ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି । ଭଞ୍ଜନଗର ପୋଲିସ ମୋବାଇଲ ଫେରାଇବା ପରେ ଲୋକମାନଙ୍କ ମନରେ ଖୁସି ଦେଖାଯାଇଥିଲା । ଏନେଇ ଆଜି ଭଞ୍ଜନଗର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ ଡି ପି ଓ ଡ ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହି ସମୟରେ ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପାଖାପାଖି ୨୫ଟି ଫୋନକୁ ହସ୍ତାନ୍ତର କରିଛି ପୋଲିସ ।

 

Dharitri – Odisha’s No.1 Odia Daily