ଭୂସ୍ଖଳନର ୩ ମାସ ବିତିଲା, ମରାମତି ନୋହିଲା: ବିପଦରେ ବଙ୍ଗରଦୁଆ ଘାଟି ରାସ୍ତା

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ): ଚଳିତ ବର୍ଷା ଦିନ ଆରମ୍ଭରୁ କନ୍ଧମାଳ ଜିଲାର ଏକାଧିକ ରାସ୍ତା ତଥା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ହେଉ କି ବ୍ଲକ ହେଡ଼ କ୍ୱାର୍ଟରକୁ ସଂଯୋଗ କରୁଥିବା ରାସ୍ତା ସବୁଠି କ୍ଷତି ହୋଇଥିବା ଜଣାପଡିଛି। ଏହି କ୍ରମରେ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଯାହାକି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ସେହି ରାସ୍ତାର ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମରାମତି ହୋଇପାରିନାହିଁ। ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟିରେ ସର୍ବାଧିକ ୩ ସ୍ଥାନରେ ଭୂସ୍ଖଳନ ହୋଇ ପାହାଡ଼ରୁ ମାଟି, ପଥର ଖସି ଗାର୍ଡ ୱାଲଗୁଡିକୁ ଭାଙ୍ଗି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭୂସ୍ଖଳନ ସ୍ଥାନରୁ ମାଟି ପଥରକୁ ହଟାଯାଇପାରିନାହିଁ କି ମରାମତି କାର୍ଯ୍ୟ କରାଯାଇନାହିଁ। ଅହେତୁକ ଅବହେଳା ଯୋଗୁ ଏବେ ଯାତ୍ରୀମାନେ ସେହିରାସ୍ତା ଦେଇ ଯାତାୟାତ କରିବାକୁ ଭୟ କରୁଛନ୍ତି।
ଏବେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଅପରାହ୍ନ ହେବାକ୍ଷଣି ବର୍ଷା ମାଡି ଆସୁଛି ପ୍ରବଳ ବର୍ଷା। ବାଦଲଫଟା ବର୍ଷା କାରଣରୁ ଜି.ଉଦୟଗିରି ବ୍ଲକ କଳିଙ୍ଗା ଘାଟି ଭୂସ୍ଖଳନ ହୋଇଥିବାବେଳେ ବାଡ଼ କ୍ଷୟକ୍ଷତି ଘଟିଥିବାବେଳେ ବ୍ରାହ୍ମଣୀଗାଁ ଅଞ୍ଚଳରେ ମଧ୍ୟ ପ୍ରତିଦିନ ଅପରାହ୍ନରେ ବାଦଲଫଟା ବର୍ଷା ହେଉଛି ଫଳରେ ସେହି ବଙ୍ଗରଦୁଆ ଘାଟିର ଅବସ୍ଥା ମଧ୍ୟ କଳିଙ୍ଗା ଘାଟି ଭଳି ବଡ଼ ଭୂସ୍ଖଳନ ଆଶଙ୍କା କରି ଯାତ୍ରୀମାନେ ସେହି ରାସ୍ତାରେ ବର୍ଷା ସମୟରେ ଯାତାୟାତ କରିବାକୁ ସୁରକ୍ଷା ମଣୁ ନ ଥିବା କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ କହିଛନ୍ତି, ଏବେ ବର୍ଷା ଚାଲିଛି। ତେଣୁ ଏହାର ଅଟକଳ କରାଯାଇ ଟେଣ୍ଡର କରାଯାଇ ଶାରଦୀୟ ପୂଜା ଛୁଟି ପରେ ତାକୁ ମରାମତି କରାଯିବ। ଏଥିପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri