ଚାଲିଥିଲା ଭୋଟ ଗଣତି, ବୁଡ଼ିଗଲା ୩୧ ଲକ୍ଷ କୋଟି

ମୁମ଼୍ବାଇ,୪|୬: ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ବୁଡ଼ି ଯାଇଛି। ୩୧ ଲକ୍ଷ କୋଟି ଟଙ୍କା । ଦେଶରେ କାହାର ସରକାର ହେବ, କିଏ ନିର୍ବାଚନ ଜିତିବ ସେ ଦ଼୍ବନ୍ଦ ଭିତରେ ସେୟାର ମାର୍କେଟ କ୍ରାସ କରିଯିବାରୁ ନିବେଶକଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି।

ସୂଚନା ଥାଉକି, ସେୟାର ବଜାରରେ ଗୋଟିଏ ଦିନରେ ୬ ହଜାର ପଏଣ୍ଟ ଖସି ଯିବାରୁ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ି ଯାଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ୪,୩୯୦ ପଏଣ୍ଟ ହ୍ରାସ (୫.୭୪ ପ୍ରତିଶତ) ପାଇ ୭୨,୦୭୯.୦୫ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ୧୩୭୯ ପଏଣ୍ଟ ହ୍ରାସ ହୋଇ ୨୧,୮୮୪.୫୦ରେ ବନ୍ଦ ହୋଇଥିଲା ।

କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସେଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୨୭୦୦ ଅଙ୍କ (୩.୬୬ ପ୍ରତିଶତ) ହ୍ରାସ ସହିତ ୭୩୬୬୯ ପଏଣ୍ଟକୁ ଖସି ଆସିଥିଲା| ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୦୯ ଅଙ୍କ (୩.୬ ପ୍ରତିଶତ) ହ୍ରାସ ସହିତ ୨୨୪୦୯ ସହ ସଂଘର୍ଷ କରିଥିଲା|ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ୍ ଥିବା କମ୍ପାନୀମାନଙ୍କର ମାର୍କେଟ୍ କ୍ୟାପିଟାଲାଇଜେସନ୍ ୮୭୮ ଲକ୍ଷ କୋଟିରୁ ୪୧୭.୧୩ ଲକ୍ଷ କୋଟିକୁ ଖସି ଆସିଥିଲା |

ସେନ୍ସେକ୍ସର ଇଣ୍ଡକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ୫୬୫ ପଏଣ୍ଟ ହ୍ରାସ ପାଇଥିଲା| ଏଥିସହିତ ଏଲ୍ ଆଣ୍ଡ୍ ଟି, ଏସ୍ବିଆଇ, ଆଇଟିସି, ଏନ୍ଟିପିସି ଏବଂ ପାଓ୍ୱାର ଗ୍ରିଡ୍ ଭଳି ବଡ଼ ବଡ଼ କମ୍ପାନୀର ସେୟାର ଆଜି ଡାଉନ୍ ରହିଥିଲା| ସେହିପରି ନିଫ୍ଚିରେ ଆଦାନୀ ପୋଟର୍ସ, ଆଦାନୀ ଏଣ୍ଟର ପ୍ରାଇଜ୍, ଏଲ୍ ଆଣ୍ଡ୍ ଟି, ଓଏନ୍ଜିସି ଏବଂ କୋଲ ଇଣ୍ଡିଆର ସେୟାର ଡାଉନ୍ ରହିଥିଲା|ଗତକାଲି ସେୟାର ମାର୍କେଟ୍ରେ ଉତ୍ସାହ ଦିଖିବାକୁ ମିଳିଥିଲା |ଏହାକୁ ନଜରରେ ରଖି ନିବେଶକ ଆଜି ମଧ୍ୟ କାରବାର ଆରମ୍ଭ କରିଥିଲେ| ହେଲେ ଆଜି ଟ୍ରେଡିଂ ଆରମ୍ଭରୁ ଏହା କ୍ରାସ୍ କରିଥିଲା|


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?