କନ୍ଧମାଳରେ ଆଉ ୩୦ ମାଓବାଦୀ : ରାଇକିଆ, ଦାରିଙ୍ଗବାଡି, କୋଟଗଡରେ ସକ୍ରିୟ

ଫୁଲବାଣୀ,୨୩।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଆଉ ୩୦ ମାଓବାଦୀ ସକ୍ରିୟ ଅଛନ୍ତି। ସେମାନେ ପ୍ରତିଦିନ ସ୍ଥାନ ବଦଳାଉଛନ୍ତି। ଜିଲାର ରାଇକିଆ, ଦାରିଙ୍ଗବାଡି ଏବଂ କୋଟଗଡରେ ସେମାନେ ବିଚରଣ କରୁଛନ୍ତି। ଆମର ମିଳିତ ଅପରେଶନରେ ରବିବାର ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ ମୁକ୍ତ ଅଞ୍ଚଳ କରିବାକୁ ଆମେ ଚେଷ୍ଟା କରୁଛୁ। ଏବେବି ଆମେ ସେମାନଙ୍କୁ ହିଂସା ପଥ ଛାଡି ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଉଛୁ ବୋଲି ସୋମବାର ଜିଲା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମିଳନୀରେ ଏଡିଜିପି ସଂଜୀବ ପଣ୍ଡା ପ୍ରକାଶ କରିଛନ୍ତି।
ଏଥିସହ ଅଧିକ ସୂଚନା ଦେଇ କହିଛନ୍ତି, ରାଇକିଆ ଥାନା ଅନ୍ତର୍ଗତ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ରହିଛନ୍ତି।
କନ୍ଧମାଳ ଏସ୍‌ପି ହରିଶ ବି.ସି.ଙ୍କ ନିର୍ଦ୍ଦେଶକ୍ରମେ ଗତ ୨୦ ତାରିଖ ରାତିରୁ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଏସଓଜିର ୧୧ଟି ଟିମ୍‌ ଏବଂ ସିଆରପିଏଫର ୨ଟି ଟିମ୍‌ ସାମିଲ ହୋଇଥିଲେ।

ରବିବାର ସକାଳ ପ୍ରାୟ ୧୧ଟା ସମୟରେ ଶର୍ଚ୍ଚ ଅପରେଶନ ଚାଲିଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଦୁଇଜଣ ମାଓବାଦୀ ପ୍ରାଣ ହରାଇଥିଲେ। ମାଓବାଦୀମାନେ କେକେବିଏନ ଡିଭିଜନର ସୁକ୍ରୁଙ୍କ ନେତୃତ୍ୱରେ କାମ କରୁଥିଲେ ଏବଂ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ, ନିର୍ଭୁଲ ତଥ୍ଯ ଦେବାକୁ…

ଛତ୍ରପୁର,୨୩ା୨(ଦିଲ୍ଲୀପ ସାମଲ): ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜିଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର…

ଅଭିଯୋଗ ଶୁଣାଣି, ଗୋପାଳବନ୍ଧରେ ଫୁଡକୋର୍ଟ ନିର୍ମାଣ ବନ୍ଦ କରି ସୌନ୍ଦର୍ଯ୍ଯକରଣ ପାଇଁ ଦାବି

ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଶୁଣାଣୀ ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ଯାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବେଆଇନ ଚୋରା ଦେଶୀ, ବିଦେଶୀ ମଦ ବିକ୍ରିକୁ ବିରୋଧ: ରାଲି କରି ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା

ଧର୍ମଶାଳା, ୨୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ପଲାର ଗ୍ରାମର ଏସ୍‌ଏଚ୍‌ଜି ମହିଳା ସଂଘ ପକ୍ଷରୁ ବେଆଇନ ଚୋରା ଦେଶୀ…

ପୂର୍ବତନ ଭାରତୀୟ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ: ଜିମ୍ବାୱେ ବିପକ୍ଷରେ ଟିମ ଇଣ୍ଡିଆ କରିବ ଏତେ ରନ୍‌

ନୂଆଦିଲ୍ଲୀ,୨୩।୨: ୨୦୨୬ ଟି୨୦ ବିଶ୍ୱକପରେ, ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପରବର୍ତ୍ତୀ ସୁପର ୮ ମ୍ୟାଚ ଖେଳିବ। ଏହି ମ୍ୟାଚ ଗୁରୁବାର, ଫେବୃଆରୀ ୨୬ ତାରିଖରେ ଚେନ୍ନାଇର…

ଦୋଳ ଯାତ୍ରା ପ୍ରସ୍ତୁତି ଆରମ୍ଭ କଲା ପୋଲିସ: ୩ ଦିନ ବନ୍ଦ ରହିବ ମଦ ଦୋକାନ, ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି

ଗଞ୍ଜାମ,୨୩।୨(ବିଦ୍ୟାଧର ସାହୁ ): ଆସନ୍ତା ମାର୍ଚ୍ଚ ୧ରୁ ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ଆରମ୍ଭ ହେବ । ତିନି ଦିନ ଧରି ଅନୁଷ୍ଠିତ ଉକ୍ତ ଯାତ୍ରାରେ…

ପାଣି ପାଉଚ ଉତ୍ପାଦନ କେନ୍ଦ୍ରରେ ବଡ଼ ଧରଣର ଚଢ଼ାଉ

ଖଡ଼ିଆଳ,୨୩ା୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲାକୁ ସମ୍ପୂର୍ଣ୍ଣ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲା ପାଇଁ ପ୍ରଶାସନ ସଙ୍କଳ୍ପ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ଏପରିସ୍ଥଳେ…

ଝିଅ-ପୁଅ ଭିତରେ ଭେଦଭାବ କରୁଥିଲେ ବାପା, ଛୁରୀ ଭୁସି ହତ୍ୟା କରିଦେଲେ…

ଲକ୍ଷ୍ନୌ,୨୩ା୨: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ବାପାଙ୍କୁ ତାଙ୍କ ଦୁଇ ଝିଅ ଛୁରୀରେ ଭୁସି ହତ୍ୟା କରିଥିବା…

କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ, ଗହୀର ମଝିରେ ଏକୁଟିଆ ରହୁଥିବାବେଳେ…

ପିପିଲି,୨୩ା୨: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡର ୨୦ ଦିନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri