ବସଲାରେ ୩୩ ହାତୀ, ଲୋକେ ଭୟଭୀତ

ଅନୁଗୋଳ ଅଫିସ,୨୫ା୧୧: ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗ୍ରାମରେ ହାତୀପଲ ଆତଙ୍କ ଖେଳାଇ ଦେଇଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ଆକ୍ରମଣ କରିବାକୁ ଗୋଡ଼ାଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏପରି କି ଗ୍ରାମର ସରୋଜ ଜେନାଙ୍କୁ ଦଳିଦେବାକୁ ଗୋଟିଏ ହାତୀ ଉଦ୍ୟମ କରିଥିଲେ ହେଁ ସରୋଜ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ହାତରେ ଆଘାତ ଲାଗିଥିବାରୁ ଅଞ୍ଚଳବାସୀ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଆଣି ଚିକିତ୍ସା କରାଇଛନ୍ତି।
ପ୍ରକାଶ ଯେ, ଗୋଟିଏ ପଲରେ ଥିବା ୩୩ଟି ହାତୀ ବନ୍ତଳା ରେଞ୍ଜ ବସଲା ପଞ୍ଚାୟତ ଭେରୁବଣିଆରେ ପଶିଛନ୍ତି। ୫ ଦନ୍ତା ସହ ୨୩ ମାଈ ଓ ୫ଟି ଛୁଆ ହାତୀ ଭେରୁ ବଣିଆରେ ଥିବା ନଟିରେ ରହିଛନ୍ତି। ଏହି ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ହାତୀ ଘୋଡ଼ାଇବାକୁ ସକାଳୁ ବହୁ ଲୋକ ନଟିକୁ ଯାଇଥିଲେ। ବନ ବିଭାଗ କର୍ମଚାରୀ ସେମାନଙ୍କୁ ବାରଣ କରିବା ସତ୍ତ୍ୱେ କେତେଜଣ ଯୁବକ ହାତୀପଲଙ୍କ ଅତି ନିକଟକୁ ଚାଲିଯାଇଥିଲେ। ଫଳରେ ହାତୀପଲ ସେମାନଙ୍କୁ ଗୋଡ଼ାଇଥିବା କୁହାଯାଇଛି। ଘଟଣା ସମ୍ପର୍କରେ ବନ୍ତଳା ରେଞ୍ଜର ମାଧବ ନାୟକ କହିଛନ୍ତି, ହାତୀପଲ ଭେରୁବଣିଆରେ ରହିଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ଫସଲ ନଷ୍ଟ ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ। ତେବେ ହାତୀ ଦେଖିବାକୁ ଲୋକମାନେ ସକାଳୁ ରୁଣ୍ଡ ହୋଇଥିଲେ। ଦୁଇ ଜଣ ଯୁବକ ଅତି ନିକଟକୁ ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଜଣେ ଯୁବକ ପଡ଼ିଯାଇଥିଲେ ବି ହାତୀ ପାଦରେ ଆଡ଼େଇ ଦେଇ ଚାଲିଯାଇଥିବା ରେଞ୍ଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri