କର୍ଲାମୁଣ୍ଡାରେ ଅମଳ ହେଲାଣି ୩୫ ପ୍ରତିଶତ ଧାନ, ମଣ୍ଡି ଅପେକ୍ଷାରେ ଚାଷୀ

ରିଷିଡ଼ା,୧୧ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ରିଷିଡ଼ା, ତେରେସିଂହା, ଗଜବାହାଲ, ରିଞ୍ଜା, ପୋରକେଲା, କର୍ଲାମୁଣ୍ଡା, ରାଜପୁର, ସାପଲହରା, ସରଗୁଲ ମାଳପଡ଼ା, ଯୋରାଡ୍ରବରା, ରେଗେଡ଼ା, ବୋରପଦର ଆଦି ପଞ୍ଚାୟତରେ ଚଳିତ ବର୍ଷ ଧାନଚାଷ ଭଲ ହୋଇଛି। ବର୍ତ୍ତମାନ ଏହିସବୁ ଅଞ୍ଚଳରେ ପ୍ରାୟ ୩୫ରୁ ୪୦ ପ୍ରତିଶତ ସହଳ କିସମ ଧାନ ଅମଳ ହୋଇଥିବାବେଳେ ଧାନକୁ ରଖିବା ପାଇଁଁ ଉପଯୁକ୍ତ ଗୋଦାମ ଘର ନ ଥିବାରୁ ସମସ୍ୟା ଦେଖାଦେଉଛି। ଅମଳ ହୋଇଥିବା ଧାନ ଅଧିକାଂଶ ଅଞ୍ଚଳରେ ରାସ୍ତା ପାଶର୍‌ବରେ ରଖୁଥିବାରୁ ଗମନାଗମନ ସମୟରେ ଦୁର୍ଘଟଣା ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲ ପିସି) ବୈଠକ ବସି ନ ଥିବାରୁ ଓ ସାଟେଲାଇଟ୍‌ ସର୍ଭେ ଯୋଗୁ ମଣ୍ଡି ଖୋଳିବା ବିଳମ୍ବ ହୋଇପାରେ ବୋଲି ସୁଚନା ମିଳିଛି। ଏଭଳି ସ୍ଥିତିରେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଶୀଘ୍ର ମଣ୍ତି ଖୋଲିବା ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

Dharitri – Odisha’s No.1 Trusted Odia Daily

Share