ଭିମ୍‌ସାରରେ ୩ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଶୁକ୍ରବାର ୩ ଜଣ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରଗଡ ଜିଲାର ଜଣେ ୫୫ ବର୍ଷର ମହିଳା ଓ ଜଣେ ୫୦ ବର୍ଷର ପୁରୁଷ ଅଛନ୍ତି। ସେହିପରି ଆଉ ଜଣେ ସମ୍ବଲପୁର ଜିଲାର ୫୮ ବର୍ଷର ପୁରୁଷ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଡାକ୍ତର ଶଙ୍କର ରାମ ଚନ୍ଦାନୀ କହିଛନ୍ତି। ଅନ୍ୟପଟେ ଭିମ୍‌ସାରରେ ୨ଜଣ ବ୍ଲକ୍‌ ଫଙ୍ଗସ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ବରଗଡ ଜିଲାରୁ ଆସିଥିବା ବ୍ଲାକ ଫଙ୍ଗସ୍‌ ରୋଗୀ(୪୫)ଙ୍କୁ ଏଣ୍ଡୋସ୍କୋପି ମାଧ୍ୟମରେ ଅପରେଶନ କରାଯାଇଛି। ସେହିଭଳି ଝାରସୁଗୁଡା ଜିଲାରୁ ଅନ୍ୟଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ (୪୦) ଭିମ୍‌ସରରେ ଚିକିତ୍ସିତ ହେଉଛନ୍ତି। ସେମାନେ କିଭଳି ସୁସ୍ଥ ହେବେ ସେ ନେଇ ଡାକ୍ତରୀ ଟିମ୍‌ ଚେଷ୍ଟା କରୁଛନ୍ତି। ଇଞ୍ଜେକଶନ ଏଠାରେ ନାହିଁ। ଏମ୍ସ ସହିତ ଯୋଗାଯୋଗ କରାଯାଇଛି ବୋଲି ଇଏନ୍‌ଟି ବିଭାଗର ମୁଖ୍ୟ ଡାକ୍ତର ଶୋଭାଗିନୀ ଆଚାର୍ଯ୍ୟ କହିଛନ୍ତି।
ଏ ସମ୍ପର୍କରେ ଭିମ୍‌ସାର ଅଧ୍ୟକ୍ଷ ପ୍ରଫେସର ଲାଲ ମୋହନ ନାଏକ କହିଛନ୍ତି, ୨ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମଧ୍ୟରୁ ବରଗଡର ରୋଗୀ ଜଣଙ୍କ କର୍ଣ୍ଣ ନାସା ଗଳା ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକଶନ ଭିମ୍‌ସାରରେ ଷ୍ଟକ୍‌ ନାହିଁ। ସେ ସୁରତରେ କାମ କରି ଫେରିଥିଲେ। ପୂର୍ବରୁ ଭିମ୍‌ସାରେ କୋଭିଡ୍‌ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ହେଲେ ଗତ ଶନିବାରଠାରୁ ସେ ଭିମସାରରେ ଭର୍ତ୍ତି ହେବା ପରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଏ ନେଇ ସରକାରଙ୍କୁ ଅବଗତ କରାଯାଇଛି। ସେହିପରି ଶୁକ୍ରବାର ଆଉଜଣେ ରୋଗୀ ଝାରସୁଗୁଡା ଜିଲାରୁ ଆସିଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍‌ସ କିମ୍ବା ରାଉରକେଲା ଆଇଜିଏଚ୍‌କୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେ ଭିମ୍‌ସାରରେ ଚିକିତ୍ସା ହେବାକୁ କହିଥିଲେ। ରୋଗୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ ବଡ଼ ଝଟକା ଝଟକା, ରାଜ୍ୟ ସଭା ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri