ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌ କାଗଜପତ୍ର ମାଧ୍ୟମରେ ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ ଏବଂ ଅସ୍ତ୍ର ଚାଲାଣ କରୁଥିବା ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ରାଉରକେଲା ପୋଲିସ ସୋମବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀର ରତନ କୁମାର ସା (୫୮), ରାଉରକେଲା ସିଭିଲ୍‌ ଟାଉନଶିପ୍‌ର ରମନଦୀପ ସିଂହ (୩୬) ଏବଂ ମନଦୀପ ସିଂହ। ସେମାନଙ୍କ ନିକଟରୁ ୩ ପିସ୍ତଲ, ୩୫ ଗୁଳି, ମୋବାଇଲ୍‌ ଫୋନ୍‌ ଏବଂ କିଛି ନକଲି ଲାଇସେନ୍ସ ଜବତ କରାଯାଇଛି। ଏ ନେଇ ପୋଲିସ ପୃଥକ୍‌ ମାମଲା (ନଂ. ୪୬୬/୨୫, ନଂ.୮୧୭/୨୫ ଓ ନଂ.୮୧୮/୨୫) ରୁଜୁ କରିଛି। ଏ ନେଇ ରାଉରକେଲା ପୋଲିସ୍‌ ମୁଖ୍ୟାଳୟରେ ମଙ୍ଗଳବାର ଅପରାହ୍ନ ୧ଟାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।
ସୂଚନା ଦେଇ କହିଛନ୍ତି, ରାଉରକେଲା ସହରରେ ଅସ୍ତ୍ରଶସ୍ତ୍ର କାରବାର ବଢୁଥିବାରୁ ଗୁପ୍ତ ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅନ୍ୟ ରାଜ୍ୟରୁ ଜାଲ୍‌ କାଗଜପତ୍ର ତିଆରି କରି ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରୁଥିବା ଉକ୍ତ ରାକେଟର ୩ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଏହି ରାକେଟ୍‌ ରାଉରକେଲା, କୋଲକାତା ଏବଂ ନାଗାଲାଣ୍ଡ ମଧ୍ୟରେ ସଂଯୋଗ ରଖି କାର୍ଯ୍ୟ କରୁଥିଲା। ଏପର୍ଯ୍ୟନ୍ତ ଏହି ଅସ୍ତ୍ର ଚାଲାଣକାରୀ ରାକେଟ ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରି ରାଉରକେଲାର କେତେଜଣ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ରାୟ କହିଛନ୍ତି। ଅଭିଯୁକ୍ତମାନେ ଲୋକମାନଙ୍କୁ ସମଗ୍ର ଦେଶ ପାଇଁ ବୈଧ ଅସ୍ତ୍ର ଲାଇସେନ୍ସ ସହ ଅସ୍ତ୍ର ଯୋଗାଇଦେବାକୁ କହି ପ୍ରତ୍ୟେକ ଲାଇସେନ୍ସ ପିଛା ୫ରୁ ୧୦ ଲକ୍ଷ ଟଙ୍କା ନେଉଥିଲେ ବୋଲି ଡିଆଇଜି ରାୟ କହିଛନ୍ତି। ସେହିପରି ଏସ୍‌ପି ନୀତେଶ ୱାଧଓ୍ବାନୀ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରେ ଏହି ରାକେଟ ରାଉରକେଲା-କୋଲକାତା-ନାଗାଲାଣ୍ଡ ମଧ୍ୟରେ ସକ୍ରିୟ ଥିବା ଜଣାପଡିଛି। ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଅବୈଧ ଲାଇସେନ୍ସ ଯୋଗାଇ ଦେଇଛନ୍ତି। ଏହି ଗ୍ୟାଙ୍ଗ୍‌ ବହୁତ ସଙ୍ଗଠିତ ଭାବେ କାମ କରୁଥିଲା। ନାଗାଲାଣ୍ଡ ନାମରେ ଜାଲ କାଗଜପତ୍ର ସାହାଯ୍ୟରେ ବୈଧ ଲାଇସେନ୍ସ ହସ୍ତଗତ ହୋଇଛି। ରାଉରକେଲା, କୋଲକାତା ଓ ନାଗାଲାଣ୍ଡ ସଂଯୋଗର ତଦନ୍ତ ଚାଲିଛି। ତିନି ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହେପାଜତକୁ ପଠାଇ ପୋଲିସ ତଦନ୍ତ କରୁଛି ବୋଲି ଏସ୍‌ପି ଓ୍ବାଧଓ୍ବାନୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri