କମିଶନରେଟ୍‌ ପୋଲିସରେ ଅଦଳବଦଳ, ବଦଳିଲେ ୩୧ ଅଧିକାରୀ

ଭୁବନେଶ୍ୱର,୪ା୮(ବ୍ୟୁରୋ): ଦ୍ୱୈତ ନଗରୀ କମିଶନରେଟ ପୋଲିସରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇ ଏସିପି, ୨୧ ଇନ୍ସପେକ୍ଟର ଓ ତିନି ଏସ୍‌ଆଇଙ୍କୁ ବଦଳି କରାଯାଇଛି। ସେହିପରି ବହୁଦିନ ଧରି ଓପିଏସ୍‌ ର଼୍ୟାଙ୍କକୁ ପଦୋନ୍ନତି ପାଇ ଥାନା ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ଜୋନ୍‌ ଦାୟିତ୍ୱ ଦିଆଯାଇଥିବାବେଳେ ୩ ଥାନା ଇନ୍‌ଚାର୍ଜଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଅନ୍ୟପକ୍ଷରେ ପାହାଳ ଫାଣ୍ଡି ଥାନା ହେବା ପରେ ଏଠାରେ ଜଣେ ଇନ୍ସପେକ୍ଟରଙ୍କୁ ଏବେ ଅବସ୍ଥାପିତ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, କଟକ ଜୋନ-୧ ଏସିପି ଥିବା ଶୁଭନାରାୟଣ ମୁଦୁଲିଙ୍କୁ ଭୁବନେଶ୍ୱର ଜୋନ-୪ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କୁ କମିଶନରେଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଖାରବେଳନଗର ଥାନା ଦାୟିତ୍ୱରେ ଥିବା ଅରୁଣ କୁମାର ସ୍ବାଇଁଙ୍କୁ କଟକ ଜୋନ-୧ ଏସିପି, ମଙ୍ଗଳାବାଗ ଥାନା ଦାୟିତ୍ୱରେ ଥିବା ଓପିଏସ୍‌ ଅମିତାଭ ମହାପାତ୍ରଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁ ଏସିପି, କ୍ୟାପିଟାଲ ଥାନା ଦାୟିତ୍ୱରେ ଥିବା ଓପିଏସ୍‌ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ କମିଶନରେଟ ପୋଲିସ କାର୍ଯ୍ୟାଳୟ (ସ୍ପେଶାଲ କ୍ରାଇମ ୟୁନିଟ୍‌) ଇନ୍‌ଚାର୍ଜ, ନନ୍ଦନକାନନ ଥାନା ଦାୟିତ୍ୱରେ ଥିବା ଓପିଏସ୍‌ ବିଶ୍ୱରଞ୍ଜନ ସେନାପତିଙ୍କୁ କମିଶନରେଟ ପୋଲିସ କାର୍ଯ୍ୟାଳୟ (ସ୍ପେଶାଲ କ୍ରାଇମ ୟୁନିଟ୍‌) ଓ ଚନ୍ଦ୍ରଶେଖରପୁର ଥାନା ଦାୟିତ୍ୱରେ ଥିବା ପ୍ରଦୀପ କୁମାର ରାଉତଙ୍କୁ ଭୁବନେଶ୍ୱର ଆଇୟୁସିଏଡବ୍ଲ୍ୟୁରେ ଅବସ୍ଥାପିତ କରାଯାଇଛି। ଅନ୍ୟପକ୍ଷରେ ଖଣ୍ଡଗିରି ଥାନା ଅଧିକାରୀ ଥିବା ପଦ୍ମନାଭ ପ୍ରଧାନଙ୍କୁ କ୍ୟାପିଟାଲ ଥାନା, ଜଟଣୀ ଥାନାଧିକାରୀ ଦୟାନିଧି ନାୟକଙ୍କୁ ଖଣ୍ଡଗିରି, ମାଲଗୋଦାମ ଥାନାଧିକାରୀ ତୃପ୍ତିରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା, ବଡ଼ଗଡ଼ ଥାନାଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ନନ୍ଦନକାନନ, ଭୁବନେଶ୍ୱର ଡିଆଇବିରେ ଥିବା ଲକ୍ଷ୍ମୀଧର ସେଠ୍‌ଙ୍କୁ ଡିସିପି ଅଫିସ ଲାଇସେନ୍ସ ସେଲ୍‌, ଶହୀଦନଗର ଅତିରିକ୍ତ ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଇନ୍‌ଫୋଭ୍ୟାଲି ଥାନାଧିକାରୀ, ନୟାପଲ୍ଲୀ ଅତିରିକ୍ତ ଥାନାଧିକାରୀ ସୁଚିତ୍ରା ପରିଡ଼ାଙ୍କୁ ପାହାଳ ଥାନାଧିକାରୀ, ସିଡିଏ ଫେଜ୍‌-୨ ଥାନାଧିକାରୀ ସାରାଣୀ ସିଂଙ୍କୁ ଭୁବନେଶ୍ୱର ଡିସିପି ଅଫିସ, ସଦର ଥାନାଧିକାରୀ ସୁଧାଂଶୁ ଭୂଷଣ ଜେନାଙ୍କୁ ମଙ୍ଗଳାବାଗ ଥାନା, ୪୨ ମୌଜା ବେଣ୍ଟକାର ଥାନାଧିକାରୀ ଅନିତା ସାହୁଙ୍କୁ ସିଡିଏ ଫେଜ୍‌-୨ ଥାନା, ବାଦାମବାଡ଼ି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ସଦର ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିଆରସିଂଙ୍କୁ ଜଟଣୀ ଥାନା, ପ୍ରକାଶ ଚନ୍ଦ୍ର ମାଝିଙ୍କୁ ଚନ୍ଦ୍ରଶେଖରପୁର ଥାନାଧିକାରୀ, ରଜନୀକାନ୍ତ ମିଶ୍ରଙ୍କୁ ଖାରବେଳ ଥାନା, ଦୁର୍ଗେଶ୍ୱର ପ୍ରଧାନଙ୍କୁ ମଙ୍ଗଳାବାଗ ଅତିରିକ୍ତ ଥାନାଧିକାରୀ, ଗିରିଶ ଚନ୍ଦ୍ର ମହାରଣାଙ୍କୁ ୪୨ ମୌଜା ବେଣ୍ଟକାର ଥାନାଧିକାରୀ, ରଜନୀକାନ୍ତ ଦାସଙ୍କୁ ମାଲଗୋଦାମ ଥାନାଧିକାରୀ, ସୁର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କୁ ବାଦାମବାଡ଼ି ଥାନାଧିକାରୀ, ଗୋପାଳକୃଷ୍ଣ ଜେନାଙ୍କୁ ଭୁବନେଶ୍ୱର ସ୍ପେଶାଲ କ୍ରାଇମ ୟୁନିଟ୍‌, ବିକାଶ ନନ୍ଦନ ଜେନାଙ୍କୁ ଭୁବନେଶ୍ୱର ଡିଆଇବି, ଚିନ୍ତେଶ୍ୱର ମୁଣ୍ଡାଙ୍କୁ ଶହୀଦନଗର ଅତିରିକ୍ତ ଥାନାଧିକାରୀଭାବେ ବଦଳି କରାଯାଇଛି। ସେହିପରି ପାହାଳ ଥାନା ଦାୟିତ୍ୱରେ ଥିବା ଏସ୍‌ଆଇ ଷ୍ଟାଲିନ ବିଶ୍ୱାଳଙ୍କୁ ନୟାପଲ୍ଲୀ ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଏସ୍‌ଆଇ ବାବାଜି ଚନ୍ଦ୍ର କୁଅଁରଙ୍କୁ ଚୌଦ୍ୱାର ଥାନା ଓ ଏସ୍‌ଆଇ ପୁଷ୍ପାରାଣୀ ନାଏକଙ୍କୁ କଟକ ମହିଳା ଥାନାକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri