ଆବାସ ଘର ଅପେକ୍ଷାରେ ୩ ଶହ ପରିବାର

ନବରଙ୍ଗପୁର,୨୫ା୫(ବି.ପ୍ର.): ନବରଙ୍ଗପୁର ସହରର ବିଭିନ୍ନ ପୋଖରୀ ହୁଡ଼ାରେ ଲୋକେ ଭୂମିହୀନ ଭାବେ ଝୁମ୍ପୁଡି କରି ରହିଛନ୍ତି। ଏହା ସମେତ ଅନେକ ଗରିବ ପରିବାର ଚାଳଚପର ଓ କଚ୍ଚାଘରେ ରହୁଛନ୍ତି। ଅନେକ ଥିଲାବାଲା ଆବାସ ଘର ହାତେଇ ନେଇଗଲେ। ପ୍ରକୃତ ଯୋଗ୍ୟ ହିତାଧିକାରୀ ଆବେଦନ ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ୨ ବର୍ଷ ହେବ ଆବାସ ଯୋଜନାରେ ନୂଆ ଟାର୍ଗେଟ ଆସୁନାହିଁ। ନବରଙ୍ଗପୁର ସହରରେ ଆବାସ ଘର ଖଣ୍ଡେ ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି ପ୍ରାୟ ୩ଶହ ପରିବାର।
ଯୋଜନାରେ ୨୦୧୭ରୁ ୨୦୨୨ ମଧ୍ୟରେ ପ୍ରାୟ ୧୯୯୦ ହିତାଧିକାରୀ ଥିବାବେଳେ ୧୨ଶହ ହିତାଧିକାରୀ ଘର କାମ ଶେଷ କରିଛନ୍ତି। ବଳକା ପ୍ରାୟ ୭ଶହ ପରିବାର ଘର ସମ୍ପୂର୍ଣ୍ଣ କରିପାରିନାହାନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳରେ ଘର କରିବାକୁ ୨ ଲକ୍ଷ ଟଙ୍କା ଦେଉଛନ୍ତି। ୪ ମାସରେ ଘର ସମ୍ପୂର୍ଣ୍ଣ କଲେ ଅତିରିକ୍ତ ୨୦ ହଜାର ଟଙ୍କା ଓ ୬ ମାସରେ ଘର ସମ୍ପୂର୍ଣ୍ଣ କଲେ ଅତିରିକ୍ତ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି। ତେବେ ହିତାଧିକାରୀମାନେ ଅର୍ଥାଭାବରୁ ଘର ନିଜେ ନ କରି ଠିକାଦାରଙ୍କୁ କାମ କରିବାକୁ ଦେଉଥିବାରୁ ତାହା ସରିପାରୁ ନ ଥିବା ଜଣାପଡ଼ିଛି। ଫଳରେ ଏବେ ବି ସହରରେ ପ୍ରାୟ ୭ ଶହରୁ ଊର୍ଦ୍ଧ୍ୱ ଆବାସ ଘର ଅଧାପନ୍ତରିଆ ହୋଇ ରହିଛି। ୨ ବର୍ଷ ହେବ ନବରଙ୍ଗପୁର ସହରକୁ ଆବାସ ଯୋଜନାରେ କୌଣସି ଟାର୍ଗେଟ ଆସୁ ନ ଥିବାରୁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏବେ ବି ପ୍ରାୟ ୩ଶହ ପରିବାର ଆବେଦନକରି ଘର ଖଣ୍ଡେ ପାଇବା ପାଇଁ ଅପେକ୍ଷା କରିଛନ୍ତି। ସୂଚନାନୁଯାୟୀ ନବରଙ୍ଗପୁର ସହରକୁ ୨୦୧୬-୧୭ରେ ୨୩୦ଟି ଆବାସ ପାଇଁ ଟାର୍ଗେଟ ଆସିଥିଲା। ସେଥିରୁ ୧୯୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୧୭-୧୮ରେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୩୫୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟାର୍ଗେଟ ଆସିଥିଲା। ୨୦୧୭-୧୮ ଓ ୨୦୧୬-୧୭ରେ କାର୍ଯ୍ୟାଦେଶ ଦିଆଯାଇଥିବା ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଘର ସମ୍ପୂର୍ଣ୍ଣ କରିଥିଲେ। ତେବେ ୨୦୧୮-୧୯ରେ ୪ଟି ପର୍ଯ୍ୟାୟରେ ୭୯୧, ୨୦୧୯-୨୦ରେ ୩୪ ଟି, ୨୦୨୦-୨୧ରେ ୩ଟି ପର୍ଯ୍ୟାୟରେ ୩୮୫ଟି ଏପରି ଭାବେ ପ୍ରାୟ ୧୯୯୦ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରାୟ ୧୨ଶହ ଘର ସମ୍ପୂର୍ଣ୍ଣ ହୋଇଥିବାବେଳେ ୭ଶହ ଘର ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଘର କାମ ସାରିବାକୁ ବାରମ୍ବାର ପୌର ପରିଷଦ ପକ୍ଷରୁ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ନୋଟିସ ଦିଆଯାଉଥିଲେ ମଧ୍ୟ କାମ ସରିପାରୁନାହିଁ।
ଅନ୍ୟ ଦିଗରେ ନବରଙ୍ଗପୁର ସହରରେ ଜାଗା ମିଶନରେ ଜାଗା ସର୍ଭେ କରିବାକୁ ଆସିଥିବା ଟିମ୍‌ ୨୭ଟି ବସ୍ତିର ମୋଟ ପରିବାର ମଧ୍ୟରୁ ୧୫୪୭ ପରିବାରର ଜାଗା ଚିହ୍ନଟ କରିଥିଲେ। ତେବେ ସରକାରୀ ଜାଗାରେ ରହିଥିବା ୧୫ଟି ବସ୍ତିର ୧୧୭୬ ପରିବାରକୁ ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ କରାଯାଇ ପ୍ରାୟ ଅଧିକାଂଶ ପରିବାରଙ୍କୁ ଆବାସ ପାଇଁ କାର୍ଯ୍ୟାଦେଶ ଦିଆସରିଛି। ବର୍ତ୍ତମାନ ଘରୋଇ ଓ ପୋଖରୀ ହିଡ଼ରେ ରହୁଥିବା ୧୨ ଟି ବସ୍ତିର ୪ଶହରୁ ଊର୍ଦ୍ଧ୍ୱ ପରିବାର ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ସ୍ଥାନାନ୍ତରିତ ହେବାବେଳେ ପୁଣି ଆବାସ ଯୋଜନା ଆବଶ୍ୟକ ପଡିବ ବୋଲି ଉକ୍ତ ୪ଶହ ପରିବାର ପକ୍ଷରୁ କୁହାଯାଇଛି। ତେବେ ପୁଣି ଥରେ କେବେ ଆବାସ ଯୋଜନାରେ ନବରଙ୍ଗପୁର ସହରକୁ ଟାର୍ଗେଟ ଆସିବ ଆବେଦନକାରୀ ଆବାସ ପାଇବେ ତାହା ପ୍ରଶ୍ନ ସୃଷ୍ଟି କରୁଛି। ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ୨ ବର୍ଷ ହେବ ଆବାସ ଯୋଜନାରେ ଘର ଆସିନାହିଁ। ୩ ଶହ ଆବାସ ପାଇଁ ପ୍ରସ୍ତାବ ଯାଇଛି। ଜିଲାକୁ ଟାର୍ଗେଟ ଆସିଲେ ସେଥିରୁ ନବରଙ୍ଗପୁର ପୌରସଂସ୍ଥାକୁ କେତେ ଟାର୍ଗେଟ ଦିଆଯିବ ତାହା ଜଣା ପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri