ଇପିଏଫ୍‌ଓରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା

ନୂଆଦିଲ୍ଲୀ,୨୪।୭: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ମେ ମାସରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା ଯୋଡିପାରିଛି। ଦେଶବ୍ୟାପି ଲକ୍‌ଡାଉନ ଥିବା ସତ୍ତ୍ୱେ ମଧ୍ୟ ଏହା ଅଧିକ ସଂଖ୍ୟକ ଉପଭୋକ୍ତାଙ୍କୁ ଯୋଡିବାକୁ ସକ୍ଷମ ହୋଇ ପାରିଛି ବୋଲି ଜଣାପଡିଛି। ଏଥିରେ ୨୧୮% ବୃଦ୍ଧି ପରିଲକ୍ଷିତ ହୋଇଛି। ଏପ୍ରିଲ ମାସରେ ଇପିଏଫ୍‌ଓରେ ୧.୩୩ ଲକ୍ଷ ଉପଭୋକ୍ତା ଯୋଡି ହୋଇଥିଲେ ବୋଲି ଏହା ସୂଚନା ଦେଇଛି। ସେହିଭଳି ଏମ୍ପ୍ଲଇଷ୍ଟେଟ ଇନସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି) ଏହି ସମୟରେ ୪.୬ ଲକ୍ଷ ଉପଭୋକ୍ତା ଯୋଡିଛି। ଏହା ଏପ୍ରିଲ ମାସରେ ୨.୪୧ ଲକ୍ଷ ରହିଥିଲା। ଏହାବାଦ ନ୍ୟାଶନାଲ ପେନଶନ ସ୍କିମରେ ୪୩,୮୮୮ ସବସ୍କ୍ରାଇବର ଯୋଡି ହୋଇଥିବା ବେଳେ ଏପ୍ରିଲରେ ଏହା ୬୪,୬୪୭ ରହିଥିଲା ବୋଲି ଜାତୀୟ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ନୋଟ୍‌ ଛାପିବା ଠିକ୍‌ ନୁହେଁ: ଏନ୍‌.କେ .ସିଂ

ନୂଆଦିଲ୍ଲୀ,୨୬।୪: ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ରାଜକୋଷରେ ବିତ୍ତୀୟ ନିଅଣ୍ଟ ଏବଂ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।...

ପେଟ୍ରୋଲ ୧୯, ଡିଜେଲ ୨୭ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୧୧: କରୋନା ମହାମାରୀ ସମୟରେ ଲଗାତର ତେଳ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ଗତ ସପ୍ତାହ ଶୁକ୍ରବାରଠାରୁ ତେଲ ଦର ବଢି ଚାଲିଛି। କେବଳ...

ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ ୟୁରିଆ, ଆମୋନିଆ

ନୂଆଦିଲ୍ଲୀ,୧୮-୯: ଅନୁଗୋଳ ଜିଲାର ତାଳଚେରସ୍ଥିତ ସାର କାରଖାନାରୁ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି କୋଲ୍‌ ଗ୍ୟାସିଫିକେଶନ(କୋଇଲା ବାଷ୍ପୀକରଣ) ୟୁନିଟ ସ୍ଥାପନ ଲାଗି ଅଂଶୀଦାରଙ୍କ ମଧ୍ୟରେ...

ମିନର୍ଭା ଅଟୋମୋବାଇଲ୍ସର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ

ବଲାଙ୍ଗୀର,୧୯।୨: ଦେଶର ପ୍ରମୁଖ ଅଟୋ ଶିଳ୍ପ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମଲ୍ଟି ବ୍ରାଣ୍ଡ ୟୁଜ୍‌ଡ (ବ୍ୟବହାର) କାର୍‌ ଡିଭିଜନ, ମହିନ୍ଦ୍ରା ଫାଷ୍ଟ ଚଏସ୍‌ର ନୂତନ ଆଉଟ୍‌ଲେଟ...

ବିକ୍ରି ବୃଦ୍ଧି ଲାଗି ଅଟୋମୋବାଇଲ କମ୍ପାନୀଙ୍କ ଭାରି ଡିସ୍‌କାଉଣ୍ଟ ଯୋଜନା

ନୂଆଦିଲ୍ଲୀ,୮-୯: ମାନ୍ଦାବସ୍ଥା ମାଡ଼ର ସାମ୍ନା କରୁଥିବା ଅଟୋ ଉଦ୍ୟୋଗ ସରକାରଙ୍କ ଠାରୁ ସହାୟତା ପାଇବା ଅପେକ୍ଷାରେ ରହିଛନ୍ତି। କିନ୍ତୁ ସେମାନେ ନିଜ ଆଡୁ ଏହି ପରିସ୍ଥିତିର...

ଓ୍ବାରେନ ବଫେଟ୍‌ଙ୍କ କ୍ଷତି ୫୦ ବିଲିୟନ ଡଲାର

ଭୁବନେଶ୍ୱର,୩। ୫: କରୋନା ମହାମାରି ଯୋଗୁ ଓ୍ବାରେନ ବଫେଟଙ୍କ ବର୍କସାୟାର ହାଥାଓ୍ବେ ଇଙ୍କ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀକୁ ତ୍ରୈମାସିକ ୫୦ ବିଲିୟନ ଡଲାରର...

ସିଏଏର ବିରୋଧ ଯୋଗୁ ରେଳପଥର ୮୪ କୋଟି କ୍ଷତି

ନୂଆଦିଲ୍ଲୀ,୧୨-୧: ପଶ୍ଚିମବଙ୍ଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆର୍‌ସିର ବିରୋଧ ଯୋଗୁ ରେଳପଥ ୮୪ କୋଟି ଟଙ୍କାର କ୍ଷତି ସହିଛି। ୧୩ ଡିସେମ୍ବରରୁ ୧୫...

ଭାରତ ଲାଗି ଆଉଟଲୁକ୍‌ ନକାରାତ୍ମକ କଲା ଫିଚ୍‌

ନୂଆଦିଲ୍ଲୀ,୧୮।୬: ଫିଚ୍‌ ରେଟିଂ ଏଜେନ୍ସି ଗୁରୁବାର ଭାରତର ଆଉଟଲୁକ୍‌କୁ ନକାରାତ୍ମକ ରହିବା ନେଇ ଆକଳନ କରିଛି। ଭାରତର ଆଉଟଲୁକ୍‌ ସ୍ଥିର ରହିବ ବୋଲି ଏହା ପୂର୍ବରୁ...

Advertisement
Archives

Model This Week