୩୫ ବର୍ଷର ରହସ୍ୟ ହଟାଇଲା ଡିଏନ୍‌ଏ ଟେଷ୍ଟ

ପ୍ୟାରିସ୍‌, ୩ା୧୦: ଫ୍ରାନ୍ସରେ ୮୦ ଓ ୯୦ ଦଶକର ଅନେକ ନାବାଳିକା ଓ ଯୁବତୀଙ୍କ ହତ୍ୟା ଘଟଣା ଉପରୁ ଏବେ ରହସ୍ୟ ହଟିଛି। ୩୫ ବର୍ଷରୁ ଅଧିକ ସମୟ ଧରି ଅସମାହିତ ପ୍ରଶ୍ନର ଉତ୍ତର ଏବେ ଡିଏନ୍‌ଏ ଟେଷ୍ଟରୁ ମିଳିଛି। ହତ୍ୟାକାରୀଙ୍କୁ ଚିହ୍ନଟ କରି ତାଙ୍କୁ ପଚରଉଚରା ପାଇଁ ସମନ କରାଯିବା ପରେ ଆତ୍ମହତ୍ୟା କରିଛନ୍ତି ଅପରାଧୀ। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ହତ୍ୟାକାରୀ ଜଣକ ଆଉ କେହି ନୁହଁନ୍ତି, ବରଂ ଜଣେ ପୂର୍ବତନ ପୋଲିସ ଅଧିକାରୀ। ଦଣ୍ଡିତ ହେବା ଭୟରେ ଏକ ଭଡ଼ା ଘରେ ଶୁକ୍ରବାର ନିଜ ଜୀବନ ହାରିଛନ୍ତି ଲେ ଗ୍ରେଲେ ନାମରେ ଜଣାଶୁଣା ତଥା ପୂର୍ବତନ ପୋଲିସ ଅଫିସର ୫୯ ବର୍ଷୀୟ ଫ୍ରାଙ୍କୋଇସ୍‌ ଭେରୋଭ। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ଅପରାଧକୁ ସୁଇସାଇଡ୍‌ ନୋଟରେ ସ୍ବୀକାର କରିଛନ୍ତି।
କେତେଜଣ ଯୁବତୀଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ ଫ୍ରାଙ୍କୋଇସ। ହେଲେ ତାଙ୍କୁ କେବେ ଗିରଫ କରାଯାଇପାରି ନ ଥିଲା। ନାବାଳିକା ତଥା ଯୁବତୀଙ୍କୁ ଅପହରଣ, ବଳାତ୍କାର, ହତ୍ୟା ଉଦ୍ୟମ, ହତ୍ୟା, ଅସ୍ତ୍ରଶସ୍ତ୍ର ଚୋରି ଆଦିରେ ସେ ସମ୍ପୃକ୍ତ ଥିଲେ ବୋଲି ଗୁରୁବାର ପ୍ୟାରିସ୍‌ ପ୍ରସିକ୍ୟୁଟର ଲରି ବେକ୍ୟୁୟୁ ଏକ ବିବୃତିରେ କହିଛନ୍ତି। ବିଭିନ୍ନ ଅପରାଧ ସ୍ଥଳରୁ ମିଳିଥିବା ନମୁନା ଏବଂ ମୃତଦେହରୁ ନିଆଯାଇଥିବା ସାମ୍ପୁଲର ଡିଏନ୍‌ଏ ଟେଷ୍ଟ ପରେ ଫ୍ରାଙ୍କୋଇସ୍‌ ହିଁ ଅପରାଧୀ ବୋଲି ସ୍ପଷ୍ଟ ହୋଇଥିବା ସେ ସୂଚନା ଦେଇଛନ୍ତି। ଜଣେ ୧୧ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ତାଙ୍କ ଅପରାଧ ମଧ୍ୟରୁ ଅତି ବିଭତ୍ସ ଥିଲା। ନାବାଳିକା ଜଣକ ସ୍କୁଲ ଯିବାକୁ ଲିଫ୍ଟ ଯୋଗେ ବିଲ୍ଡିଂରୁ ତଳକୁ ଓହ୍ଲାଉଥିବାବେଳେ ଫ୍ରାଙ୍କୋଇସ୍‌ ତାଙ୍କୁ ଜବରଦସ୍ତ ବେସ୍‌ମେଣ୍ଟକୁ ଟେକି ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା ପୂର୍ବରୁ ସେ ସୁଇସାଇଡ୍‌ ନୋଟରେ ଦୋଷ ସ୍ବୀକାର କରିଥିବା ଜଣାପଡ଼ିିଛି। ଏପରିକି ସେ କେତେକ ଅପରାଧରେ ନିଜ ପୋଲିସ କାର୍ଡ ଓ ପରିଚୟର ଅପବ୍ୟବହାର କରିଛନ୍ତି।ସହାୟତା ଆଳରେ ସେ ଯୁବତୀମାନଙ୍କୁ ତାଙ୍କ କାର୍‌ରେ ନେଇଯାଇ ବଳାତ୍କାର ଓ ହତ୍ୟା କରିଥିବା ଜଣାପଡ଼ିଛି।
ସମୟରେ ପ୍ୟାରିସ୍‌ ରିଜିଅନ୍‌ରେ ମୁତୟନ ଥିବା ପ୍ରାୟ ୭୫୦ ପୋଲିସ କର୍ମଚାରୀଙ୍କୁ ତଦନ୍ତକାରୀ ଅଧିକାରୀ ପଚରାଉଚରା କରିଥିଲେ। ସେମାନଙ୍କ ମଧ୍ୟରେ ଫ୍ରାଙ୍କୋଇସ୍‌ ମଧ୍ୟ ରହିଥିଲେ। ଫ୍ରାଙ୍କୋଇସ୍‌ଙ୍କୁ ଅଧିକ ପଚରାଉଚରା ପାଇଁ ଗତ ୨୭ ତାରିଖରେ ସମନ କରାଯାଇଥିଲା। ତେବେ ଦଣ୍ଡବିଧାନ ଭୟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ମୃତ୍ୟୁ ପରେ ଅନେକ ହତ୍ୟା ତଥା ଅପରାଧ ପଛର ଉଦ୍ଦେଶ୍ୟ ଓ କାରଣ ଏବେ ଅସ୍ପଷ୍ଟ ହୋଇଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri