୯୦୦ ସ୍ଥାନରେ ୩୦ ପୋଲିସଙ୍କୁ ଦାୟିତ୍ୱ

ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ୍‌ ଅଭୟାରଣ୍ୟ ଶିମିଳିପାଳର ବନ୍ୟପ୍ରାଣୀ, ବୃକ୍ଷଲତା ଓ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। ଏକମାସ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ କାର୍ଯ୍ୟରତ ଦୁଇ ବନ କର୍ମଚାରୀ ଶିକାରୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହି ଘଟଣା ପରେ ସୁରକ୍ଷା ଦାବି ନେଇ ସାରା ରାଜ୍ୟରେ ବନ କର୍ମଚାରୀମାନେ ପାଟ୍ରୋଲିଂ ଛାଡ଼ି ଆନ୍ଦୋଳନ ଜାରି ରଖିଛନ୍ତି। କର୍ମଚାରୀମାନେ ଅଫିସ କାର୍ଯ୍ୟ ବ୍ୟତୀତ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଦିଗରେ ଅସହଯୋଗ କରି ଚାଲିଛନ୍ତି। ଅପରପକ୍ଷରେ ଶିକାରୀ ଗୁଳିରେ ବନ କର୍ମଚାରୀ ମୃତ୍ୟୁ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରୀୟ ଟିମ୍‌ ଶିମିଳିପାଳ ଗସ୍ତ କରି ରିପୋର୍ଟ ପ୍ରଦାନ କରିଥିଲା। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାକୁ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭୁପେନ୍ଦର ଯାଦବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଥିବା ବାଘ ଓ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ସୁରକ୍ଷା ପ୍ରତି ଦୃଢ଼ ପଦକ୍ଷେପ ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଓଡ଼ିଶା ଅଣଗେଜେଟେଡ୍‌ ବନସେବା ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଜଙ୍ଗଲରେ ପାଟ୍ରୋଲିଂ, ବନ୍ୟପ୍ରାଣୀଙ୍କ ଅନୁସରଣ ଓ ବନ୍ୟପ୍ରାଣୀ ଆପ ରିପୋର୍ଟ ପ୍ରସ୍ତୁତ କରିବାରୁ ଡେପୁଟି ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ ବିରତ ରହିଛନ୍ତି। ଅନ୍ୟପକ୍ଷରେ ଶିମିଳିପାଳକୁ ସୁରକ୍ଷା ଦେଉଥିବା ୬୦୦ରୁ ଊର୍ଦ୍ଧ୍ୱ ଶିମିଳିପାଳ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ(ସୁରକ୍ଷା ସହାୟକ) ସଂଘ ପକ୍ଷରୁ ମଧ୍ୟ ଜୁଲାଇ ୧ତାରିଖରୁ ୭ଦଫା ଦାବି ନେଇ କାର୍ଯ୍ୟବନ୍ଦ ଜାରି ରହିଛି। ଏପରିସ୍ଥଳେ ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ କାର୍ଯ୍ୟ କରୁ ନ ଥିବାରୁ ଶିମିଳିପାଳ ଅସୁରକ୍ଷିତ ହୋଇପଡ଼ିଛି। ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଡିଭିଜନର ୮୪୫ ବର୍ଗ କି.ମି. କୋର ଅଞ୍ଚଳରେ ୧୭ଟି ରେଞ୍ଜ ଅଫିସ ସହ ୨୭୧ଟି ବିଟ୍‌ ହାଉସ ରହିଛି। ୮୮ ଫରେଷ୍ଟର ପଦବୀ ରହିଥିବା ବେଳେ ୩୬ ଖାଲି ପଡ଼ିଛି। ସେହିପରି ୨୭୧ ଫରେଷ୍ଟ ଗାର୍ଡ ମଧ୍ୟରୁ ୧୨୨ ପଦବୀ ଖାଲି ପଡ଼ିଛି। ଫଳରେ ୧୭ ରେଞ୍ଜ ଅଫିସର ଓ ଏସିଏଫ୍‌ମାନଙ୍କ ଦ୍ୱାରା ଶିମିଳିପାଳ ସୁରକ୍ଷା ଅସମ୍ଭବ ହୋଇପଡ଼ିଛି। ଶିକାରୀମାନେ ନିର୍ଭୟରେ ପଶି ହାତୀ ଓ ମହାବଳ ବାଘ ଶିକାର କରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯଶୀପୁର ଅଞ୍ଚଳରୁ ରବିବାର ୪ଟି ହାତୀ ଦାନ୍ତ ଜବତ ଘଟଣା ଶିମିଳିପାଳରେ ଶିକାରୀଙ୍କ ପ୍ରାଦୁର୍ଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଏ ସଂକ୍ରାନ୍ତରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ପ୍ରୋଟେକ୍ସନ ଆସିଷ୍ଟାଣ୍ଟମାନଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ଶିମିଳିପାଳ ସୁରକ୍ଷା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ପ୍ରମୁଖ ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ୍‌)ଙ୍କ ସହ ଆଲୋଚନା ପରେ ୩ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରିବାକୁ ନିର୍ଦ୍ଦେଶ ମିଳିଛି। ଏହାସହ କରଞ୍ଜିଆ, ରାଇରଙ୍ଗପୁର ଓ ଅନ୍ୟାନ୍ୟ ଡିଭିଜନରୁ ୧୫୦ ବନ କର୍ମଚାରୀଙ୍କୁ ଶିମିଳିପାଳ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ଶିମିଳିପାଳ ପାଦଦେଶରେ ଥିବା ଲୋକ ଓ ଜନପ୍ରତିନିଧିଙ୍କୁ ନେଇ ଶିମିଳିପାଳ ସୁରକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତିି। ଅନ୍ୟପକ୍ଷରେ ଶିମିଳିପାଳକୁ ସୁରକ୍ଷା ଦେଉଥିବା କର୍ମଚାରୀଙ୍କ ଦାବି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲେ ଶିମିଳିପାଳକୁ ବଞ୍ଚାଇ ହେବ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri