ଯାତ୍ରା ଦେଖିବାକୁ ଯିବାବେଳେ ଚାପିଦେଲା ଅଜଣାଗାଡ଼ି, ୩ ଜଣଙ୍କ ଜୀବନ

ପଦ୍ମପୁର,୨୧ା୫(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ପାଖ ଗୁମୁଡ଼ା ବ୍ରିଜ୍‌ ଉପର ଅଜଣାଗାଡ଼ି ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁଣପୁର ମେଡିକାଲରେ ମୃତ୍ୟୁ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଗୁମୁଡ଼ା ପଟରୁ ପାଖ କାରେଣୀ ଗାଁକୁ ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଏକ ବାଇକ୍‌ ଯୋଗେ କଇଠପଦର ଗ୍ରାମର ବୁଲୁ ଶବର(୧୯), ସୁବ୍ରତ ଶବର(୧୭)ଓ ଆରକା ବାଳକ୍ରିଷ୍ଣା(୧୮)ଗୁମୁଡ଼ାରୁ କାରେଣୀ ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଏକ ବାଇକ୍‌ରେ ଆସୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଅତି ଗୁରୁତର ଅବସ୍ଥାରେ ୩ଜଣଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଲେ ବୁଲୁ ଶବର ଓ ସୁବ୍ରତ ଶବରଙ୍କ ପଦ୍ମପୁର ମେଡିକାଲ ଡାକ୍ତର କରୁଣାକର ସାହୁ ମୃତ ଘୋଷଣା କରିଥିଲେ ଏବଂ ଅତି ଗୁରୁତର ଥିବା ଆରକା ବାଳକିଷ୍ଣାଙ୍କୁ ଗୁଣପୁର ମେଡିକାଲକୁ ପଠାଇ ଥିବାବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଖବର ପାଇ ଗୁମୁଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ପଠାଇ ଘଟଣାର ତଦନ୍ତ କରୁଛନ୍ତି।

Share
Tags: accident