୩ ଦିବ୍ୟାଙ୍ଗଙ୍କ ଓଠରେ ଫୁଟିଲା ହସ

ଖୋର୍ଦ୍ଧା,୧୪ା୯(ପ୍ରଭାତ ପାଣିଗ୍ରାହୀ)ମାନବିକତା ଦେଖାଇଛନ୍ତି ଖୋର୍ଦ୍ଧା ଉପଜିଲାପାଳ ଦିପ୍ତୀରଞ୍ଜନ ସେଠୀ। ସେ ୩ ଦିବ୍ୟାଙ୍ଗଙ୍କୁ ସହଯୋଗ ଯୋଗାଇଦେଇଛନ୍ତି। ଫଳରେ ସେମାନଙ୍କ ମୁହଁରେ ହସ ଫୁଟିଛି। ପେଟ ପୋଷିବା ପାଇଁ ରାସ୍ତାରେ ଗଡ଼ିି ଭିକ୍ଷା ମାଗୁଥିଲେ ଏହି ୩ ଦିବ୍ୟାଙ୍ଗ। ଜଣେ ଦୁଇଗୋଡ଼ ଏବଂ ଆଉ ୨ଜଣ ଗୋଟିଏ ଲେଖାଏ ଗୋଡ଼ ହରାଇ ଥିଲେ। ଦୁଇ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ରାସ୍ତାରେ ଗଡ଼ି ଗଡ଼ି ଚାଲିଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ଉପଜିଲାପାଳ ତୁରନ୍ତ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ କୃତ୍ରିମ ଗୋଡ଼ ଲଗାଇବା ପାଇଁ ଗୁରୁଜଙ୍ଗସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର (ବିଏମ୍‌ଭିଏସ୍‌ଏସ୍‌)କୁ ପଠାଇଥିଲେ। ସେଠାରେ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କ ଗୋଡ଼ରେ କୃତ୍ରିମ ଗୋଡ଼ ଲଗାଯାଇଛି। ଜଣଙ୍କର ଦୁଇଟି ଓ ଅନ୍ୟ ଜଣକର ଗୋଟିଏ ଗୋଡ଼ ଲାଗିଥିଲା। ଆଉ ଜଣଙ୍କୁ ଟ୍ରାଇସାଇକେଲ ଦିଆଯାଇଛି। ଏହି ଘଟଣା ସମ୍ପର୍କରେ ଜିଲାପାଳ ନିଜ ଟୁଇଟ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସବୁଠି ଉପଜିଲାପାଳ ସେଠୀଙ୍କୁ ପ୍ରଶଂସାର ସୁଅ ଛୁଟିଛି।

ସୂଚନା ଅନୁଯାୟୀ, ବାହାର ରାଜ୍ୟର ଏହି ୩ ଦିବ୍ୟାଙ୍ଗ ଖୋର୍ଦ୍ଧା ଚାଲି ଆସିଛନ୍ତି। ଗୋଟିଏ ଗୋଡ଼ ହରାଇଥିବା ଜଣେ ଦିବ୍ୟାଙ୍ଗ ଟ୍ରାଇ ସାଇକଲରେ ବସିଥିବାବେଳେ ଅନ୍ୟ ଜଣେ ତାଙ୍କୁ ପଛପଟୁ ଠେଲି ଠେଲି ନେଉଥିଲେ। ଦୁଇ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ଜଣକ ରାସ୍ତାରେ ଅତି ଦୟନୀୟ ଭାବେ ଗଡ଼ି ଭିକ୍ଷା ମାଗୁଥିଲେ।

ଏହି ସମୟରେ ଉପଜିଲାପାଳ ଦିପ୍ତୀରଞ୍ଜନ ସେଠୀ ନିଜ କାର୍ଯ୍ୟାଳୟରୁ ବାହାରି କୌଣସି କାମରେ ମୁକୁନ୍ଦପ୍ରସାଦ ଯାଉଥିଲେ। ବାଟରେ ଏହି ଦୃଶ୍ୟ ଦେଖି ସେ ଅଟକି ଯାଇଥିଲେ। କାର୍‌ରୁ ଓହ୍ଲାଇ ସେମାନଙ୍କ ନିକଟକୁ ଯାଇଥିଲେ। ସେମାନଙ୍କ ସହ ଆଲୋଚନା କରି ଗୁରୁଜଙ୍ଗସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟରକୁ ପଠାଇଥିଲେ। ସେଠାରେ ସେମାନଙ୍କ କୃତ୍ରିମ ଗୋଡ଼ ଲଗାଯାଇଥିଲା। ଏହାପରେ ୩ ଦିବ୍ୟାଙ୍ଗଙ୍କ ଚକ୍ଷୁ ଆନନ୍ଦାଶ୍ରୁରେ ଭରିଯାଇଥିଲା। ସେମାନେ ଉପଜିଲାପାଳଙ୍କ ସମେତ ବିଏମ୍‌ଭିଏସ୍‌ଏସ୍‌ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri