୩ ଅନୁସୂଚିତ ଜନଜାତି ଡାକ୍ତରୀ ଛାତ୍ରୀଛାତ୍ର ସରକାରୀ ସହାୟତା ପାଇଁ କଲେ ଆବେଦନ, ବିନା କୋଚିଂରେ…

ଦାରିଙ୍ଗବାଡ଼ି,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ୩ ଛାତ୍ରୀଛାତ୍ର ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଡ଼ାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଲୀନ୍ସା ପ୍ରଧାନ, ସିଆଙ୍ଗବାଲି ପଞ୍ଚାୟତ ସବେରଙ୍ଗା ଗ୍ରାମର କଳାକାର ପ୍ରଧାନ ଏବଂ ଦାସିଙ୍ଗବାଡ଼ି ପଞ୍ଚାୟତ ତାଡିମାହା ଗ୍ରାମର ସନାତନ ପ୍ରଧାନ ବିନା କୋଚିଂରେ ଏହି ପରୀକ୍ଷାରେ ସଫଳତା ପାଇଛନ୍ତି। ସାମାଜିକ ଗଣମାଧ୍ୟମରୁ ଅନ୍‌ଲାଇନ୍‌ ଶିକ୍ଷା ଓ ବହୁ ପରିଶ୍ରମ କରି ଏହି ପରୀକ୍ଷାରେ ସଫଳତା ପାଇଛନ୍ତି। ତେବେ ଆର୍ଥିକ ପରିସ୍ଥିତି ଭଲ ନ ଥାଇ ମଧ୍ୟ ସେମାନେ ଡାକ୍ତର ପଢ଼ିବେ। ସେନେଇ ପରିବାର ଚିନ୍ତିତ ରହିଥିବା ବେଳେ ଏବେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଏହି ଛାତ୍ରୀଛାତ୍ରମାନେ ଦରଖାସ୍ତ କରିଛନ୍ତି ଏହି ଦରଖାସ୍ତକୁ ରବିବାର ତହସିଲଦାର ଶରତ ଶବର ଗ୍ରହଣ କରିଥିବା କହିଛନ୍ତି। ରାଜ୍ୟ ସରକାର ସହାୟତା କଲେ ସେମାନେ ଭଲ ଡାକ୍ତରୀ ପାଠ ପଢ଼ିପାରିବେ ଓ ଅଞ୍ଚଳରେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିପାରିବେ ବୋଲି ଛାତ୍ରୀଛାତ୍ର କହିଛନ୍ତି। ଏନେଇ ତହସିଲଦାର କହିଛନ୍ତି, ସେ ଏହି ଦରଖାସ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

Video: ଡ୍ରୋନ ଆକ୍ରମଣରେ ହୁତୁହୁତୁ ହୋଇ ଜଳିଲା ଦୁବାଇ ବିମାନ ବନ୍ଦର, ସମସ୍ତ ଉଡାଣ ବାତିଲ

ଦୁବାଇ,୧୬।୩: ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଜୋରଦାର ବିସ୍ଫୋରଣ ପରେ ଦୁବାଇରେ ଆତଙ୍କ ଖେଳିଗଲା, ଯାହା ଏକ ଡ୍ରୋନ ଦୁର୍ଘଟଣା ଯୋଗୁ ହୋଇଥିଲା…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୬।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri