ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ମଧ୍ୟରେ ମାଆ ଏବଂ ଦୁଇ ପୁଅ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁରେ ଏହି ଅଘଟଣ ଘଟିଛି ।
ଖବର ଅନୁସାରେ, ପରିବାରର ସମସ୍ତେ ପାଳଙ୍ଗ ଶାଗ ଏବଂ ଚିକେନ ଖାଇଥିଲେ । ଏହାପରେ ଅସୁସ୍ଥ ହେବା କାରଣରୁ ହସ୍ପିଟାଲ ଯାଇଥିଲେ । ତେବେ ଅନୁଗୋଳ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କିପରି ହଠାତ୍ ମୃତ୍ୟୁ ହେଲା ଏବଂ ଶାଗ, ପାଳଙ୍ଗରେ କଣ ମିଶିଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


