ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶାର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରାୟ ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂ ଓ ଡାଇଭିଂ ଚାମ୍ପିୟନଶିପ୍‌ରେ ମଧ୍ୟ ଚମକ ଦେଖାଇଛନ୍ତି। ସେ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂରେ ୩ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତ୍ୟାଶା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୧:୦୮.୧୪ ସେକେଣ୍ଡ, ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୩୧.୬୮ ସେକେଣ୍ଡ ଓ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୨:୨୯.୪୮ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ପ୍ରକାଶଯୋଗ୍ୟ ଯେ, ଗତ ୨୨ ତାରିଖରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ କେଜେଡ୍‌ଏନ୍‌ ପ୍ରିମିୟର ପ୍ରୋଭିନ୍ସିଆଲ ଚାମ୍ପିୟନଶିପ୍‌ରେ ପ୍ରତ୍ୟାଶା ୪ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବ୍ୟକ୍ତିଗତଭାବେ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୧:୦୩.୮୦ ସେକେଣ୍ଡ ଓ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୨:୧୮.୯୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ପ୍ରତ୍ୟାଶା, ମନ୍ନତା ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ଜାହ୍ନବୀ କାଶ୍ୟପଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୪x୧୦୦ ମିଟର ମିଡ୍‌ଲେ ରିଲେରେ ୪:୨୨.୮୬ ସେକେଣ୍ଡ ଏବଂ ପ୍ରତ୍ୟାଶା, ଜାହ୍ନବୀ କାଶ୍ୟପ, ଦିବ୍ୟଙ୍କା ପ୍ରଧାନ ଓ ସୃଷ୍ଟି ଉପାଧ୍ୟାୟଙ୍କୁ ନେଇ ଗଠିତ ୪x୧୦୦ ମିଟ ଫ୍ରିଷ୍ଟାଇଲ ଦଳ ୪:୦୯.୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ବ୍ୟତୀତ ପ୍ରତ୍ୟାଶା ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୩୦.୨୫ ସେକେଣ୍ଡ ନେଇ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?