୩୧ ଯାଏ ମଧ୍ୟପ୍ରଦେଶ ହସ୍ତତନ୍ତ, ହସ୍ତଶିଳ୍ପ ମହୋତ୍ସବ

ଭୁବନେଶ୍ୱର,୨୯।୧୦: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଚନ୍ଦ୍ରଶେଖରପୁର ଡମଣାସ୍ଥିତ କଲ୍ୟାଣ ମଣ୍ଡପରେ ୨୨ ତାରିଖରୁ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମହୋତ୍ସବ ଚାଲିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ମହୋସତ୍ବ ଚାଲିବାକୁ ଥିବାବେଳେ ଏହା ଗ୍ରାହକ ତଥା ଦର୍ଶକଙ୍କୁ ଆକୃଷ୍ଟ କରୁଛି। କେବଳ ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣରେ ସହଯୋଗ ପାଇଁ ନୁହେଁ ବରଂ କଳାକାର ଓ କାରିଗରଙ୍କୁ ନିରନ୍ତର ନିଯୁକ୍ତି ସୁଯୋଗ ଯୋଗାଇବା ପାଇଁ ଏହି ମହୋସତ୍ବର ଆୟୋଜନ କରାଯାଇଛି। ମହୋସତ୍ବରେ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ବିଶ୍ୱ ପ୍ରସିଦ୍ଧ ଅସଲି ଜରି ଚାନ୍ଦେରୀ ଶାଢ଼ି, ମାହେଶ୍ୱରୀ ଶାଢ଼ି, ପାରମ୍ପରିକ ପ୍ରସିଦ୍ଧ ନନ୍ଦନା ପ୍ରିଣ୍ଟ ଶାଢ଼ି ତଥା ଟସର ଭଳି ଶାଢ଼ି ଉପଲବ୍ଧ ହେଉଛି। ଏହା ବ୍ୟତୀତ ବାଉଁଶରେ ପ୍ରସ୍ତୁତ ସାଜସଜ୍ଜା ସାମଗ୍ରୀ, କାଠ ଖେଳନା, ମଧ୍ୟପ୍ରଦେଶର ଗୋଣ୍ଡ ଚିତ୍ର ଆଦି ମଧ୍ୟ ଏହି ମହୋସତ୍ବରେ ଉପଳବ୍ଧ ହେଉଛି। ବାଟିକ୍‌ ପ୍ରିଣ୍ଟ ବେଡ୍‌ସିଟ୍‌ ଏବଂ ମହିଳାଙ୍କ ପାଇଁ ଟପ୍‌ସ କୁର୍ତ୍ତି, ପାଲାଜୋ, ମାଳିରେ ତିଆରି ଅଳଙ୍କାର ସହ ଅନ୍ୟାନ୍ୟ ମନୋହରି ସାମଗ୍ରୀ ମଧ୍ୟ ମିଳୁଛି। ମଧ୍ୟପ୍ରଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫ ଜଣ କାରିଗର ସେମାନଙ୍କର ପାରମ୍ପରିକ କଳାକୃତି ଉତ୍ପାଦ ପ୍ରଦର୍ଶନ ପାଇଁ ଆସିଛନ୍ତି। ଉତ୍ପାଦଗୁଡିକ ଦେଶର ଐତିହ୍ୟକୁ ପ୍ରଦର୍ଶିତ କରିବା ସହ ରାଜ୍ୟର କାରିଗରମାନଙ୍କୁ ବଜାର ଚାହିଦା ଅଧ୍ୟୟନ କରିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଗ୍ରାହକଙ୍କ ଚାହିଦା ଅନୁଯାୟୀ ସେମାନଙ୍କ ଉତ୍ପାଦକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri