ଚାପଖେଳ ବେଳେ ବାଣ ବିସ୍ଫୋରଣ: ୩୦ ଆହତ, ଜଣେ ନାବାଳକର ମୃତ୍ୟୁ

ପୁରୀ/କଟକ,୩୦।୫(ଅଜିତ୍‌ ମହାନ୍ତି/ଶିଳ୍ପୀ ପ୍ରିୟଦର୍ଶିନୀ)ଭଉଁରୀ ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। ବାଣ ବିସ୍ଫୋରଣ ହେବାରୁ ନିଆଁ ପଡ଼ି ୩୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବର୍ନ ୟୁନିଟ ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ୨୦ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ କଟକ ଏବଂ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୁରୀ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର ନ ଥିବାରୁ ଆହତଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆହତଙ୍କ ମଧ୍ୟରେ କେତେଜଣ ଛୋଟ ପିଲା ରହିଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କ ପରିଚୟ ମିଳିପାରି ନ ଥିବାବେଳେ ପ୍ରାୟ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି। ଖବରପାଇ ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସ୍‌ପି ପିନାକ ମିଶ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମହାପ୍ରଭୁଙ୍କ ଚାପଖେଳର ବିଂଶତମ ଦିବସ ଅବସରରେ ପରମ୍ପରା ଅନୁଯାୟୀ ରାତି ଚାପରେ ମହାପ୍ରଭୁ ଭଉଁରି ଖେଳିଥାନ୍ତି। ବୁଧବାର ମହାପ୍ରଭୁଙ୍କ ଭଉଁରି ଚାପଖେଳ ବେଳେ ନୀତି ଚାଲିଥିବା ସମୟରେ ଏହାକୁ ଦେଖିବା ନିମନ୍ତେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ଦେବୀ ଘାଟ ନିକଟ ଦାସତୁଠ ନିକଟରେ ବାଣ ଫୁଟାଯିବାର ସ୍ଥିର ହୋଇଥିଲା। ତେବେ ଏକ ସାଙ୍ଗରେ ବାଣ ଫୁଟିଯିବାରୁ ନିକଟରେ ଗଚ୍ଛିତ ଥିବା ବାଣ ଉପରେ ନିଆଁ ଝୁଲ ପଡ଼ି ବିସ୍ଫୋରଣ ଘଟିଥିଲା। ଫଳରେ ସେଠାରେ ଉପସ୍ଥିତ ଭକ୍ତଙ୍କ ଉପରେ ନିଆଁ ପଡ଼ିଯାଇଥିଲା। ଅନେକ ଭକ୍ତ ଜୀବନ ବଞ୍ଚାଇବା ପାଇଁ ପାଣି ମଧ୍ୟକୁ ଡେଇଁ ପଡ଼ିିଥିଲେ। ଆହତମାନଙ୍କୁ ସଙ୍ଗେ ସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏପରି କି ଆବଶ୍ୟକ ଆମ୍ବୁଲାନ୍ସ ନ ଥିବାରୁ କେତେଜଣ ଆହତଙ୍କୁ ପୋଲିସ ଭ୍ୟାନରେ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ମୁଖ୍ୟ ଚିକିତ୍ସାଳୟରେ ବର୍ନ ୟୁନିଟ ଏବଂ ଆବଶ୍ୟକ ଡାକ୍ତର ନ ଥିବାରୁ ଗୁରୁତର ୨୦ରୁ ଊର୍ଦ୍ଧ୍ୱଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏଥିସହ ୧୦ଜଣଙ୍କୁ ପୁରୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜିଲାପାଳ ସ୍ବାଇଁ କହିଛନ୍ତି, ପ୍ରାଥମିକତା ଦୃଷ୍ଟିରୁ ୧୦ଗୋଟି ଆମ୍ବୁଲାନ୍ସରେ ପ୍ରାୟ ୨୦ରୁ ଅଧିକ ଗୁରୁତର ଆହତଙ୍କୁ ସ୍ଥାନାନ୍ତର କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀରେ ଗୋଟିଏ ଫାୟାର ଟିମ୍‌ ମୁତୟନ ରହିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଖରୀରେ ଖୋଜା ଚାଲିଛି। ଜରୁରିକାଳୀନ ଅଧିକାରୀ ସେଠାରେ ଉପସ୍ଥିତ ରହିଛନ୍ତି ବୋଲି ଜିଲାପାଳ କହିଛନ୍ତି। ଏସ୍‌ପି ମିଶ୍ର କହିଛନ୍ତି, ଘଟଣାରେ ଆହତଙ୍କୁ ପ୍ରଥମେ ଚିକିତ୍ସା ଯୋଗାଇ ଦିଆଯାଉଛି। ବାଣ କିଏ ଫୁଟାଉଥିଲେ ସେନେଇ ତଦନ୍ତ କରାଯିବ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଏହି ଘଟଣାରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ବିଜେଡି ନେତା ସୁନିଲ ମହାନ୍ତି କହିଛନ୍ତି, ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସମସ୍ତେ ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଅପରପକ୍ଷରେ ବିଜେଡି ରାଜ୍ୟ ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ଅଘଟଣ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ଅପରପକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏସ୍‌ସିବି ମେଡିକାଲ ଯାଇ ଆହତଙ୍କ ଚିକିତ୍ସା ଉପରେ ସମୀକ୍ଷା କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏସ୍‌ସିବିରେ ଜଣେ ରୋଗୀ ପହଞ୍ଚିଥିବାବେଳେ ଏମ୍‌ସରେ ଜଣେ ଏବଂ ସମ୍‌ରେ ୨ ଜଣ, ସମ୍‌ ଅଲ୍‌ଟିମେଟ୍‌ରେ ୩ ଜଣ, ହାଇଟେକ୍‌ରେ ଜଣେ ଭର୍ତ୍ତି ହୋଇଛନ୍ତି। ଏସ୍‌ସିବିରେ ୧୫ଟି ଏବଂ ଅଶ୍ୱିନୀରେ ୫ଟି ବେଡ୍‌ ପ୍ରସ୍ତୁତ ରହିଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri