ଆଶା ଆଶଙ୍କାରେ ୩ଶହ ମୂର୍ତ୍ତି କାରିଗର

ବଅଁରପାଳ,୮ା୮(ଡି.ଏନ.ଏ.) – ପୂଜାଋତୁ ଆସିବ। ମାସ ମାସ ଧରି ଗଢ଼ାଯାଇଥିବା ମୂର୍ତ୍ତିସବୁ ବିକ୍ରି ହୋଇଯିବ। ବର୍ଷକର ଖୋରାକ ଯୋଗାଡ଼ରେ ଆଉ ଅସୁବିଧା ହେବନି। ଏପରି ଭାବନା ନେଇ ମାଟି ସହ ମାଟି ହୋଇ ଖଟିଚାଲିଥିବା ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର ମୂର୍ତ୍ତି କାରିଗରମାନେ ଏବେ ଆଶଙ୍କାରେ। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଯୋଗୁ କିଛି ମାସ ହେବ କାମ ଠିକ୍‌ଭାବେ ହୋଇପାରି ନ ଥିବା ବେଳେ ଯେତିକି ମୂର୍ତ୍ତି ଗଢ଼ାଯାଇଛି ତାହା ମଧ୍ୟ ବିକ୍ରି ହୋଇପାରୁ ନାହିଁ। ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଯାଇଥିଲେ ହେଁ ଏଯାଏ ଅନେକ ମୂର୍ତ୍ତି ଗ୍ରାହକଙ୍କ ଅପେକ୍ଷାରେ ରହିଛି। ତେଣୁ ମହାମାରୀ ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ଆଗାମୀ ପୂଜା ଋତୁର ଆଶା ପାଣିଫଟୋକା ପରି ମିଳାଇଯିବା କିଛି ଅସମ୍ଭବ ନୁହେଁ ବୋଲି ବହୁ ମୂର୍ତ୍ତି କାରିଗର ପ୍ରକାଶ କରିଛନ୍ତି।
ଜିଲାର ବଅଁରପାଳ, ନାଲ୍‌କୋ, ତଳମୂଳ, ମହୀଧରପୁର, ଫୁଲୁପଡ଼ା, କାଣ୍ଡସର, ତୁରଙ୍ଗ ଆଦି ଅଞ୍ଚଳରେ ପ୍ରାୟ ୩ ଶହ ମୂର୍ତ୍ତି କାରିଗର ରହିଛନ୍ତି। ଖୁଦୁରୁକୁଣୀ, ଗଣେଶପୂଜା, ବିଶ୍ୱକର୍ମାପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀପୂଜା, କାଳୀପୂଜା, କାର୍ତ୍ତିକେଶ୍ୱରପୂଜା ଓ ସରସ୍ବତୀପୂଜା ପାଇଁ ଏମାନେ ବହୁ ସଂଖ୍ୟାରେ ମୂର୍ତ୍ତି ଗଢ଼ିଥାନ୍ତି। ସେମାନଙ୍କର ବର୍ଷକର ଆୟ ଏହି ପୂଜା ସମୟ ଉପରେ ନିର୍ଭରକରେ। ମାତ୍ର ଚଳିତବର୍ଷ କରୋନା ସଂକ୍ରମଣ ଏହି ମୂର୍ତ୍ତି କାରିଗରଙ୍କ ଜୀବନ ଜୀବିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ୬ମାସ ହେଲା ସେମାନେ ବହୁ ଅସୁବିଧା ଦେଇ ଗତି କରିଥିବା ବେଳେ ପୂଜା ସମୟ ହିଁ ସେମାନଙ୍କ ଶେଷ ଆଶା ଥିଲା। ବିଶେଷକରି ଗଣେଶ, ବିଶ୍ୱକର୍ମା, ଦୁର୍ଗା ଓ ଲକ୍ଷ୍ମୀପୂଜାରୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତେ। ବଅଁରପାଳ ଓ ନାଲ୍‌କୋ ଅଞ୍ଚଳରେ ଏସବୁ ପୂଜାର ସ୍ବତନ୍ତ୍ରତା ରହିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ପୂଜା ବୁଲିବାକୁ ଆସିଥାନ୍ତି। ତେଣୁ ବିଭିନ୍ନ ପୂଜା କମିଟି ପକ୍ଷରୁ ମେଢ଼କୁ ଆକର୍ଷଣୀୟ କରାଯିବାକୁ ଏକପ୍ରକାର ପ୍ରତିଯୋଗିତା ହୋଇଥାଏ। କୋଲକାତାର କାରିଗରମାନଙ୍କ ସହ ଏହି ସ୍ଥାନୀୟ କାରିଗରମାନେ ବହୁ ମେଢ଼ ନିର୍ମାଣ କରିଥାନ୍ତି। କିନ୍ତୁ ମହାମାରୀ କରୋନା ଦିନକୁ ଦିନ ଯେପରି ସଂକ୍ରମଣ ବଢ଼ାଇ ଚାଲିଛି ସେସବୁ ପୂଜା ଆଶା ଧୀରେ ଧୀରେ ମରି ମରି ଯାଉଛି। ଖୁଦୁରୁକୁଣୀ ମୂର୍ତ୍ତି ବିକ୍ରି ହୋଇପାରୁ ନ ଥିବା ବେଳେ ଗଣେଶପୂଜା ମଧ୍ୟ ଫିକା ପଡ଼ିବାର ଯଥେଷ୍ଟ ସମ୍ଭାବନା ଏବେଠୁ ଜଳ ଜଳ ଦିଶୁଥିବା ମୂର୍ତ୍ତି କାରିଗରମାନେ ପ୍ରକାଶ କରିଛନ୍ତି। ଯଦି ବାସ୍ତବରେ ପୂଜା ଋତୁ ସେମାନଙ୍କ ହାତଛଡ଼ା ହୋଇଯାଏ ତା’ହେଲେ ପରିବାର ପାଇଁ ପଖାଳ ମୁଠେ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିବ ବୋଲି ବଅଁରପାଳ ଅଞ୍ଚଳର କାରିଗରମାନେ କହିଛନ୍ତି।
ପୂର୍ବପରି ବେପାର ନାହିଁ
ପ୍ରତିବର୍ଷ ତିଆରି କରାଯାଇଥିବା ମୂର୍ତ୍ତି ପୂଜା ସମୟରେ ବିକ୍ରି ହୋଇଯାଇଥାଏ। ହାତକୁ ଭଲ ଦିପଇସା ଆସିଥାଏ। କିନ୍ତୁ ଚଳିତବର୍ଷ କରୋନା କାରଣରୁ ଅଧିକ ସଂଖ୍ୟକ ମୂର୍ତ୍ତି ପ୍ରସ୍ତୁତ କରାଯାଇ ନାହିଁ। ଯାହା ଅଛି ତାହାକୁ ବିକ୍ରି କରିବା ବର୍ତ୍ତମାନ କଷ୍ଟକର ହୋଇପଡ଼ିଲାଣି।
-ଅନ୍ତର୍ଯ୍ୟାମୀ ମୁଦୁଲି, ମୂର୍ତ୍ତି କାରିଗର
ଚଳିତବର୍ଷ ଉତ୍ସାହ ନାହିଁ
ପୂଜା ଋତୁ ଆସିବା ପୂର୍ବରୁ କାରିଗରମାନେ ଜୋରଦାର କାମ ଆରମ୍ଭ କରିଦେଇଥାନ୍ତି। ମୂର୍ତ୍ତି ଗଢ଼ିବାଠାରୁ ବିକ୍ରି ଯାଏ ସବୁଥିରେ ପରିବାରର ସଭିଏଁ ଲାଗିପଡ଼ିଥାନ୍ତି। ଚଳିତବର୍ଷ ମୂର୍ତ୍ତି ଗଢ଼ିବା କି ବିକ୍ରିରେ ଉତ୍ସାହ ନାହିଁ। ଆଗକୁ ଅନେକ ପୂଜା ଥିବାରୁ ଆଶା ଆଶଙ୍କାରେ ରହିଛୁ।
-ଡମ୍ବରୁଧର ମୁଦୁଲି, ତଳମୂଳ


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri