ଲୋକ ସଭା ନିର୍ବାଚନ: ୩ ସପ୍ତାହରେ ଇସିଙ୍କ ଦ୍ୱାରା ୬୧୩ କୋଟିରୁ ଅଧିକ ମୂଲ୍ୟର ପ୍ରତିବନ୍ଧିତ ସାମଗ୍ରୀ ଜବତ

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ପ୍ରାୟ ୩ ସପ୍ତାହ ମଧ୍ୟରେ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ୬୧୩. ୧୭୬ କୋଟି ଟଙ୍କା ମୂଲ୍ୟର ପ୍ରତିବନ୍ଧିତ ସାମଗ୍ରୀ ଜବତ ହୋଇଛି। ମାର୍ଚ୍ଚ ୨୭ ସୁଦ୍ଧା ଏସବୁ ସାମଗ୍ରୀ ଜବତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳରୁ ଏସବୁ ଜବତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେଥି ମଧ୍ୟରେ ୧୦୪.୪୯ କୋଟି ଟଙ୍କାର ମଦ ରହିଛି। ସେହିପରି ୧୪୫. ୩୮୯ କୋଟି ଟଙ୍କାର ନିଶାଦ୍ରବ୍ୟ, ୧୭୦.୭୯୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଏବଂ ୧୧.୬୭ କୋଟି ଟଙ୍କାର ଉପହାର ରହିଛି। ସର୍ବାଧିକ ୬୨.୨୯ କୋଟି ନଗଦ ଟଙ୍କା ଆନ୍ଧ୍ରପ୍ରଦେଶରୁ ଜବତ ହୋଇଥିବାବେଳେ ଏହାପଛକୁ ରହିଛି ତାମିଲନାଡୁ। ତାମିଲନାଡୁରୁ ୪୯.୪୮ କୋଟିର ନଗଦ ଟଙ୍କା ଜବତ ହୋଇଛି। ଉତ୍ତରପ୍ରଦେଶରୁ ସର୍ବାଧିକ ୨୪.୫୦ କୋଟି ଟଙ୍କାର ମଦ ଜବତ ହୋଇଥିବାବେଳେ କର୍ନାଟକରୁ ୨୦.୪୫ କୋଟି ଟଙ୍କା ଏବଂ ଆନ୍ଧ୍ରପ୍ରଦେଶରୁ ୧୭.୧୩ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇଛି। ସେହିପରି ପଞ୍ଜାବରୁ ସର୍ବାଧିକ ୯୨.୪୫ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ ହୋଇଥିବାବେଳେ ମଣିପୁରରୁ ୨୩.୫୮ କୋଟି ଏବଂ ଉତ୍ତରପ୍ରଦେଶରୁ ୧୭.୦୪ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜବତ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


All Right Reserved By

ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ

ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ...

ଜନ୍ମ ଦିନରେ ମୃତ୍ୟୁ କୋଳକୁ ଗଲେ ବ୍ୟବସାୟୀ

ବଡବିଲ, ୧୪।୮(ସ୍ବ.ପ୍ର.): ଜନ୍ମ ଦିନରେ ମୃତ୍ୟୁମୁଖରେ ପଡିବା ଘଟଣା ବହୁତ କମ୍‌ ଦେଖିବାକୁ ମିଳିଥାଏ। କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ୱାର୍ଡ ନଂ-୪ ଉ.ପ୍ରା. ବିଦ୍ୟାଳୟ...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର...

ଚିଦାମ୍ବରମ୍‌ଙ୍କ ଜନ୍ମ ଦିନରେ ପୁଅ କାର୍ତ୍ତି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୬।୯ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ସୋମବାର ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଜନ୍ମଦିନରେ ସେ ଜେଲ୍‌ରେ ଥିବାରୁ ଏହା ପାଳନ ହୋଇପାରିବ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ: ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ମଙ୍ଗଳବାର ସକାଳ ୯ ଟା ୫୫ ମିନିଟ୍‌ରୁ ଆରମ୍ଭ...

ଏମିତି ଇଦ୍‌ ପାଳିଲେ ନୌଶାଦ୍‌, ଲୋକେ କହିଲେ ବାଃ ବାଃ

ଥିରୁଭାନନ୍ତପୁରମ୍‌,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ...

ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୩ ଘଣ୍ଟା ବନ୍ଦ ରହିଲା ଦର୍ଶନ

ପୁରୀ ଅଫିସ, ୬।୮: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହୋଇଛି। ଏହି ନୀତି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୦ଟା...

ପ୍ଲାଷ୍ଟିକ ଅଣ୍ଡା ବିକି ବ୍ୟବସାୟୀ ଅଟକ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପ୍ଲାଷ୍ଟିକ ଅଣ୍ଡା ବିକ୍ରି କରୁଥିବା ଅଭିଯୋଗରେ ନୟାପଲୀ ଥାନା ପୋଲିସ ଜଣେ ବ୍ୟବସାୟୀକୁ ଅଟକ ରଖିଛି। ଏପିରିକି ପୋଲିସ ତାଙ୍କୁ ପଚରାଉଚରା କରିବା ସହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *