ଭୁବନେଶ୍ୱରରେ ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ମଙ୍ଗଳବାର ଆୟୋଜିତ ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ବିଏମସି କମିଶନରଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୮ ବ୍ରିଟେନ ଫେରନ୍ତାଙ୍କ ତାଲିକା ଆସିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତଙ୍କ କି ନାହିଁ ପୁନେରେ ଟେଷ୍ଟ ପରେ ଜଣାପଡ଼ିବ।

ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ୭୦ ଫେରନ୍ତାଙ୍କ ତାଲିକା ଆସିଛି। ସେମାନଙ୍କ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଛୁ। ୩ଟି ଜୋନ ପାଇଁ ୬ଟି ଟିମ୍‌ ଗଠନ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି।

ନଭେମ୍ବର ୩୦ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି। ୧୧୯ ଜଣଙ୍କ ପତ୍ତା ମିଳିଛି ଏବଂ ସେମାନଙ୍କର ପରୀକ୍ଷଣ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ଏବେ ସ୍ବାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲିଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri