ଭୁବନେଶ୍ୱର,୨୮।୮(ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ୩ ଦିନିଆ ଗ୍ଲୋବାଲ ଟ୍ରେଡ୍ ଶୋ ‘ରିସର୍ଜେଣ୍ଟଟ ଓଡ଼ିଶା-୨୦୨୪’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ୩ ଦିନିଆ ଶୋ’ ୨୦୨୪ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜନ ହେବ ବୋଲି ୟୁସିସିଆଇଏଲ୍ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ଓଡ଼ିଶା ସରକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଶୋ ଓଡ଼ିଶାର ଅର୍ଥନୈତିକ ଓ ଶିଳ୍ପ ଯାତ୍ରାରେ ଏକ ଐତିହାସିକ ଅବସର ହେବାର ପ୍ରତିଶ୍ରୁତି ଦେଇଛି।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ଘରୋଇ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ୟୁସିସିଆଇଏଲ୍ର ସଭାପତି ବ୍ରହ୍ମା ମିଶ୍ର, ଉପସଭାପତି ତାରିଣୀ ପ୍ରସାଦ ମହାନ୍ତି, ସମ୍ପାଦକ ଅଶୋକ କୁମାର ଶାରଦା, ଗ୍ଲୋବାଲ ଟ୍ରେଡ୍ ଶୋ’ର ଚେୟାରମ୍ୟାନ୍ ପ୍ରବୋଧ ମହାନ୍ତି,କୋ-ଚେୟାରମ୍ୟାନ୍ ପଙ୍କଜ ମହାନ୍ତି, କନ୍ଭେନର ମନୋଜ ପୃଷ୍ଟିଙ୍କ ସମେତ ଇପିକଲର ଇଡି କଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ଏହି ଶୋ’ରେ ଅନେକ ପ୍ରଦର୍ଶନୀ, କର୍ମଶାଳା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ସହ ପ୍ୟାନେଲ ଆଲୋଚନା ସାମିଲ ରହିବ। ଯେଉଁଥିରେ ଅଂଶଗ୍ରହଣକାରୀଙ୍କୁ ଅତ୍ୟାଧୁନିକ ପ୍ରକଳ୍ପ, ଅଭିନବ ସମାଧାନ ଏବଂ ବଜାରର ଅତ୍ୟାଧୁନିକ ଟ୍ରେଣ୍ଡ ଅନୁସନ୍ଧାନ କରିବାର ଅତୁଳନୀୟ ସୁଯୋଗ ମିଳିବ ବୋଲି ୟୁସିସିଆଇଏଲ୍ର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି। କନ୍ଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ), ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି), ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ଏବଂ ଆସୋଚାମ୍ ଭଳି ପ୍ରତିଷ୍ଠିତ ସଙ୍ଗଠନ ସହ ସହଯୋଗକରି ଆମେ ଗର୍ବ ଅନୁଭବ କରୁଛୁ।
ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ
ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…
ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ
ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…
ଡେବ୍ୟୁ ମ୍ୟାଚ୍ରେ ଇତିହାସ ରଚିଲେ ଏହି କ୍ରିକେଟର୍: ଭାଙ୍ଗିଲେ କୋହଲିଙ୍କ ରେକର୍ଡ
ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…
ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…
୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍ ଗର୍ଲ
ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍ର ଡ୍ରିମ୍ ଗର୍ଲ ହେମା ମାଳିନୀ…
ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ
ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…
୩୮ ବର୍ଷ ବୟସରେ ଟିମ୍ ବଦଳାଇଲେ ଏହି କ୍ରିକେଟର୍: ପ୍ରଥମ ମ୍ୟାଚ୍ରେ କଲେ ଚମତ୍କାର
ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…
ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ
ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

