ଅର୍ଥ ବ୍ୟବସ୍ଥାକୁ ୩୨ ହଜାର କୋଟିର କ୍ଷତି

ନୂଆଦିଲ୍ଲୀ: ସରକାରଙ୍କ କୃଷକ ବିରୋଧୀ ନୀତିକୁ ପ୍ରତ୍ୟାହାର କରିବା ଲାଗି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରାଯାଇଛି। ଧର୍ମଘଟର ପ୍ରଭାବ ସାରା ଦେଶରେ ରହିଥିଲା। ଦେଶର ୧୦ ପ୍ରମୁଖ ଶ୍ରମିକ ସଙ୍ଗଠନ ଏବଂ ବିରୋଧୀ ଦଳଗୁଡ଼ିକ ଏହି ଧର୍ମଘଟକୁ ସମର୍ଥନ ଦେଇଥିଲେ। ନିରାପତ୍ତା ଯେଭଳି ବିପନ୍ନ ନ ହୁଏ ତାକୁ ଧ୍ୟାନରେ ରଖି ସରକାର ରାଜ୍ୟଗୁଡ଼ିକୁ ଆଡଭାଇଜରି ଜାରି କରିଥିଲେ। ରେଳରୋକୋ ନେଇ ଆଶଙ୍କା ରହିଥିବାରୁ ଏହା ଏପରେ ନଜର ରଖିବାକୁ ରେଲଓ୍ବେ ୧୬ ରାଜ୍ୟରେ ଏହାର ଅଧିକାରୀଙ୍କୁ ନିର୍ଦ୍ଦେଶରେ କହିଥିଲା। ଏହି ଦିନିକିଆ ଧର୍ମଘଟ ଯୋଗୁ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୩୨ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଶିଳ୍ପ ସୂତ୍ରରୁ ପ୍ରକାଶ ପାଇଛି। ପ୍ରକୃତ କ୍ଷତି ଏହାଠାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ସକାଳ ୧୧ରୁ ଦିନ ୩ଟା ଯାଏ ଧର୍ମଘଟ ପ୍ରଭାବ ଦେଖାଯାଇଛି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଭଳି ଦେଶର ଉତ୍ତର ଭାଗରେ ରହିଥିବା ସ୍ଥାନଗୁଡ଼ିକରେ ଗତ ପ୍ରାୟ ୧୨ ଦିନ ହେବ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲା ନୂଆ ହୋଣ୍ଡା ଜାଜ୍‌

ନୂଆଦିଲ୍ଲୀ, ଭୁବନେଶ୍ୱର,୨୭।୮: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ବଜାରକୁ ନୂଆ ଜାଜ୍‌ ମଡେଲ ଆସିଛି। ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ବର୍ଗରେ ଆସିଥିବା ଏହି ନୂଆ...

ଘନେଇଲା କୋଇଲା ସଙ୍କଟ, ଚିନ୍ତାରେ ମନ୍ତ୍ରଣାଳୟ …

ନୂଆଦିଲ୍ଲୀ, ୧୬।୫ : ଘରୋଇ କୋଇଲା ଚାହିଦା ପୂରଣ କରିବାରେ ଦେଶ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି କୋଇଲା ମନ୍ତ୍ରଣାଳୟ କହିଛି। କୋଇଲା ଅଭାବକୁ ଦୂର...

ଜିଓର ନୂତନ ସୁବିଧା ସାଙ୍ଗକୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୫।୮: ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଜିଓର ୩ସ୍ବତନ୍ତ୍ର ଅଭିଯାନ ସହ ସ୍ବାଧୀନତା ଦିବସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଭାରତୀୟଙ୍କୁ ଜିଓ...

ବ୍ରାଣ୍ଡେଡ ପୋଷାକ ମେଳାରେ ରିହାତି

ଭୁବନେଶ୍ୱର,୧୦-୬: ସ୍ଥାନୀୟ ହୋଟେଲ ନିୟୁ ମ୍ୟାରିୟନଠାରେ ଆରମ୍ଭ ହୋଇଥିବା ବ୍ରାଣ୍ଡେଡ ପୋଷାକ ମେଳାରେ ଗ୍ରାହକଙ୍କ ଲାଗି ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। କମ୍ପାନୀ ପକ୍ଷରୁ ଗ୍ରାହକଙ୍କ...

ଜୁଲାଇରୁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ଫେନ୍‌ସନଭୋଗୀଙ୍କୁ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ନିରାଶ କରିବ। ଚଳିତବର୍ଷ ଜୁଲାଇରୁ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା...

ଲୋକଙ୍କ ହିତରେ ଓଡ଼ିଶା ଷ୍ଟିଭେଡର୍ସ: ଚର୍ଚ୍ଚିତ ମିଶ୍ର

ରାଜ୍ୟ ତଥା ଦେଶର ଆର୍ଥିକ ଉନ୍ନତିରେ ଆମଦାନୀ ଓ ରପ୍ତାନି ବିଶେଷ ଭୂମିକା ଗ୍ରହଣ କରିଥାଏ। ଆମ ରାଜ୍ୟର ଜଳପଥରେ ପଣ୍ୟ କାରବାର ପ୍ରାୟତଃ ଗୋପାଳପୁର...

ଆମେରିକାରେ ଚାଇନା କମ୍ପାନୀ ହୁଏଇ ବ୍ୟାନ୍‌

ଓ୍ବାଶିଂଟନ,୧୭-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାର ଟେଲିକମ୍‌ କମ୍ପାନୀ ହୁଏଇ ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ ବ୍ୟାନ କରିଦେଇଛନ୍ତି। ଏଣିକି ରାଷ୍ଟ୍ରୀୟ ସୁରକ୍ଷା ହିତରେ...

୧୦୦ ବିଲିୟନ କ୍ଲବରେ ଅମ୍ବାନୀ

ନୂଆଦିଲ୍ଲୀ,୧୦।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ...

Advertisement
Archives

Model This Week