ଧର୍ମଶାଳା,୨୦ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲଠାରେ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଧର୍ମଶାଳା ମହାବିଦ୍ୟାଳୟ ଯୁକ୍ତ ଦୁଇର ୩ ଜଣ ଛାତ୍ର ଆଶୁତୋଷ ସାମଲ, ଓମ୍ ପ୍ରକାଶ ସାମଲ ଓ ଶୁଭ୍ରାଂଶୁ ସାହୁ ଅଂଶଗ୍ରହଣ କରି ରାଜ୍ୟସ୍ତରରେ ସଫଳତା ହାସଲ କରିବା ସହିତ, ଜାତୀୟ ସ୍ତର ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଭେଚ୍ଛା ଜଣାଇବା ସହ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।