ବସଲାରେ ୩୩ ହାତୀ, ଲୋକେ ଭୟଭୀତ

ଅନୁଗୋଳ ଅଫିସ,୨୫ା୧୧: ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗ୍ରାମରେ ହାତୀପଲ ଆତଙ୍କ ଖେଳାଇ ଦେଇଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ଆକ୍ରମଣ କରିବାକୁ ଗୋଡ଼ାଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏପରି କି ଗ୍ରାମର ସରୋଜ ଜେନାଙ୍କୁ ଦଳିଦେବାକୁ ଗୋଟିଏ ହାତୀ ଉଦ୍ୟମ କରିଥିଲେ ହେଁ ସରୋଜ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ହାତରେ ଆଘାତ ଲାଗିଥିବାରୁ ଅଞ୍ଚଳବାସୀ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଆଣି ଚିକିତ୍ସା କରାଇଛନ୍ତି।
ପ୍ରକାଶ ଯେ, ଗୋଟିଏ ପଲରେ ଥିବା ୩୩ଟି ହାତୀ ବନ୍ତଳା ରେଞ୍ଜ ବସଲା ପଞ୍ଚାୟତ ଭେରୁବଣିଆରେ ପଶିଛନ୍ତି। ୫ ଦନ୍ତା ସହ ୨୩ ମାଈ ଓ ୫ଟି ଛୁଆ ହାତୀ ଭେରୁ ବଣିଆରେ ଥିବା ନଟିରେ ରହିଛନ୍ତି। ଏହି ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ହାତୀ ଘୋଡ଼ାଇବାକୁ ସକାଳୁ ବହୁ ଲୋକ ନଟିକୁ ଯାଇଥିଲେ। ବନ ବିଭାଗ କର୍ମଚାରୀ ସେମାନଙ୍କୁ ବାରଣ କରିବା ସତ୍ତ୍ୱେ କେତେଜଣ ଯୁବକ ହାତୀପଲଙ୍କ ଅତି ନିକଟକୁ ଚାଲିଯାଇଥିଲେ। ଫଳରେ ହାତୀପଲ ସେମାନଙ୍କୁ ଗୋଡ଼ାଇଥିବା କୁହାଯାଇଛି। ଘଟଣା ସମ୍ପର୍କରେ ବନ୍ତଳା ରେଞ୍ଜର ମାଧବ ନାୟକ କହିଛନ୍ତି, ହାତୀପଲ ଭେରୁବଣିଆରେ ରହିଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ଫସଲ ନଷ୍ଟ ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ। ତେବେ ହାତୀ ଦେଖିବାକୁ ଲୋକମାନେ ସକାଳୁ ରୁଣ୍ଡ ହୋଇଥିଲେ। ଦୁଇ ଜଣ ଯୁବକ ଅତି ନିକଟକୁ ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଜଣେ ଯୁବକ ପଡ଼ିଯାଇଥିଲେ ବି ହାତୀ ପାଦରେ ଆଡ଼େଇ ଦେଇ ଚାଲିଯାଇଥିବା ରେଞ୍ଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଚତୁର୍ଥୀ କରିବାକୁ ରାଜି ହେଲେନି ନବବଧୂ, ଶାଶୁ କଲେ ଏମିତି କାମ, ଭିଡିଓ ଦେଖିଲେ…

ଲକ୍ଷ୍ନୌ,୨୭।୨: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଲୋକଙ୍କୁ ହସାଇଥାଏ, ଆଉ କିଛି ସେମାନଙ୍କୁ ଚକିତ କରିଦିଏ। କେତେବେଳେ ଏପରି ଭିଡିଓ ସାମ୍ନାକୁ…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଏମପି କେ. କବିତା ନିର୍ଦ୍ଦୋଷରେ ଖଲାସ, କୋର୍ଟ ରାୟ ଉପରେ କହିଲେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି।…

ଏଥର ଚତୁର୍ଥ ଆସନ ଲଢ଼ିବ ବିଜେଡି, ସାରଦା ଜେନା କହିଲେ ବର୍ତ୍ତମାନ ଦଳର ସବୁ ବିଧାୟକ…

ଭୁବନେଶ୍ୱର,୨୭ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜେଡି ବିଧାୟକ ସାରଦା ଜେନା ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଚତୁର୍ଥ ଆସନ ଲଢ଼ିବ।…

ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ, ଲକ୍ଷଲକ୍ଷ ଇଣ୍ଡିଆନ ରେଲେଓ଼୍ବରେ ହେବ…

ନୂଆଦିଲ୍ଲୀ,୨୭।୨: ରେଳ ମନ୍ତ୍ରଣାଳୟ ପେନସନଭୋଗୀଙ୍କୁ ସାଇବର ଠକେଇ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇ ଏକ ସରକାରୀ ପରାମର୍ଶ ଜାରି କରିଛି। ସମ୍ପ୍ରତି, ଅନେକ ମାମଲା ସାମ୍ନାକୁ…

ବଦ୍‌ଲା ନେଲେ ତାଲିବାନ ସରକାର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡ୍ରୋନ ଆକ୍ରମଣ!

ଇସଲାମାବାଦ୍‌,୨୭।୨: ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛନ୍ତି। ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପ ମୁଖପାତ୍ର ହମଦୁଲ୍ଲା ଫିତରତ ଦାବି କରିଛନ୍ତି, ଫୈଜାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଦିନ ଦ୍ୱିପ୍ରହରେ ହେଲମେଟ୍‌ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦେଖନ୍ତୁ ଭିଡିଓ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ ): ଆଉ ଦୁଇ ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା । ବର୍ତ୍ତମାନ ସାହି ଗୁଡିକରେ ଏହି…

ଜନଶୁଣାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅଧାରୁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଜଳେଶ୍ୱର,୨୭ା୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri