Posted inଜାତୀୟ

ନୂଆ ଶ୍ରମ ଆଇନ: ବଜେଟ ୨୪ରେ ଆସିବ ନୂଆ ପ୍ରସ୍ତାବ, କର୍ମଚାରୀଙ୍କୁ ମିଳିବ ୩ଦିନ ସାପ୍ତାହିକ ଛୁଟି!

ବଜେଟ ୨୦୨୪କୁ ଆଉ କିଛିଦିନ ବାକି ଥିବାବେଳେ ଅର୍ଥନୀତିଜ୍ଞମାନେ ଏବେଠୁ ବିଭିନ୍ନ ଅଟକଳ ଆରମ୍ଭ କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ବଜେଟରେ ସରକାର କାହା ଉପରେ ସୁନା କଳସ ଢାଳିବେ ସେ ନେଇ ଚର୍ଚ୍ଚା ଖୁବ୍‌ ଜୋର ଧରିଛି। ଦାବି କରାଯାଉଛି କି, ଆସନ୍ତା ୨୪ ବଜେଟରେ ସରକାର ନୂଆ ଶ୍ରମ ଆଇନ ଆଣିପାରନ୍ତି। ଏଥିରେ ସପ୍ତାହକୁ ୩ଦିନ ଛୁଟି ମିଳିବ ବୋଲି ସରକାର ଘୋଷଣା କରିପାରନ୍ତି।

ସୋସିଆଲ ମିଡିଆରେ ଏହିପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ‘ଓ୍ବିକଅଫ୍‌ ପଲିସି’ ନେଇ ଉଲ୍ଲେଖ କରାଯାଇଛି। ଏଥିରେ ଉଲ୍ଲେଖ ଅଛି, ଏହି ପଲିସି ଆଣିବା ଦ୍ୱାରା ବିଭିନ୍ନ ସଂସ୍ଥାରେ ଏବେ ସପ୍ତାହରେ ଦିନେ କି ଦୁଇଦିନ ସାପ୍ତାହିକ ଛୁଟି ରହିବା ପରିବର୍ତ୍ତେ ୩ଦିନ ଛୁଟି ରହିବ। ୨୦୨୪ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହାକୁ ଉପସ୍ଥାପନା କରିବେ। ସାପ୍ତାହିକ ଛୁଟି ବଢାଯିବା ସହ କାର୍ଯ୍ୟ ସମୟ, ଦରମା ଓ ଛୁଟିକୁ ନେଇ ମଧ୍ୟ ବିଭିନ୍ନ ପରିବର୍ତ୍ତନ କରାଯିବ।

ତେବେ ପ୍ରେସ ଇନଫୋରମେସନ ବ୍ୟୁରୋ(ପିଆଇବି) ଏହି ଭାଇରାଲ ପୋଷ୍ଟକୁ ଭୁଲ ବୋଲି କହିବା ସହ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାକୁ ନେଇ ଏକ ସୂଚନା ଜାରି କରିଛି। ଯେଉଁଥିରେ ଏଭଳି ଭୁଲ ତଥ୍ୟକୁ ନେଇ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଅର୍ଥମନ୍ତ୍ରୀ ସୀତାରମଣଙ୍କ ଦ୍ୱାରା ଏସମ୍ପର୍କିତ କୌଣସି ପ୍ରସ୍ତାବ ଘୋଷଣା ହେବା ନେଇ ନିଷ୍ପତ୍ତି କରାଯାଇନାହିଁ ବୋଲି ପିଆଇବି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri