ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ ହେଲେ ଭଞ୍ଜନଗର ଏନଏସି ରୋଡର ଡି ମୁନା ରାଓ ଏବଂ ଲାଲସିଂର
ତୋଫାନ ଭୂୟାଁ ଓ ଚିନୁ ପାତ୍ର। ସେମାନଙ୍କ ଠାରୁ ୨ ଟି ଚୋରା ବନ୍ଧୁକ ସହ ୪ ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି। ଡି ମୁନା ରାଓ ଏବଂ ତୋଫାନ ଭୂୟାଁଙ୍କ ନାମରେ ପୂର୍ବରୁ ୱାରେଣ୍ଟ ଥିଲା। ତେଣୁ ପୋଲିସ ସେମାନଙ୍କୁ ୱାରେଣ୍ଟ ବଳରେ ଗିରଫ କରିବା ସମୟରେ ସେମାନଙ୍କ ଠାରୁ ୨ ଟି ବନ୍ଧୁକ ଓ ଗୁଳି ମିଳିଥିଲା। ଏଥିସହ ଅଭିଯୁକ୍ତ ଦ୍ବୟଙ୍କ ବୟାନ ଅନୁସାରେ ପୋଲିସ ଚୀନୁ ପାତ୍ରଙ୍କୁ ତାଙ୍କ ସହଯୋଗୀ ଭାବେ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ପୋଲିସ ସୁତ୍ରରୁ ପ୍ରକାଶ।


