୩ ଘଣ୍ଟା ପ୍ରବଳ ବର୍ଷା ସାଙ୍ଗକୁ  ଘଡ଼ଘଡ଼ି, ଜାଣନ୍ତୁ କେଉଁଠି ….

ଭୁବନେଶ୍ୱର,୧୦।୯: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର  ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୬ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ କରାଯାଇଛି। ସେ ସବୁ ଜିଲା ଗୁଡ଼ିକ ହେଲା ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା।

ଅନ୍ୟପକ୍ଷେଲଘୁଚାପ ଯୋଗୁ ଗତ ଦୁଇତିନି ଦିନ ହେବ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ କୋରାପୁଟ ଓ ମାଲକାନଗିରିର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ। ସୋମବାର ସମ୍ଭାବ୍ୟ ବନ୍ୟା ସ୍ଥିତି ସମୀକ୍ଷା ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ଦେଓରଞ୍ଜନ କୁମାର ସିଂ ଏହି ସୂଚନା ଦେଇଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲାର ଜୟପୁର, ବୈପାରିଗୁଡା, କୁନ୍ଦ୍ରା, ବୋରିଗୁମ୍ମା, ସିମିଳିଗୁଡା ଓ କୋରାପୁଟ ବ୍ଲକ ପ୍ରଭାବିତ ହୋଇଛି। ଏହି ୬ ବ୍ଲକର ୩୬ ଗ୍ରାମର ୭୫୩ ଜଣ ପ୍ରଭାବିତ ହୋଇଛନ୍ତି। ୧୫୦ ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୫୬ଜଣଙ୍କୁ ୨ଟି ରିଲିଫ କ୍ୟାମ୍ପ୍‌କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଓ ପଲିଥିନ ବଣ୍ଟନ କରାଯାଇଛି। ବିରିନାଡ଼ି ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଦିଗପୁରରୁ କୁନ୍ଦ୍ରା ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ମାଲକାନଗିରି ଜିଲାର ପେନଗାମରୁ ମୋଟୁ ରାସ୍ତାରେ ଥିବା ସମସ୍ତ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଜିଲାର ୫୦୪ ଜଣଙ୍କୁ ୪ ରିଲିଫ କେନ୍ଦ୍ରରେ ଥଇଥାନ କରାଯାଇଛି। ଜିଲାର ୮ ସ୍ଥାନରେ ସଡ଼କ ଯାତାୟାତ ବାଧ୍ୟାପ୍ରାପ୍ତ ହୋଇଛି। ମାଲକାନଗିରି ଓ କାଲିମେଳା ବ୍ଲକର ୬ ଗ୍ରାମ ବର୍ଷା ଯୋଗୁ ପ୍ରଭାବିତ ହୋଇଛି। ଲଘୁଚାପଜନିତ ବର୍ଷାକୁ ଦେଖି ୭ ଜିଲାରେ ୧୮ଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି। ମାଲକାନଗିରିରେ ୬ଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଥିବାବେଳେ ଜୟପୁର ୨, ରାୟଗଡ଼ା ୨, କନ୍ଧମାଳ ୨, ବୌଦ୍ଧ ୨ ଏବଂ ବଲାଙ୍ଗୀରରେ ୨ଟି ଟିମ୍‌ ମୁତୟନ କରାଯାଇଛି। ଆହୁରି ୧୨ଟି ଟିମ୍‌ ପ୍ରସ୍ତୁତ ରଖାଯାଇଛି। ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲାରେ ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ଭୁବନେଶ୍ୱର ଓ କଟକକୁ ବର୍ଷା ଜଳରୁ ରକ୍ଷା କରିବା ପାଇଁ ୪୦ଟି ପମ୍ପ ପ୍ରସ୍ତୁତ ରଖାଯାଇଛି।ମାଲକାନଗିରି ସ୍ଥିତି ତଦାରଖ ପାଇଁ ୨ ବରିଷ୍ଠ ଅଧିକାରୀ ଆଇଏଏସ୍‌ ଅଫିସର ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଚିବ ବିଷ୍ଣୁପଦ ସେଠୀ ଓ ଅଗ୍ନିଶମ ତଥା ହୋମଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି। ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରିବା ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗଭୀର ଅବପାତ ଦୁର୍ବଳ ହୋଇ ମଙ୍ଗଳବାର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଗଞ୍ଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ବଲାଙ୍ଗୀର, ବୌଦ୍ଧ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ପୁରୀ ଜିଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ଏହି ସମୟରେ ରାଜ୍ୟର ୧୪ ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ସବୁ ଜିଲା ପାଇଁ ଏଲୋ ଓ୍ବାର୍ନିଂ ଜାରି କରାଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ। ୧୩ ତାରିଖରୁ ୧୫ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଦକ୍ଷିଣ ଚାଇନା ସମୁଦ୍ରରେ ସୃଷ୍ଟି ହୋଇଥିବା ବାତ୍ୟା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇ ବାଂଲାଦେଶ ଉପରେ ରହିଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଝାଡ଼ଖଣ୍ଡ ଉପର ଦେଇ ଅତିକ୍ରମ କରିପାରେ। ସେଠାରେ ଥିବା ଲଘୁଚାପ ସହ ସମ୍ମିଳିତ ହୋଇ ଛତିଶଗଡ ଓ ଝାଡଖଣ୍ଡରେ ପ୍ରବଳ ବର୍ଷା କରାଇବା ସମ୍ଭାବନା ରହିଛି। ଏଥିଯୋଗୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri