୩ ଦିନିଆ ଟ୍ରାଇଥନ ଟ୍ରିପ୍ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୯।୧୧ (ଅନୁରାଧା ମହାରଣା): ଭୁବନେଶର ଚନ୍ଦ୍ରଶେଖରପୁରସ୍ଥିତ ଟ୍ରାଇଡେଣ୍ଟ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ ପୂର୍ବ ଭାରତର ବୈଷୟିକ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୩ ଦିନିଆ ହାକାଥନ ‘ଟ୍ରାଇଥନ ଟ୍ରିପ୍ଲେଟ-୨୦୨୩’ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏହିପରି ବିଭିନ୍ନ ବର୍ଗରେ ୩ଟି ସମାନ୍ତରାଳ ଇଭେଣ୍ଟର ଯୋଜନା କରାଯାଇଛି। ପ୍ରଥମ ଟ୍ରାକ୍‌ଟି କେବଳ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଯାହାର ବିଚାର ଆଇଟି ଏବଂ ବୟୋଟେକ୍‌ ଶିଳ୍ପ ଶିକ୍ଷାନୁଷ୍ଠାନର ମହିଳାମାନଙ୍କ ଦ୍ୱାରା କରାଯାଉଛି। ଏପରିକି ଏହା କେବଳ ମହିଳା ଅଧ୍ୟାପିକାମାନଙ୍କ ଦ୍ୱାରା ପରିଚାଳନା କରାଯାଉଛି। ଦ୍ୱିତୀୟ ଟ୍ରାକ୍‌ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, ରିମୋଟ ସେନ୍ସିଂ ଏବଂ ଜିଆଇଏସ୍‌ ଡ୍ରୋନ୍‌, ଡାଟା ସାଇନ୍ସ ଆନାଲିଟିକ୍ସ ଏବଂ ବାୟୋ-ମାନ୍ୟୁଫାକ୍ଚରିଂ । ବାୟୋ ପ୍ରୋସେସିଂ ଭଳି ଅଗ୍ରଣୀ ଟେକ୍ନୋଲୋଜିର ଉପଯୋଗ କରାଯିବ। ପ୍ରତିଯୋଗୀ ଦଳଗୁଡ଼ିକ ତୃତୀୟ ଟ୍ରାକ୍‌ରେ ନିରବଚ୍ଛିନ୍ନ ଭାବେ ୨୪ଘଣ୍ଟାର ପ୍ରୋଗ୍ରାମିଂ କରିବେ । ଏହି ତିନୋଟିଯାକ ଟ୍ରାକ୍‌ରେ (ଟ୍ରାଇଡେଣ୍ଟ-ଟ୍ରିପ୍ଲେଟ୍‌) ସମସ୍ତ ପ୍ରତିଯୋଗୀ ସେମାନଙ୍କର ପ୍ରୋଗ୍ରାମିଂ ପ୍ରସ୍ତୁତ କରିଛନ୍ତି। ଏହାର ବିଷୟବସ୍ତୁ ‘ଜଳବାୟୁ ପରିବର୍ତ୍ତନର ଆହ୍ବାନ ଏବଂ ନିରନ୍ତରତାରେ ପ୍ରଯୁକ୍ତିବିଦ୍ୟାର ହସ୍ତକ୍ଷେପ’ ରଖାଯାଇଛି। ଏହି ତିନୋଟି ଟ୍ରାକ୍‌ ଶେଷ ହେବା ପରେ ଟ୍ରାକ୍‌-୧, ଟ୍ରାକ୍‌-୨ ଏବଂ ଟ୍ରାକ୍‌-୩ ପାଇଁ ପୁରସ୍କାର ରାଶି ଯଥାକ୍ରମେ ୫୦ ହଜାର ଟଙ୍କା, ୫୦ହଜାର ଟଙ୍କା ଏବଂ ୧ଲକ୍ଷ ଟଙ୍କା ରଖାଯାଇଛି । ଏହାବ୍ୟତୀତ ଏହି ତିନୋଟି ଇଭେଣ୍ଟରେ ଶ୍ରେଷ୍ଠ ୩ଜଣ ପ୍ରୋଗ୍ରାମରଙ୍କୁ ବ୍ୟକ୍ତିଗତ ଭାବେ ତିନୋଟି ପୁରସ୍କାର ପ୍ରଦାନକରାଯିବ । ପୂର୍ବ ଭାରତର ପ୍ରମୁଖ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡିକର ପ୍ରାୟ ୧୪୦ ଦଳ ଏହି ଟ୍ରାଇଡେଣ୍ଟ ଟ୍ରିପ୍ଲେଟ୍‌ ପାଇଁ ନାମ ପଞ୍ଜୀକରଣ କରିଥିଲେ । ସ୍କ୍ରିନିଂ ରାଉଣ୍ଡ ପରେ ହାକାଥନରେ ବର୍ତ୍ତମାନ ୮୦ଟି ଦଳ ତିନୋଟି ଟ୍ରାକ୍‌ରେ ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ପ୍ରାୟ ୩୫୦ ଜଣ ଛାତ୍ରୀଛାତ୍ର ଅଛନ୍ତି। ୨୦ ତାରିଖ ପର୍ଯ୍ୟନ୍ତ ଟ୍ରାଇଡେଣ୍ଟ ଗ୍ରୁପ୍‌ ପଟିଆ ଇନ୍‌ଫୋସିଟି ସାମ୍ନା କ୍ୟାମ୍ପସରେଏହି କାର୍ଯ୍ୟକ୍ରମ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri