କରୋନା କାଳରେ ପିଏଫ୍‌ ଟଙ୍କା ଦେଲା ସାହାରା: ୪ ମାସରେ ଉଠାଇଲେଣି ୩୦ ହଜାର କୋଟି

ନୂଆଦିଲ୍ଲୀ,୨୮।୭:କରୋନା ସମୟରେ ଲୋକଙ୍କୁ ଜରୁରୀ ଅର୍ଥର ଆବଶ୍ୟକତା ବଢ଼ିଯାଇଛି। ଏଭଳି ସମୟରେ ଭବିଷ୍ୟନିଧି ପାଣ୍ଠିଂ ବା ପିଏଫ୍‌ ଟଙ୍କା ଲୋକଙ୍କର ସାହାରା ପାଲଟିଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଖବର ଆସିଛି। ରିପୋର୍ଟ ମୁତାବକ ଏପ୍ରିଲ ଠାରୁ ଜୁଲାଇ ମାସ ମଧ୍ୟରେ ଇପିଏଫ୍‌ଓର ୮୦ ଲକ୍ଷ ସବ୍‌ସ୍କ୍ରାଇବର ୩୦ ହଜାର କୋଟି ଟଙ୍କାର ପାଣ୍ଠି ଉଠାଇଛନ୍ତି। ଇପିଏଫ୍‌ଓ ବର୍ତ୍ତମାନ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ପାଣ୍ଠି ପରିଚାଳନା କରୁଛି। ଏଥିରେ ପ୍ରାୟ ୬ କୋଟି ସବ୍‌ସ୍କ୍ରାଇବର ରହିଛନ୍ତି। ଉପଭୋକ୍ତାଙ୍କର ଏଭଳି ଜମା ରାଶି ଉଠାଣ ଦ୍ୱାରା କୌଣସି ନକାରାତ୍ମକ ପ୍ରଭାବ ପଡିବ ନାହିଁ ବୋଲି ବୋଲି ଇପିଏଫ୍‌ଓ ପ୍ରକାଶ କରିଛି।
ଇପିଏଫ୍‌ଓର ଜଣେ ଅଧିକାରୀ କହିଛନ୍ତି ଯେ, ଏପ୍ରିଲ ଠାରୁ ଜୁଲାଇ ତୃତୀୟ ସପ୍ତାହ ମଧ୍ୟରେ ଏଭଳି ଉଠାଣ ହୋଇଛି। ସ୍ଥିତି ସାମାନ୍ୟ ରହିଥିଲେ ସାଧାରଣତଃ ଏଭଳି ବଡ ଧରଣର ଉଠାଣ ସାଧାରଣତଃ ହୋଇ ନ ଥାଏ। ବର୍ତ୍ତମାନ ବଜାର ପ୍ରଭାବିତ ରହିଥିବାରୁ ଅନେକ ଲୋକ ଚାକିରି ହରାଇଛନ୍ତି। ଲୋକଙ୍କର ବେତନ ହ୍ରାସ ମଧ୍ୟ ହୋଇଛି। ସେହିଭଳି ସ୍ବାସ୍ଥ୍ୟ ପାଇଁ ଲୋକଙ୍କୁ ଖର୍ଚ୍ଚ କରିବାକୁ ପଡୁଛି। ରିପୋର୍ଟ ମୁତାବକ ୩୦ ଲକ୍ଷ ସବ୍‌ସ୍କ୍ରାଇବର କୋଭିଡ୍‌ ଓ୍ବିଣ୍ଡୋ ମୁତାବକ ୮ ହଜାର କୋଟି ଟଙ୍କା ଉଠାଣ କରିଛନ୍ତି। ୫୦ ଲକ୍ଷ ସବ୍‌ସ୍କ୍ରାଇବର ମେଡିକାଲ ଖର୍ଚ୍ଚ ଲାଗି ୨୨ ହଜାର କୋଟି ଟଙ୍କା ଉଠାଇଛନ୍ତି।
ଅଧିକାରୀଙ୍କ କହିବା ଅନୁସାରେ ଶୀଘ୍ର ଉଠାଣ କରୁଥିବା ଲୋକଙ୍କ ସଂଖ୍ୟା ୧ କୋଟି ଛୁଇଁବ। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଲୋକମାନେ ଇପିଏଫ୍‌ଓ ପାଣ୍ଠିରୁ ମୋଟ ୭୨ ହଜାର କୋଟି ଟଙ୍କା ଉଠାଇ ଥିଲେ। ଚଳିତ ଆର୍ଥତ୍କ ବର୍ଷର ମୋଟ ଚାରି ମାସରେ ଏହା ୩୦ ହଜାର କୋଟି ଟଙ୍କା ରହିଛି। ଉଠାଣ ମାମଲା ଲଗାତର ଭାବେ ବଢି ଚାଲିଛି। ଆର୍ଥତ୍କ ସଙ୍କଟ ବଢୁଥିବାରୁ ଲୋକମାନେ ଏଭଳି କରୁଥିବା କୁହାଯାଉଛି। ଆଗାମୀ ଦିନଗୁଡିକରେ ଇପିଏଫ୍‌ଓ ପାଣ୍ଠିରୁ ଆହୁରି ବଡ ଧରଣର ଉଠାଣ ହେବ ବୋଲି ଅନୁମାନ କରାଯାଉଛି। ଉଠାଣ କରୁଥିବା ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ନିୟୁତ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri