ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ ପାଠପଡୁଥିଲେ। ଖ୍ରୀଷ୍ଟମାସ ଛୁଟିରେ ଘରକୁ ଯାଇଥିଲେ ଏମାନେ। ଶୁକ୍ରବାର ଅପରାହ୍ନ ୩.୩୦ ମିନିଟ୍ରେ ତାଙ୍କ ଅଭିଭାବକ ଛାତ୍ରୀଙ୍କୁ ବିଦ୍ୟାଳୟରେ ଛାଡି ଯାଇଥିଲେ। ଅପରାହ୍ନ ୪ଟା ବେଳେ ବିଦ୍ୟାଳୟରୁ ଏହି ତିନି ଛାତ୍ରୀ ନିଖୋଜ ଥିବା ନେଇ ବିଦ୍ୟାଳୟ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ଖବର ପାଇଁ ତିନି ଛାତ୍ରୀଙ୍କ ଅଭିଭାବକ ବୋରିଗୁମ୍ମା ଥାନାରେ ଏକ ନିଖୋଜ ମାମଲା କରିଛନ୍ତି। ପୋଲିସ ଅଭିଯୋଗ ପରେ ବିଦ୍ୟାଳୟରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ନିଖୋଜ ତିନି ଛାତ୍ରୀ ହେଲେ ଜୟପୁର ବ୍ଲକ ଅଞ୍ଚଳର ମମତା ବଡନାୟକ,ଭବାନୀ ବଡନାୟକ ଏବଂ ସେବତୀ ଜାନୀ ବୋଲି ସୂଚନା ମିଳିଛି।