ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌ କାଗଜପତ୍ର ମାଧ୍ୟମରେ ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ ଏବଂ ଅସ୍ତ୍ର ଚାଲାଣ କରୁଥିବା ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ରାଉରକେଲା ପୋଲିସ ସୋମବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀର ରତନ କୁମାର ସା (୫୮), ରାଉରକେଲା ସିଭିଲ୍‌ ଟାଉନଶିପ୍‌ର ରମନଦୀପ ସିଂହ (୩୬) ଏବଂ ମନଦୀପ ସିଂହ। ସେମାନଙ୍କ ନିକଟରୁ ୩ ପିସ୍ତଲ, ୩୫ ଗୁଳି, ମୋବାଇଲ୍‌ ଫୋନ୍‌ ଏବଂ କିଛି ନକଲି ଲାଇସେନ୍ସ ଜବତ କରାଯାଇଛି। ଏ ନେଇ ପୋଲିସ ପୃଥକ୍‌ ମାମଲା (ନଂ. ୪୬୬/୨୫, ନଂ.୮୧୭/୨୫ ଓ ନଂ.୮୧୮/୨୫) ରୁଜୁ କରିଛି। ଏ ନେଇ ରାଉରକେଲା ପୋଲିସ୍‌ ମୁଖ୍ୟାଳୟରେ ମଙ୍ଗଳବାର ଅପରାହ୍ନ ୧ଟାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।
ସୂଚନା ଦେଇ କହିଛନ୍ତି, ରାଉରକେଲା ସହରରେ ଅସ୍ତ୍ରଶସ୍ତ୍ର କାରବାର ବଢୁଥିବାରୁ ଗୁପ୍ତ ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅନ୍ୟ ରାଜ୍ୟରୁ ଜାଲ୍‌ କାଗଜପତ୍ର ତିଆରି କରି ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରୁଥିବା ଉକ୍ତ ରାକେଟର ୩ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଏହି ରାକେଟ୍‌ ରାଉରକେଲା, କୋଲକାତା ଏବଂ ନାଗାଲାଣ୍ଡ ମଧ୍ୟରେ ସଂଯୋଗ ରଖି କାର୍ଯ୍ୟ କରୁଥିଲା। ଏପର୍ଯ୍ୟନ୍ତ ଏହି ଅସ୍ତ୍ର ଚାଲାଣକାରୀ ରାକେଟ ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରି ରାଉରକେଲାର କେତେଜଣ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ରାୟ କହିଛନ୍ତି। ଅଭିଯୁକ୍ତମାନେ ଲୋକମାନଙ୍କୁ ସମଗ୍ର ଦେଶ ପାଇଁ ବୈଧ ଅସ୍ତ୍ର ଲାଇସେନ୍ସ ସହ ଅସ୍ତ୍ର ଯୋଗାଇଦେବାକୁ କହି ପ୍ରତ୍ୟେକ ଲାଇସେନ୍ସ ପିଛା ୫ରୁ ୧୦ ଲକ୍ଷ ଟଙ୍କା ନେଉଥିଲେ ବୋଲି ଡିଆଇଜି ରାୟ କହିଛନ୍ତି। ସେହିପରି ଏସ୍‌ପି ନୀତେଶ ୱାଧଓ୍ବାନୀ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରେ ଏହି ରାକେଟ ରାଉରକେଲା-କୋଲକାତା-ନାଗାଲାଣ୍ଡ ମଧ୍ୟରେ ସକ୍ରିୟ ଥିବା ଜଣାପଡିଛି। ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଅବୈଧ ଲାଇସେନ୍ସ ଯୋଗାଇ ଦେଇଛନ୍ତି। ଏହି ଗ୍ୟାଙ୍ଗ୍‌ ବହୁତ ସଙ୍ଗଠିତ ଭାବେ କାମ କରୁଥିଲା। ନାଗାଲାଣ୍ଡ ନାମରେ ଜାଲ କାଗଜପତ୍ର ସାହାଯ୍ୟରେ ବୈଧ ଲାଇସେନ୍ସ ହସ୍ତଗତ ହୋଇଛି। ରାଉରକେଲା, କୋଲକାତା ଓ ନାଗାଲାଣ୍ଡ ସଂଯୋଗର ତଦନ୍ତ ଚାଲିଛି। ତିନି ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହେପାଜତକୁ ପଠାଇ ପୋଲିସ ତଦନ୍ତ କରୁଛି ବୋଲି ଏସ୍‌ପି ଓ୍ବାଧଓ୍ବାନୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri