ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ, ଠିଆ ହୋଇଥିବା ବେଳେ….

ବେଲପାହାଡ, ୧୧/୧(ସୁବାସ ପ୍ରଧାନ): ବର୍ତ୍ତିଗଲା ବଡ଼ ଟ୍ରେନ ଦୁର୍ଘଟଣା । ଝାରସୁଗୁଡ଼ା ଜିଲାରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଝାରସୁଗୁଡା ଜିଲା ବେଲପାହାଡ଼ ରେଳ ଫାଟକରେ ରବିବାର ଅପରାହ୍ନ ୫ ଟା ସମୟରେ କୋଇଲା ପରିବହନ କରୁଥିବା ରେଳଗାଡି ଲାଇନଚ୍ୟୁତ ହୋଇଛି । ହାୱଡା-ନାଗପୁର ରେଳ ପଥରେ କୋଇଲା ନେଇ ଯାଉଥିବା ଏହି ରେଳ ଗାଡିର ୩ ଟି ୱାଗନ ରେଳ ଧାରଣାରୁ ଲାଇନଚ୍ୟୁତ ହୋଇଛି ।

ହେଲେ ସୌଭାଗ୍ୟବଶତଃ କୌଣସି ବଡ଼ ଧରଣର ଅଘଟଣ ଘଟି ନାହିଁ । ତେବେ ଏହି ରେଳ ଗାଡି ଲାଇନଚ୍ୟୁତ ହେବା ପରେ ବେଲପାହାଡ ରେଳ ଫାଟକକୁ ବନ୍ଦ କରାଯାଇଛି । ଖବର ଲେଖାଯିବା ସୁଦ୍ଧା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଠିଆ ହୋଇଥିବା ବେଳେ ହିଁ କୋଇଲା ବୋଝେଇ ରେଳ ୱାଗନ ଗଡି ଆସିଲା ବୋଲି ରେଳ କର୍ମଚାରୀ ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

Share