୩ ବର୍ଷ ବିତିଲା, ସରୁନି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ସିମନବାଡ଼ି-ସିକକେତା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ହରକତ ହେଉଛନ୍ତି। ଗୁରୁବାର ଉକ୍ତ ଅଞ୍ଚଳବାସୀ ଓ ଅନ୍ତରଙ୍ଗ ଯୁବସଂଘ ପକ୍ଷରୁ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ଲିଖିତ ଅଭିଯୋଗ କରାଯାଇଛି। କେଉଁ କାରଣରୁ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସାରିପାରୁନି ବୋଲି ଲୋକ ପ୍ରଶ୍ନ କରିବା ସହ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ବିଡିଓଙ୍କୁ ନିବେଦନ କରିଛନ୍ତି। ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଛାତ୍ରୀଛାତ୍ର ବିଦ୍ୟାଳୟ ମହାବିଦ୍ୟାଳୟକୁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମେତ ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହଇରାଣ ଭୋଗୁଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏଭଳି ସମସ୍ୟା ଦିନେ କି ଦୁଇଦିନ ନୁହଁ ବର୍ଷ ବର୍ଷ ଧରି ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ଯୋଗୁ ଲୋକଙ୍କ ଯାତାୟାତରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଗର୍ଭ ଧାରଣ କରିଥିବା ରୋଗୀ ହେଉ କି ଯେ କୌଣସି ରୋଗରେ ଆକ୍ରାନ୍ତ ଲୋକ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚିଲା ବେଳେ ରୋଗ ଦ୍ବିଗୁଣିତ ହେଉଛି। ଲୋକଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତର ସିକକେତାଠାରୁ ସିମନବାଡ଼ିକୁ ସଂଯୋଗ କରୁଥିବା ୧୫ କିମି ରାସ୍ତା। ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁ ଜରୁରୀ କାର୍ଯ୍ୟ ନ ଥିଲେ ସେହିରାସ୍ତାରେ ଲୋକମାନେ ଯାତାୟାତ କରୁ ନ ଥିବା କହିଛନ୍ତି। ସମ୍ପ୍ରସାରଣ ଆରମ୍ଭ ହେବାର ପ୍ରାୟ ୩ ବର୍ଷ ବିତିଲା ହେଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ କାହିଁକି ହୋଇପାରୁନି ତାହା ସାଧାରଣ ଲୋକଙ୍କୁ ମଧ୍ୟ ଜଣାନାହିଁ କି ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଉଥିବା ପୂର୍ତ୍ତବିଭାଗ ପକ୍ଷରୁ ମଧ୍ୟ ଲୋକଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉନାହିଁ। ରାସ୍ତା ସମ୍ପ୍ରସାରଣ ପୂର୍ବରୁ ରାସ୍ତାର ଯେଉଁ ଅବସ୍ଥା ରହିଥିଲା ବର୍ତ୍ତମାନ ସମ୍ପ୍ରସାରଣ ନାମରେ ଅନେକ ସ୍ଥାନକୁ ଖୋଳା ଯାଇଥିବା ବେଳେ ମେଟାଲିଂ କି ପିଚୁ ପକାଯାଇ ନ ଥିବାରୁ ସେହିରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଏନେଇ ଉକ୍ତ ଅଞ୍ଚଳରେ ଅଞ୍ଚଳବାସୀ ଘନଘନ ବୈଠକ କରି ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ବିଡିଓ ଅଭିଯୋଗପତ୍ର ପାଇବା ପରେ ପୂର୍ତ୍ତ ବିଭାଗକୁ ଜଣାଇବି ଏବଂ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri