Posted inଫୁରସତ

ପୁଅ ହେବ ତ ଏମିତି: କରୋନା ସଂକ୍ରମିତ ମା’ଙ୍କୁ ଦେଖିବା ପାଇଁ…

କରୋନା ସମୟରେ ସାମାଜିକ ଦୂରତା ବଜାୟ ରଖିତ୍ବା ନିହାତି ଆବଶ୍ୟକ। କରୋନା ଆକ୍ରାନ୍ତଙ୍କଠାରୁ ଦୂରେଇ ରହିବା ତାଙ୍କ ପରିବାର ପାଇଁ ବେଶ୍‌ କଷ୍ଟର ସାବ୍ୟସ୍ତ ହୋଇଥାଏ। ଯାହାର ଏକ ନିଚ୍ଛକ ଉଦାହରଣ ପାଲେଷ୍ଟାଇନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କ ପୁଅ ମା’ଙ୍କୁ ଦେଖିବା ପାଇଁ ଏକ ଅଭିନବ ଉପାୟ ବାଛିଥିଲେ। ସେ ପ୍ରତିଦିନ ରାତିରେ ହସ୍ପିଟାଲ କାନ୍ଥରେ ସିଡ଼ି ଲଗାଇ ଝରକା ଉପରେ ବସି ନିଜ ମା’ଙ୍କୁ ଦେଖୁଥିଲେ। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାଲେଷ୍ଟାଇନର ବେଟ ଆଓ୍ବାରେ ରହୁଥିବା ୩୦ ବର୍ଷୀୟ ଜିହାଦ୍‌ ଅଲ ସୁଓ୍ବେତିଙ୍କ ୭୩ ବର୍ଷୀୟ ମା’ ରଶ୍ମୀ ସୁଓ୍ବେତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ହେବ୍ରନ ଷ୍ଟେଟ୍‌ ହସ୍ପିଟାଲରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ମା’ଙ୍କୁ ଦେଖିବା ପାଇଁ ଜିହାଦଙ୍କ ପାଖରେ କୌଣସି ଉପାୟ ନ ଥିଲା। ସେ ପ୍ରତିଦିନ ରାତିରେ ହସ୍ପିଟାଲ କାନ୍ଥରେ ଚଢି ମା’ଙ୍କୁ ଝରକା ବାହାରୁ ଦେଖୁଥିଲେ। ରଶ୍ମୀ କରୋନା ଆକ୍ରାନ୍ତ ପୂର୍ବରୁ ଲ୍ୟୁକେମିଆରେ ମଧ୍ୟ ପିଡିତ ଥିଲେ। ୫ ଦିନ ଧରି ଚିକିତ୍ସା ଚାଲିବା ପରେ ଶେଷରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଜିହାଦ ୧୫ ଦିନ ପୂର୍ବରୁ ନିଜ ପିତାଙ୍କୁ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଲମ୍ବା ହ୍ୟାଟ

ହ୍ୟାଟ ପିନ୍ଧିବା ଅନେକଙ୍କୁ ଭଲ ଲାଗିଥାଏ। ତେଣୁ ସେମାନେ ବିଭିନ୍ନ ପ୍ରକାରର ହ୍ୟାଟ ଟ୍ରାଏ କରନ୍ତି। ଆଉ ଆମେ ଏଠି ଯେଉଁ ହ୍ୟାଟ୍‌ କଥା କହୁଛୁ...

ଏହି ମନ୍ଦିରରେ କେବେ ବାଜେ ନାହିଁ ଶଙ୍ଖ

ସାଧାରଣତଃ ଦେବଦେବୀଙ୍କ ମନ୍ଦିରରେ ପୂଜାପାଠ ସମୟରେ ଶଙ୍ଖ ବଜାଯାଇଥାଏ। ମାତ୍ର ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେବେ ଶଙ୍ଖ ବାଜେ ନାହିଁ। ବାସ୍ତବରେ ଏହା...

ବିଶ୍ୱର ସବୁଠୁ ଭୋକିଲା, ମାରାତ୍ମକ ଜୀବ

ନୂଆଦିଲ୍ଲୀ: ସାଧାରଣତଃ ସାପ ଭୟଙ୍କର ବୋଲି ସମସ୍ତେ ଜାଣିଛନ୍ତି। ସାପର ବିଷ ନିମିଷକରେ ମଣିଷର ଜୀବନ ନେଇଯାଏ। ମାତ୍ର ସାପଠାରୁ ବି ଭୟଙ୍କର ଜୀବ ଅଛି।...

ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ

ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ...

କରୋନାରୁ ରକ୍ଷା ପାଇଁ ଏପରି ପୋଷାକ ପିନ୍ଧିଲେ ଦମ୍ପତି: ଭିଡିଓ ଭାଇରାଲ

ବ୍ରାଜିଲ: ବ୍ରାଜିଲର ଏକ ଦମ୍ପତି ଏବେ ସୋସିଆଏ ମିଡିଆରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି। କାରଣ ହେଉଛି ସେମାନେ ସ୍ପେସ୍‌ ସୁଟ୍‌ ପିନ୍ଧି ରିଓ ଡେ ଜେନେରିଓ...

ଝିଅମାନେ ପ୍ରେମରେ ପଡିଲେ କେମିତି ଜାଣିବେ

ଟିନ୍‌ଏଜ୍‌ ବା ଯୁବ ବୟସରେ ସାଧାରଣତଃ ପୁଅ ଝିଅମାନେ ପ୍ରେମ କରି ବସିଥାଆନ୍ତି। ହେଲେ ପ୍ରେମ ମାମଲାରେ ପୁଅଟି ପ୍ରଥମେ କେମିତି ଝିଅଟିକୁ ପ୍ରପୋଜ୍‌ କରିବେ...

ଏମିତି ମନ୍ଦିର ଯେଉଁଠି ଦେବୀଙ୍କ ପାଟିରୁ ବାହାରେ ନିଆଁ…

ଭାରତରେ ଥିବା କେତେକ ମନ୍ଦିରର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନି। ହିମାଚଳପ୍ରଦେଶ କାଙ୍ଗଡ଼ା ଘାଟିରେ ଦେବୀ ମା’ଙ୍କ ମନ୍ଦିର ରହିଛି। ଏଠାରେ...

ମାଛକୁ ବଞ୍ଚାଇବା ପାଇଁ ଘୁଷୁରି ଛୁଆ କରୁଛନ୍ତି ଏମିତି କାର୍ଯ୍ୟ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରାୟତଃ ସମସ୍ତ ପଶୁଙ୍କଠାରେ ଦୟାଳୁ ମନୋବୃତ୍ତି ଦେଖାଯାଏ। ସୋସିଆଲ ମିଡିଆରେ ସେହିପରି ଅନେକ ଭିଡିଓ ନଜର ଆସିଥିବା ବେଳେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି।...

Coronavirus Update


Archives

Model This Week

Why Dharitri