ବିଜେଡିର ପରାଜୟ ପାଇଁ ୩ ନେତା ଦାୟୀ: ମୁହଁ ଖୋଲିଲେ ବରିଷ୍ଠ ନେତା

ଭୁବନେଶ୍ୱର,୯।୮(ଅନିଲ ଦାସ):ଗତ ନିର୍ବାଚନରେ ବିଜେଡିର ପରାଜୟର ପ୍ରାୟ ୨ମାସ ପରେ ଦଳୀୟ କାର୍ଯ୍ୟକ୍ରମର ତଦାରଖ ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କୁ ନେଇ ୧୫ ଜଣିଆ ସମନ୍ବୟ କମିଟି ଗଠନ କରାଯାଇଛି। ଗୁରୁବାର ଶଙ୍ଖଭବନଠାରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ବରିଷ୍ଠ ନେତାମାନେ ଗତ ନିର୍ବାଚନ ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନାଁ ନ ନେଇ ଦଳର ମଙ୍ଗ ଧରିଥିବା ୩ ଜଣ ନେତାଙ୍କୁ କଡ଼ା ସମାଲୋଚନା କରିଥିବା ସୂଚନା ମିଳିଛି। ସେମାନେ ଅଭିଯୋଗ କରିଥିଲେ ଯେ, ଏହି ୩ ଜଣଙ୍କ ପାଇଁ ଦଳ ନିର୍ବାଚନରେ କ୍ଷତି ସହିଲା । ଦଳରେ ଆଉ ଜିଲା ପର୍ଯ୍ୟବେକ୍ଷକ ଦରକାର ନାହିଁ ବୋଲି ପ୍ରସ୍ତାବ ଦେଇଛନ୍ତି। ବରିଷ୍ଠ ନେତା ପ୍ରଦୀପ ଅମାତ ମଧ୍ୟ ସଙ୍ଗଠନର ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାହା ନାଁ ନନେଇ ସେ ସଙ୍ଗଠନ ମନଇଚ୍ଛା ଚାଲିଥିବା କହିଥିଲେ। ପଶ୍ଚିମ ଓଡ଼ିଶାରୁ ରାଜ୍ୟ ସଭା କିଏ ଯିବେ ସେନେଇ କାହାସହ ପରାମର୍ଶ କରାଯାଉ ନ ଥିଲା। ଏପରିକି କିଏ ବିଧାୟକ ପ୍ରାର୍ଥୀ ହେବେ ତାହା ବି ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରାଗଲାନି। ଦଳରେ ଆଉ କାହାରି ଆବଶ୍ୟକତା ନାହିଁ। ନବୀନ ପଟ୍ଟନାୟକ ନିଜେ ଏକା ସବୁ ବୁଝନ୍ତୁ ବୋଲି ବୈଠକରେ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ସେହିପରି ବରିଷ୍ଠ ନେତ୍ରୀ ସେହ୍ନାଙ୍ଗିନୀ ଛୁରିଆ ଦଳର ପରାଜୟ ପାଇଁ ମନମୁଖି ନିଆଯାଇଥିବା ନିଷ୍ପତ୍ତିକୁ ଦାୟୀ କରିଥିଲେ।
ସେହିପରି ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ ତୁରନ୍ତ ଦଳର ଯୁବ, ଛାତ୍ର ଓ ମହିଳା ସଙ୍ଗଠନକୁ ସୁଦୃଢ଼ କରାଯାଉ ବୋଲି କହିଛନ୍ତି । ସମସ୍ତ ଜିଲା କମିଟିକୁ ପୁନର୍ଗଠନ ଓ ୬ଟି ଜୋନାଲ କମିଟି ଗଠନ କରିବାକୁ ପ୍ରସ୍ତାବ ଦେବା ସହ ସଙ୍ଗଠନର ପରିଚାଳନାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି।
ବିଧାୟକ ପ୍ରତାପ କେଶରୀ ଦେବ ଦଳର ବିପର୍ଯ୍ୟୟ କାହିଁକି ହେଲା ତା’ର କାରଣ ସମସ୍ତଙ୍କୁ ଜଣାଅଛି। ସେ ବିଷୟରେ ଅଧିକ ଆଲୋଚନା ନ କରି ଆଗକୁ ବଢ଼ିବା ପାଇଁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri