୧୦୦ ବଦଳରେ ୩୦ ଶଯ୍ୟା ଡାକ୍ତରଖାନା

ଯାଜପୁର ଅଫିସ, ୩୦।୪: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ସ୍ବାସ୍ଥ୍ୟସେବା ଭୁୁଶୁଡ଼ି ପଡିଛି। ଏହି କ୍ରମରେ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବାକୁ ୧୪ ଦିନ ଧରି ଧାରଣା ଦେବାପରେ ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଥିଲା। ଏହି ବନ୍ଦ ପାଳନକୁ ସହରବାସୀ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ କରିଥିବା ଦେଖାଯାଇଥିଲା। ଏବେ ପ୍ରଶାସନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ସୁପରସ୍ପେଶାଲିଟି ହସ୍ପିଟାଲ ବଦଳରେ ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ଜମି ଖୋଜୁଛନ୍ତି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହାକୁ ପ୍ରଶାସନର ଭୁଅଁା ବୁଲା ନୀତି ଏବଂ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ ବୋଲି ମତପ୍ରକାଶ ପାଇଛି। ଏହାବାଦ୍‌ ୫ ଦଫା ଦାବିଗୁଡ଼ିକ ପୂରଣ ନ ହେବା ଯାଏ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।
ବ୍ୟାସନଗରର ପରିସୀମା ବଢ଼ିବା ସହ ଲୋକସଂଖ୍ୟା ବେସରକାରୀ ଭାବେ ଦେଢ଼ ଲକ୍ଷ ଟପିଲାଣି। ହେଲେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସାଙ୍ଗକୁ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହରବାସୀଙ୍କୁ ବ୍ୟଥିତ କରିଛି। ଏହାର ସୁଯୋଗରେ କଟକ, ଭୁବନେଶ୍ୱର, ଯାଜପୁର ଓ ଯାଜପୁରରୋଡ୍‌ର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି ବ୍ୟାସନଗର। ସହରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମେଡିସିନ ଷ୍ଟୋର ସମେତ ବିଭିନ୍ନ କ୍ଲିନିକରେ ଏହି ଡାକ୍ତରମାନେ ସ୍ବାସ୍ଥ୍ୟସେବାକୁ ବ୍ୟବସାୟୀକରଣ କରିଛନ୍ତି। ଆର୍ଥିକ ସ୍ବଚ୍ଛଳବର୍ଗର ଲୋକମାନେ ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଡାକ୍ତର ଫି ଦେଇ ସ୍ବାସ୍ଥ୍ୟସେବା ପାଉଥିବାବେଳେ ଗରିବ ନିରୀହ ଲୋକ ଏଥିରେ ପେଷି ହେଉଥିବା ମତପ୍ରକାଶ ପାଇଛି।
ବ୍ୟାସନଗର ଓ ଏହାର ଆଖପାଖରେ କିଡ୍‌ନୀ ରୋଗ ସମେତ ଯକ୍ଷ୍ମା, ଜ୍ୱର, ଝାଡ଼ାବାନ୍ତି, ହଇଜା ଓ ଅନ୍ୟାନ୍ୟ ପେଟ ରୋଗରେ ଲୋକେ ପ୍ରାୟତଃ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଚିକିତ୍ସାସେବା ନାମରେ ୩୦ ଶଯ୍ୟା ବିଶିଷ୍ଟ ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଲୋକସଂଖ୍ୟା ତୁଳନାରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯଥେଷ୍ଟ ନୁହେଁ। ଏହାବାଦ୍‌ ଏଠାରେ ମେଡିସିନ, ଆସିଷ୍ଟାଣ୍ଟ ସର୍ଜନ, ଦାନ୍ତ ବିଶେଷଜ୍ଞ ଆଦି ପଦବୀ ଖାଲି ପଡ଼ିଛି। ଏକ୍ସ-ରେ, ଅଲ୍‌ଟ୍ରାସାଉଣ୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ସେବା ସରକାରୀସ୍ତରରେ ମିଳିପାରୁନାହିଁ। ବିଶେଷକରି ଗର୍ଭବତୀ ମହିଳାମାନେ ବିଭିନ୍ନ ସମୟରେ ଅବହେଳିତ ହେଉଥିବା ଅଭିଯୋଗ ହେଉଛି। ଦାୟିତ୍ୱରେ ଥିବା ଡାକ୍ତର ମେଡିସିନ ଷ୍ଟୋର କିମ୍ବା ବେସରକାରୀ କ୍ଲିନିକକୁ ଯିବାର ସମୟ ହୋଇଥିଲେ ଗର୍ଭବତୀ ମହିଳାଙ୍କୁ ଅଣଦେଖା କରୁଛନ୍ତି। କୌଣସି ସମସ୍ୟା ନଥିଲେ ବି ଅନ୍ୟତ୍ର ସ୍ଥାନାନ୍ତର କରୁଥିବା ଅଭିଯୋଗ ହେଉଛି। ଯାଜପୁରରୋଡ୍‌ ସିଏଚ୍‌ସିକୁ ଉନ୍ନତୀକରଣ କରିବାକୁ ୨୦୧୧ରେ ତତ୍ାଳୀନ କୋରେଇ ବିଧାୟକ ପ୍ରୀତିରଞ୍ଜନ ଘଡେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଏନେଇ ଦାବି, ଆନ୍ଦୋଳନ ମଧ୍ୟ ହୋଇଥିଲା। କିନ୍ତୁ ବିଧାୟକଙ୍କ କୌଣସି ସୁପାରିସକୁ ସରକାର ଶୁଣି ନ ଥିଲେ। ଜିଲା ହେଡ୍‌କ୍ବାର୍ଟର୍ସ ହୋଇ ନ ଥିଲେ ବି ରାଉରକେଲା ଭଳି ଏକ ସୁପରସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। କିନ୍ତୁ ତାହାକୁ ଉପେକ୍ଷା କରାଯାଇଆସୁଛି। ୨୦୧୮ରେ ତତ୍କାଳୀନ କୋରେଇ ବିଧାୟକ ଆକାଶ ଦାସ ନାୟକ ଉପଖଣ୍ଡସ୍ତରୀୟ ଡାକ୍ତରଖାନା କରିବାକୁ ଦାବି କରିଥିଲେ। ତାହା ବି କେହି କର୍ଣ୍ଣପାତ କଲେ ନାହିଁ। ୨୦୧୫ ସେପ୍ଟେମ୍ବରରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏକ ସୁପରସ୍ପେଶାଲିଟି ଡାକ୍ତରଖାନା ଆରମ୍ଭ କରିବାକୁ ଜନପ୍ରତିନିଧିମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜେଡି ସରକାରଙ୍କ ଉଚ୍ଚସ୍ତରୀୟ ନେତୃବର୍ଗଙ୍କ ହସ୍ତକ୍ଷେପ ଫଳରେ ଏହି ଆନ୍ଦୋଳନ ପ୍ରଶମିତ ହୋଇଥିଲା। ଏହି ଅବସରରେ ୨୦୧୬ ଅଗଷ୍ଟ ସୁଦ୍ଧା ସୁପରସ୍ପେଶାଲିଟି ଡାକ୍ତରଖାନା କାର୍ଯ୍ୟକାରୀ ହେବ ଏବଂ ଯେଉଁଥିରେ କିଡ୍‌ନୀ ଏବଂ କର୍କଟ ରୋଗର ଚିକିତ୍ସା ପାଇଁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତିର ୭ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ହେଲେ ଡାକ୍ତରଖାନାର ଦେଖା ନାହିଁ। ମିଳିତ କ୍ରିୟାନୁଷ୍ଠାନ କମିଟିର ହେମନ୍ତ କିଶୋର ସାହୁ, ଦୁର୍ଯ୍ୟୋଧନ ରାଉତ, ବିଦ୍ୟାଧର ମହାନ୍ତି, ଦୁଷ୍ମନ୍ତ କୁମାର ନାୟକ, ହୃଦାନନ୍ଦ ସାମଲ, ଚିନ୍ତାମଣି ପାଢୀ, ଚନ୍ଦ୍ରଶେଖର ପଣ୍ଡା, ପ୍ରଫୁଲ୍ଲ କୁମାର ନାୟକ, ବିବେକାନନ୍ଦ ମହାନ୍ତି, ଚନ୍ଦ୍ରମଣି ସାମଲ, ରାଜେନ୍ଦ୍ର ବିଶ୍ୱାଳ, ହୃଷୀକେଶ ସାହୁ ପ୍ରମୁଖଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆସନ୍ତା ୨ ତାରିଖରେ ସମସ୍ତ ରାଜନୈତିକ ଓ ଅଣ ରାଜନୈତିକ ସଂଗଠନକୁ ନେଇ ଏକ ବୈଠକ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଘୋଷଣା କରଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri