବଗଡ ପୌରାଞ୍ଚଳ ପୁରୁଣାଗଡ଼ର ଜଣେ ଯୁବକ ୩ଲକ୍ଷ ୫୦ ହଜାର ଟଙ୍କା ଠକି  ନେଇଥିବା  ଅଭିଯୋଗ ହୋଇଛି ।
ଅଭିଯୋଗକୁ ଭିତ୍ତି କରି  ଦେବଗଡ଼ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କ ବିରୋଦ୍ଧରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଛି । ଦେବଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ୨୦୨୦ ମସିହା ଅକ୍ଟୋବର ମାସ ୨୧ ତାରିଖରେ ମୁଣ୍ଡଗୋହୀରା ଗ୍ରାମର ଡଳେଶ୍ୱର ବଣିଚୁଳ(୨୫) ନାମକ ଜଣେ ଯୁବକଙ୍କ ସହ ଦେବଗଡ ପୌରାଞ୍ଚଳ ପୁରୁଣାଗଡର ସୋମୂଜିତ ଶତପଥି ନାମକ ଜଣେ ଯୁବକ ବନ୍ଧୁତା ସ୍ଥାପନ କରିବା ସହ ୩ ଲକ୍ଷ ୫୦ ହଜାର ଟଙ୍କା ଦେଲେ ହୀରାକୁଦ ଡ୍ୟାମରେ ମେକାନିକ ଚାକିରି କରାଇଦେବାକୁ  ପ୍ରତିଶ୍ରୁତି ଦେଇଥିଲେ । ଡଳେଶ୍ୱର ବିଶ୍ୱାସ କରି ସୋମ୍ୟଜିତକୁ ନଗଦ ଅର୍ଥରାଶି, ଫୋନ ପେ’ ଜନସେବା କେନ୍ଦ୍ର ଓ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବପ୍ରଦାନ କରିଥିଲେ । ଟଙ୍କା ଦେବାପରେ ସୋମ୍ୟଜିତ ତାଙ୍କୁ ହ୍ବାସ୍‌ଆପ ଯୋଗେ ଏକ ନିଯୁକ୍ତି ପତ୍ର ମଧ୍ୟ ପଠାଇବା ସହ ଡାକ ଯେଗେ ଜଏନିଂ ଲେଟର ପଠାଯିବ ବୋଲି କହିିଥିଲେ । ମାତ୍ର ଦୀର୍ଘଦିନ ଧରି ଡଳେଶ୍ୱରଙ୍କ ନିକଟକୁ ଜଏନିଂ ଲେଟର ନପହଞ୍ଚିିବାରୁ ସେ ଗତ ଅଗଷ୍ଟ ମାସ ୨୫ ତାରିଖ ଦିନ ସୋମ୍ୟଜିତଙ୍କୁ ଫୋନ କରି ଏ ସମ୍ପର୍କରେ ପଚାରିବାରୁ ସୋମ୍ୟଜିତ ତାଙ୍କର ଟଙ୍କା ଫେରସ୍ତ କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏଥିସହ ଏକଥା କାହାକୁ ଜଣାଇଲେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ଫଳରେ ଡଳେଶ୍ୱର ଶନିବାର ଏ ନେଇ ଦେବଗଡ଼ ଆଦର୍ଶ ଥାନାରେ ଲଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଅଭିଯୁକ୍ତ ସୋମ୍ୟଜିତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ।

Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri