ଅର୍ଥ ବ୍ୟବସ୍ଥାକୁ ୩୨ ହଜାର କୋଟିର କ୍ଷତି

ନୂଆଦିଲ୍ଲୀ: ସରକାରଙ୍କ କୃଷକ ବିରୋଧୀ ନୀତିକୁ ପ୍ରତ୍ୟାହାର କରିବା ଲାଗି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରାଯାଇଛି। ଧର୍ମଘଟର ପ୍ରଭାବ ସାରା ଦେଶରେ ରହିଥିଲା। ଦେଶର ୧୦ ପ୍ରମୁଖ ଶ୍ରମିକ ସଙ୍ଗଠନ ଏବଂ ବିରୋଧୀ ଦଳଗୁଡ଼ିକ ଏହି ଧର୍ମଘଟକୁ ସମର୍ଥନ ଦେଇଥିଲେ। ନିରାପତ୍ତା ଯେଭଳି ବିପନ୍ନ ନ ହୁଏ ତାକୁ ଧ୍ୟାନରେ ରଖି ସରକାର ରାଜ୍ୟଗୁଡ଼ିକୁ ଆଡଭାଇଜରି ଜାରି କରିଥିଲେ। ରେଳରୋକୋ ନେଇ ଆଶଙ୍କା ରହିଥିବାରୁ ଏହା ଏପରେ ନଜର ରଖିବାକୁ ରେଲଓ୍ବେ ୧୬ ରାଜ୍ୟରେ ଏହାର ଅଧିକାରୀଙ୍କୁ ନିର୍ଦ୍ଦେଶରେ କହିଥିଲା। ଏହି ଦିନିକିଆ ଧର୍ମଘଟ ଯୋଗୁ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୩୨ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଶିଳ୍ପ ସୂତ୍ରରୁ ପ୍ରକାଶ ପାଇଛି। ପ୍ରକୃତ କ୍ଷତି ଏହାଠାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ସକାଳ ୧୧ରୁ ଦିନ ୩ଟା ଯାଏ ଧର୍ମଘଟ ପ୍ରଭାବ ଦେଖାଯାଇଛି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଭଳି ଦେଶର ଉତ୍ତର ଭାଗରେ ରହିଥିବା ସ୍ଥାନଗୁଡ଼ିକରେ ଗତ ପ୍ରାୟ ୧୨ ଦିନ ହେବ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri