ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଏନ୍‌ଏଚ୍‌ରେ କଣ୍ଟେନରକୁ ଥାର୍ ଧକ୍କା ଦେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ କଟର ସାହାଯ୍ୟରେ କଟାଯାଇ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଇନ୍ଫୋଭାଲି ଥାନା ଅଧୀନ ମଦନପୁର ପଞ୍ଚାୟତ କାଇମାଟିଆ ଅଞ୍ଚଳରେ।

ଖବର ଅନୁସାରେ, ଗଙ୍ଗପଡ଼ା ରାସ୍ତାକଡ଼ରେ କଣ୍ଟେନରକୁ ପଛରୁ ପିଟିଲା ଥାର୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଥାର୍‌ ଗାଡ଼ି ସଂପୂର୍ଣ୍ଣ ଚୁର୍‌ମାର୍ ହୋଇଯାଇଛି । ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଥାର୍ ବାରମ୍ବାର ଦୁର୍ଘଟଣା ଘଟାଉଥିବା ବେଳେ ଲୋକଙ୍କ ମନରେ ଛନକା ପଶିଛି ।

Dharitri – Odisha’s No.1 Odia Daily

 

 

Share