ଏମ୍‌ସିଏଲ୍‌ର ୩୩୨ କୋଟି କ୍ଷତି

ତାଳଚେର, ୨୦ା୫ (ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)ରେ ବାରମ୍ବାର ଠିକା ଶ୍ରମିକଙ୍କ ଅନୁପସ୍ଥିତି କାରଣରୁ କୋଇଲା ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ହେଉଛି। ଗତ ଏପ୍ରିଲ ୧ରୁ ଇତିମଧ୍ୟରେ ଏମ୍‌ସିଏଲ୍‌ ୨.୩ ମିଲିୟନ ଟନ୍‌ (ଏମ୍‌ଟି) କମ୍‌ କୋଇଲା ଉତ୍ପାଦନ ଏବଂ ଯୋଗାଣ କରିଥିବାବେଳେ କମ୍ପାନୀକୁ ୩୩୨ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
କମ୍ପାନୀ ପକ୍ଷରୁ କୁହାଯାଇଛି, ମେ ୧୯ ତାରିଖ ଶୁକ୍ରବାର ଠିକା ଶ୍ରମିକଙ୍କ
ଅନୁପସ୍ଥିତି କାରଣରୁ କୋଇଲା ଖଣି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କେବଳ ବିଭାଗୀୟ ମାନବ ଶକ୍ତି ଏବଂ ମେଶିନ ଯୋଗୁ ପ୍ରାୟ ୩ ଲକ୍ଷ ଟନ୍‌ ଦୈନିକ କୋଇଲା ଉତ୍ପାଦନ ଏବଂ ଉପଭୋକ୍ତାଙ୍କୁ ପଠାଇବା ସମ୍ଭବପର ହୋଇପାରିଛି। ସେହିପରି ଏପ୍ରିଲ ୧ରୁ ବାରମ୍ବାର ଏପରି କାର୍ଯ୍ୟ ବ୍ୟାହତ ହେଉଛି। ମହାନଦୀ କୋଇଲା ଫିଲ୍ଡସ କଣ୍ଟ୍ରାକଚୁଆଲ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ବେସରକାରୀ ଠିକା ଶ୍ରମିକମାନେ ୧୮ ରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ କ୍ରମାଗତ ୮୮ ଘଣ୍ଟା ଧରି ତାଳଚେର କୋଇଲା କ୍ଷେତ୍ରର ସମସ୍ତ ଖଣି କାର୍ଯ୍ୟ ବନ୍ଦ କରିଦେବାରୁ ୧.୧ ଏମ୍‌ଟି କୋଇଲା କମ୍‌ ଉତ୍ପାଦନ ହୋଇଛି। ଏପରି କି ୨୦୨୩-୨୪ ଆର୍ଥିକ ବର୍ଷର ଧାର୍ଯ୍ୟ ଲକ୍ଷ୍ୟ ୨୦୪ ମିଲିୟନ ଟନ୍‌ ଉତ୍ପାଦନ ଏବଂ ପ୍ରେରଣ ଲକ୍ଷ୍ୟଠାରୁ ପ୍ରାୟ ୧.୫ ଏମ୍‌ଟିି କୋଇଲା କମ୍‌ ହୋଇଛି। ଫଳରେ କମ୍ପାନୀ ୩୩୨ କୋଟି ଟଙ୍କାର ଆର୍ଥିକ କ୍ଷତି ସହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ରୟାଲଟି, ଜିଲା ମିନେରାଲ ଫଣ୍ଡ (ଡିଏମ୍‌ଏଫ୍‌), ନ୍ୟାଶନାଲ ମିନେରାଲ ଏକ୍ସପ୍ଲୋରେଶନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି) ଆଦି ଉପରେ ସରକାରୀ ଖନନକାରୀ ପ୍ରାୟ ୧୭୦ କୋଟି ଟଙ୍କା ହରାଇଛନ୍ତି। ଜିଲା ଖଣିଜ ପାଣ୍ଠିକୁ ମଧ୍ୟ ୧୧.୫ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଗତ ଆର୍ଥିକ ବର୍ଷରେ ଉତ୍ପାଦନ ଏବଂ କୋଇଲା ଯୋଗାଣରେ ଏମ୍‌ସିଏଲ୍‌ ନୂତନ ମାଇଲଖୁଣ୍ଟ ହାସଲ କରିବା ପରେ ଏକ ଶୁଭେଚ୍ଛା ସ୍ବରୂପ ଏଚ୍‌ପିସି (ଉଚ୍ଚ ଶକ୍ତି କମିଟି) ମଜୁରି ଏବଂ ଚୁକ୍ତିଭିତ୍ତିକ
ଶ୍ରମିକମାନଙ୍କୁ ବିନା ମୂଲ୍ୟରେ ଆୟୁର୍ବେଦିକ (ଓପିଡି) ସୁବିଧା ପ୍ରଦାନ କରାଯାଇଛି। ୧୬ ହଜାର ୭୯୮ ଠିକା ଶ୍ରମିକଙ୍କୁ ୧୫ ହଜାର ଟଙ୍କା ମୂଲ୍ୟର ଉପହାର କୁପନ ପ୍ରଦାନ ବାବଦରେ ଏମ୍‌ସିଏଲ୍‌ ୨୫.୨ କୋଟି ଟଙ୍କା ମଞ୍ଜୁର କରିଛି। ଏଣୁ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ କୋଇଲା ସୁନିଶ୍ଚିତ କରିବାର ଦାୟିତ୍ୱବୋଧକୁ ବିଚାରକୁ ନେଇ ଠିକା ଶ୍ରମିକମାନଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି ନ କରିବା ଏବଂ ଦେଶର ଅଭିବୃଦ୍ଧିରେ ସହଯୋଗ କରିବାକୁ ଏମସିଏଲ ତରଫରୁ ନିବେଦନ କରାଯାଇଛି। ତଥାପି
ମେ ୧୯ରେ କୋଲକାତାଠାରେ ହେବାକୁ ଥିବା କୋଇଲା ଉଦ୍ୟୋଗ ଦ୍ବିପାକ୍ଷିକ ସମିତି (ଜେବିସିସିଆଇ) ବୈଠକରେ ଠିକା ଶ୍ରମିକ ସଂଘ ପ୍ରତିନିଧିମାନଙ୍କୁ ସାମିଲ କରା ନ ଯିବା ପ୍ରତିବାଦରେ ୨୪ ଘଣ୍ଟିଆ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର କୋଲ୍‌ ଫିଲଡ୍ସରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ଏମ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri